ETV Bharat / state

ବାହାଦଲପୁର ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ, ବେଲ୍‌ରେ ଆସିଥିଲା ଅପରାଧୀ - ବେଲରେ ଆସିଥିଲା ଅପରାଧୀ

ହତ୍ୟା ମାମଲାରେ ଜାମିନରେ ଆସିଥିବା ହତ୍ୟାକାରୀ ପୁଣି ନେଇଛି ଆଉ ଏକ ଜୀବନ । ବାହାଦଲପୁର ଡ୍ରାଇଭର ଅଶୋକ ସେଠୀକୁ ହତ୍ୟାକାରୀ ଗିରଫ । ଅଧିକ ପଢ଼ନ୍ତୁ

ହତ୍ୟା ମାମଲାରେ ଜାମିନରେ ଆସିଥିବା ହତ୍ୟାକାରୀ ପୁଣି ନେଇଛି ଆଉ ଏକ ଜୀବନ

author img

By

Published : May 5, 2023, 8:30 PM IST

ହତ୍ୟା ମାମଲାରେ ଜାମିନରେ ଆସିଥିବା ହତ୍ୟାକାରୀ ପୁଣି ନେଇଛି ଆଉ ଏକ ଜୀବନ

ଭୁବନେଶ୍ବର: କଥାରେ ଅଛି ଘୁଷୁରି ପଙ୍କେ ଲୋଟେ । ମଣିଷ ପ୍ରକୃତି ମଲେ ତୁଟେ । ଅପରାଧୀ ସହଜରେ ଅପରାଧ କରିବା ଛାଡେ ନାହିଁ । ହତ୍ୟା ମାମଲାରେ ଜାମିନରେ ଆସିଥିବା ହତ୍ୟାକାରୀ ପୁଣି ନେଇଛି ଆଉ ଏକ ଜୀବନ । ଖଣ୍ଡଗିରି ବାହାଦଲପୁରରେ ଦେଖିବା ମିଳିଛି ଏପରି ଏକ ହତ୍ୟାକାଣ୍ଡ । ବାହାଦଲପୁରର ଜଣେ ଡ୍ରାଇଭର ଅଶୋକ ସେଠୀକୁ ହତ୍ୟା କରିଥିବା ଅଭିଯୁକ୍ତ ଜଗନ୍ନାଥ ଧୀବରକୁ ଗିରଫ କରିଛି ପୋଲିସ୍ ।

ଅଧିକ ପଢ଼ନ୍ତୁ: Cyclone Mocha: କେଉଁଠି ଲ୍ୟାଣ୍ଡଫଲ୍ କରିବ ସମ୍ଭାବ୍ୟ ବାତ୍ୟା ମୋଚା, କେତେ ରହିବ ପବନ ବେଗ ?

ଡିସିପି ପ୍ରତୀକ ସିଂ କହିଛନ୍ତି, "ଜଗନ୍ନାଥ ଧୀବର ଏକ ପେସାଦାର ହତ୍ୟାକାରୀ । ୨୦୧୬ମସିହାରେ ଅନୁଗୁଳ ବନ୍ଧବୋଇ ଗାର୍ଲ୍ସ ହାଇସ୍କୁଲର ଶିକ୍ଷୟତ୍ରୀଙ୍କ ସହ ଦୁର୍ଷ୍କମ କରି ହତ୍ୟା କରିଥିଲା । ଜଗନ୍ନାଥ ନିଜ ଭଉଣୀର ଭଲପାଇବାକୁ ନେଇ ପାରିବାରିକ ଶତୃତା ଥିବା ଶିକ୍ଷୟତ୍ରୀ ମୁନି ସୟଙ୍କୁ ହତ୍ୟା କରିଥିଲା । ଡିସେମ୍ବର ୧୩ରେ ଶିକ୍ଷୟତ୍ରୀ ନିଖୋଜ ହେବା ପରେ ଡିସେମ୍ବର‌ ୨୯ ରେ ତାଙ୍କ ମୃତଦେହ ମିଳିଥିଲା । ଶିକ୍ଷୟତ୍ରୀଙ୍କୁ ଏକ ଇଟା ଭାଟିରେ ଦୁଷ୍କର୍ମ ପରେ ହତ୍ୟା କରି ପୋଡି ଦେଇଥିଲେ ଅଭିଯୁକ୍ତ । ପରେ ୨୦୧୭ ମସିହା ଜାନୁଆରୀ ୧୨ରେ ଜଗନ୍ନାଥ ଧୀବର ସହ ତପନ ପେଣ୍ଡୋଇ ଗିରଫ ହୋଇଥିଲେ । ସେବେଠୁ ସେ ଜେଲ୍‌ ରହି ନିଜ ଦଣ୍ଡ ଭୋଗୁ୍ଥିଲେ । ପରେ ବେଲ୍‌ ପାଇ ୧ ବର୍ଷେ ହେବ ଭୁବନେଶ୍ୱରରେ ସ୍ବରେଜ ଟ୍ୟାଙ୍କର ଡ୍ରାଇଭର ଭାବେ କାମ କରୁଥିଲା । ନୂଆ ନୂଆ ଆସିଥିବାରୁ ମାଲିକର ଜଗନ୍ନାଥ ଧୀବର ଉପରେ ଖାସ ଧ୍ୟାନ୍ୟ ଦେଇଉ ନଥିଲେ । ମାଲିକର ଖାସ ଥିବା ମୃତକ ଅଶୋକ ସେଠୀ ଉପରେ ବହୁତ ଇର୍ଷିତ ଥିବା ବେଳେ ରାଗରେ ତାକୁ ହତ୍ୟା କରିଥିଲା । ଅଶୋକ ଶୋଇଥିବା ଅବସ୍ଥାରେ ଜଗନ୍ନାଥ ତାର ତଣ୍ଟି ଚିପି ହତ୍ୟା କରିଥିଲା । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜେଲ୍‌ ଫେରନ୍ତା ଅଭିଯୁକ୍ତ ଉପରେ ନଜର ନରଖିବା କାରଣରୁ ଏପରି ହତ୍ୟାକାଣ୍ଡ ଘଟିଥିବା ଆଲଚନା ହେଉଛି ।

ଏଭଳି ଅପରାଧକୁ ନେଇ ଏବେ କମିଶନରେଟ ପୋଲିସ ଚିନ୍ତାରେ ପଡିଛି। ପେସାଦାର ଅପରାଧୀ ଧରା ପଡୁଛନ୍ତି। କିନ୍ତୁ କୋର୍ଟରୁ ବେଲ ପାଇ ବାହାରକୁ ଆସି ପୁଣି ଅପରାଧାର ତାଲିକା ବଢାଉଛନ୍ତି । ଟ୍ୟାଙ୍କର ଡ୍ରାଇଭର ଅଶୋକ ସେଠୀଙ୍କ ହତ୍ୟାକାଣ୍ଡ ଏହାର ଏକ ଜ୍ଜ୍ବଳନ୍ତ ଉଦାହରଣ। ରଜଧାନୀରେ ଏଭଳି ଅପରାଧୀଙ୍କ ସଂଖ୍ୟା ଅନେକ। ଯେଉଁଥି ପାଇଁ ଅପରାଧର ଗଡ ପାଲଟିଛି ରାଜଧାନୀ ଭୁବନେଶ୍ବର। ନୀତି ଭୁବନେଶ୍ବରରେ କିଛି ନା କିଛି ଅପରାଧ ଘଟୁଥିବା ନଜୀର ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.