ETV Bharat / state

ଆଗକୁ କାର୍ତ୍ତିକ ପୂର୍ଣ୍ଣିମା, ଚିନ୍ତାରେ ଡଙ୍ଗା କାରିଗର - ଡଙ୍ଗା କାରିଗର

ଚିନ୍ତାରେ ଡଙ୍ଗା କାରିଗର । କୋରୋନା ପାଇଁ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ କଟକଣା ଲଗାଇଛନ୍ତି ସରକାର । ଅଧିକ ପଢନ୍ତୁ...

kartika purnima khurdha
ଚିନ୍ତାରେ ଡଙ୍ଗା କାରିଗର
author img

By

Published : Nov 16, 2021, 9:07 PM IST

ଖୋର୍ଦ୍ଧା: କୋରୋନା କଟକଣା ଯୋଗୁଁ ଚିନ୍ତାରେ ଡଙ୍ଗା କାରିଗର । ଚଳିତ କାର୍ତିକ ପୂର୍ଣ୍ଣିମାରେ ପୋଖରୀ କି ନଦୀରେ ଆଉ ସୁଭିବନି 'ଆକା ମା ବୈ ପାନ ଗୁଆ ଖାଇ ମାସକ ଧରମ ମୋର ପାନ ଗୁଆ ତକ ତୋର' । କାରଣ କୋରୋନା ପାଇଁ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ କଟକଣା ଲଗାଇଛନ୍ତି ସରକାର । ଯାହାର ସିଧା ସଳଖ ପ୍ରଭାବ ପଡିଛି ଡ଼ଙ୍ଗା କରିଗରଙ୍କ ଉପରେ ।

ଚିନ୍ତାରେ ଡଙ୍ଗା କାରିଗର

କାରିଗର ମାନେ କାଗଜ ଡଙ୍ଗା ପ୍ରସ୍ତୁତ କରିବା ପାଇଁ ମାସ ଆରମ୍ଭରୁ ବିଭିନ୍ନ ସ୍ଥାନରୁ ପଟା କାଗଜ, ବିଭିନ୍ନ ରଙ୍ଗ ବେରଙ୍ଗର କାଗଜ, ଝାଲର ଆଣି ଡଙ୍ଗା ପ୍ରସ୍ତୁତ କରି ଚଳିତ ବର୍ଷ ବିକ୍ରି କରିବା ଲକ୍ଷ୍ୟ ରଖିଥିଲେ । କିନ୍ତୁ ସରକାର କଟକଣା ଜାରି କରିବାରୁ ଏହି ଡଙ୍ଗା ପ୍ରସ୍ତୁତ କରୁଥିବା କାରିଗର ମାନେ ଏବେ ଚିନ୍ତାରେ ପଡିଛନ୍ତି । ସେହିପରି ଚଳିତବର୍ଷ ବିଭିନ୍ନ ପ୍ରକାର ଡଙ୍ଗା ପ୍ରସ୍ତୁତ କରିଥିବା ବେଳେ ଏବେ ଏହାକୁ କିପରି ବ୍ୟବସାୟ କରିବେ ତାକୁନେଇ ଚିନ୍ତାରେ ଥିବା କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.