ETV Bharat / state

ଜେଲରେ ଜେରା ହେବେ ଦୀପକ କିଣ୍ଡୋ, କୋର୍ଟରେ ଆବେଦନ କଲା କେରଳ ପୋଲିସ - କୋର୍ଟରେ ଆବେଦନ କଲା କେରଳା ପୋଲିସ

କେରଳ ପୋଲିସର ସ୍କାନରରେ ଦୀପକ କିଣ୍ଡୋ । ଓଡିଶାରେ 3ଦିନ ଧରି ତଦନ୍ତ ଜାରି ରଖିଛି କେରଳର ତିନିଜଣିଆ ଟିମ୍ । ଦୀପକ କିଣ୍ଡୋଙ୍କୁ ପଚରାଉଚରା ପାଇଁ ଏନେଇ କୋର୍ଟର ଆବେଦନ କରିଛି କେରଳା ପୋଲିସ । ଅଧିକ ପଢନ୍ତୁ

କେରଳ ପୋଲିସର ସ୍କାନରରେ ଦୀପକ କିଣ୍ଡୋ
କେରଳ ପୋଲିସର ସ୍କାନରରେ ଦୀପକ କିଣ୍ଡୋ
author img

By ETV Bharat Odisha Team

Published : Oct 7, 2023, 8:29 PM IST

ଭୁବନେଶ୍ବର: ନିରୀହ ଆଦିବାସୀଙ୍କ ନାଁରେ ଜାଲିଆତି କରିଥିବା ଦୀପକ କିଣ୍ଡୋ ଏବେ କେରଳ ପୋଲିସର ସ୍କାନରରେ । ଆଦିବାସୀ ଲୋକଙ୍କୁ ଆର୍ଥିକ ସଶକ୍ତିକରଣ ଯୋଗାଇବା ଆଳରେ ସମ୍ବନ୍ଧ ଫାଇନାନ୍ସ ନାଁରେ ମ୍ୟୁଥୁଟ ଫାଇନାନ୍ସ ଆଣିଥିବା ଟଙ୍କା ହେରଫେରକୁ ନେଇ କେରଳ ପୋଲିସ ତନାଘନା ଆରମ୍ଭ କରିଛି । ଦୀପକ କିଣ୍ଡୋ ଓ ସମ୍ବନ୍ଧ ଫାଇନାନ୍ସ ନାରେ କେରଳ ପୋଲିସ ପାଖରେ ହୋଇଥିବା ଏହି ଅଭିଯୋଗ ଆଧାରରେ ଏବେ ଆରମ୍ଭ ହୋଇଛି ଛାନଭିନ । ଓଡିଶାରେ 3ଦିନ ଧରି ତଦନ୍ତ ଜାରି ରଖିଛି କେରଳର ତିନିଜଣିଆ ଟିମ୍ ।

ଅନ୍ୟପଟେ PID କୋର୍ଟର ନିର୍ଦ୍ଦେଶକ୍ରମେ ଦୀପକ କିଣ୍ଡୋ ଏବେ ଝାରପଡ଼ା ଜେଲରେ ଅଛି । ତେଣୁ ତାକୁ ପଚରାଉଚରା ପାଇଁ ଏନେଇ କୋର୍ଟର ଆବେଦନ କରିଛି କେରଳ ପୋଲିସ । ଏନେଇ ଅନୁମତି ମିଳିଲେ ଜେଲରେ ଜେରା କରିପାରେ କେରଳ ପୋଲିସ । ଜଣେ ଡିଏସପି ନେତୃତ୍ବରେ ତିନିଜଣିଆ ଟିମ୍ ଏହି ମାମଲାର ତଦନ୍ତ କରୁଛନ୍ତି । ଯେହେତୁ ପୁର୍ବରୁ ଓଡ଼ିଶା ପୋଲିସ ଦ୍ବାରା ଗିରଫ ହୋଇ ଜେଲରେ ଅଛି ଦୀପକ କିଣ୍ଡୋ । ଏପରିକି ଏହି ଘଟଣାରେ ଚାର୍ଜସିଟ ଦାଖଲ କରିସାରିଛି EOW । ତେଣୁ ଓଡ଼ିଶା EOWର ତଦନ୍ତ ବେଳେ କ’ଣ ସବୁ ନୂଆ ତଥ୍ୟ ପାଇଛନ୍ତି ସେନେଇ ସୂଚନା ସଂଗ୍ରହ କରିଛି କେରଳ ପୋଲିସ ।

ସେପଟେ ଗତକାଲି(ଶୁକ୍ରବାର) ଦୀପକ କିଣ୍ଡୋ ଓ ପତ୍ନୀ ଅମ୍ରିତା କିଣ୍ଡୋଙ୍କ ନାଁରେ ମଧ୍ୟ ସିବିଆଇ କେସ କରି ତଦନ୍ତ ଆରମ୍ଭ କରିଛି । ଅନ୍ତର୍ଜାତୀୟ ବଜାରରେ ଟଙ୍କା ନିବେଶ କରିଥିବା ନାଁରେ ଦୀପକ କିଣ୍ଡୋ ସମ୍ବନ୍ଧ ଫାଇନାନ୍ସ ଜରିଆରେ 350କୋଟି ଟଙ୍କାର ଚୁନା ଲଗାଇ ଜେଲରେ ଅଛନ୍ତି । ସମ୍ବନ୍ଧ ଫାଇନାନ୍ସ ସମେତ ଦୀପକ କିଣ୍ଡୋ ତାଙ୍କ ପତ୍ନୀ ଅମ୍ରିତା କିଣ୍ଡୋ ଓ ଅନ୍ୟତମ ଡାଇରେକ୍ଟର ସହ କିଛି ସରକାରୀ କର୍ମଚାରୀ ଓ ଅନ୍ୟାନ୍ୟ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି । ତେବେ ଏକ ମାମଲା ରୁଜୁ କରାଯାଇଥିବା ସିବିଆଇ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ.. ସମ୍ବନ୍ଧ ଫାଇନାସ ଦିପକ କିଣ୍ଡୋଙ୍କ ପାଇଁ ଅଡୁଆ, CBI ପରେ କେରଳ EOWର ଓଡିଶାରେ ତନାଘନା

ଦୀପକ କେବଳ ବିଦେଶୀ ନିବେଶକଙ୍କୁ ନୁହେଁ ତାମିଲନାଡୁ, ଗୁଜୁରାଟ, ଓଡ଼ିଶା ,କର୍ଣ୍ଣାଟକ,ତେଲେଙ୍ଗାନା ଓ କେରଳ ଭଳି ରାଜ୍ୟର ବିଭିନ୍ନ ଆର୍ଥିକ ନିବେଶକାରି ସଂସ୍ଥାଙ୍କୁ ଠକେଇ କରିଛି । ଏପରିକି ନିରିହ ଆଦିବାସୀ ଲୋକଙ୍କ ନାଁରେ ଆର୍ଥିକ ସଶକ୍ତିକରଣ ଆଳରେ ଏପରି ନିବେଶକଙ୍କ ଟଙ୍କା ଆଣି ଆତ୍ମସାତ କରିବା ସହ ବିଦେଶ ଭ୍ରମଣ କରିଛନ୍ତି । ଏହିପରି ଭାବରେ ପାଖାପାଖି 17ଟି ବ୍ୟାଙ୍କ ଓ ବିଭିନ୍ନ ବିଦେଶୀ ଫାଇନାନ୍ସ ସଂସ୍ଥା ଠାରୁ 385କୋଟି ଟଙ୍କା ଠକେଇ କରିଥିବା ସିବିଆଇ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.