ଭୁବନେଶ୍ବର: ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମକୁ ନେଇ ଲୋକସେବା ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ସଚିବ ବିଶାଲ ଦେବ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଲାଗି ଲଜିଷ୍ଟିକ, ଫାଇନାନ୍ସ , ଆକୋମେଡେସନ ବ୍ୟବସ୍ଥା ନେଇ ହୋଇଛି ଆଲୋଚନା ।
ଭୁବନେଶ୍ୱର କିଟ ବ୍ୟତିତ କଟକ ଇଣ୍ଡୋର ଷ୍ଟାଡିୟମରେ କିଛି ଖେଳ କରିବା ପାଇଁ ହୋଇଛି ଆଲୋଚନା । ବୈଠକରେ କିଟ୍ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଆଥଲେଟ ଦୂତୀ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ