ETV Bharat / state

ବ୍ରେନ ଟ୍ୟୁମର ସହ ସଂଘର୍ଷ କରୁଛି ମୁରବୀ, ଉପାସରେ 9 ପ୍ରାଣୀ - ଖୋର୍ଦ୍ଧା ଖବର

ଆର୍ଥିକ ଅନଟନ ସହ ଅଭାବୀର ବେଡି ଏକାଥରକେ କଚାଡି ହୋଇ ପଡିଛି ଏହି ପରିବାର ଉପରେ। କାରଣ ଘରର ରୋଜଗାରିଆ ମଣିଷଟି ଘରେ ନିସ୍ତେଜ ପଡିଛି। ଏମିତି କଷ୍ଟରେ ପ୍ରତି ମୁହୁର୍ତ୍ତ ବିତାଉଛନ୍ତି ମଞ୍ଜୁଲତା ଦଳାଇ। ଅଧିକ ଖବର ପଢନ୍ତୁ...

ବ୍ରେନ ଟ୍ୟୁମର ସହ ସଂଘର୍ଷ କରୁଛି ମୁରବୀ ...ଉପାସରେ 9 ପ୍ରାଣୀ

author img

By

Published : Oct 26, 2020, 6:11 PM IST

Updated : Oct 26, 2020, 7:32 PM IST

ଖୋର୍ଦ୍ଧା:ବୋଲ ମାନୁନି ଅମାନିଆ ଲୁହ । କେମିତିବା ମାନନ୍ତା ବୋଲ । ଯେଉଁଠି ସାତ ଜନ୍ମର ସାଥି ଜୀବନ ସହ ସଂଗ୍ରାମ କରୁଛି । ତିନିବର୍ଷ ତଳୁ ଆରମ୍ଭ ହୋଇଥିବା ରୋଗରେ ସର୍ବସ୍ବ ହରାଇଲେଣି କୈଳାସ ଦଳାଇଙ୍କ ପରିବାର । ଆଉ ଏବେ ସରକାରଙ୍କ ସାହାଯ୍ୟକୁ ଚାତକ ପରି ଚାହିଁ ରହିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ସାନ କଡବ ଗାଁର କୈଳାସଙ୍କ ନଅ ପ୍ରାଣୀ କୁଟୁମ୍ବ ।

ବ୍ରେନ ଟ୍ୟୁମର ସହ ସଂଘର୍ଷ କରୁଛି ମୁରବୀ, ଉପାସରେ 9 ପ୍ରାଣୀ

ବୋଲଗଡ ବ୍ଳକ କଡବ ପଞ୍ଚାୟତ ସାନକଡବ ଗ୍ରାମର କୈଳାସ ଦଳେଇ ।ଜଳଖିଆ ବିକ୍ରି କରି ନିଜର ନଅପ୍ରାଣୀ ପରିବାର ଚଳାଉଥିଲେ । କିନ୍ତୁ ମାତ୍ର ୩୮ ବୟସରେ ସେ ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ହେଲା ପରେ ୨୦୧୮ ରେ ଜମିବାଡି ବିକ୍ରି କରିବା ସହିତ ଗ୍ରାମର ଯୁବକ ଓ ଗ୍ରାମବାସୀଙ୍କ ସହଯୋଗ ରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘରୋଇ ଡାକ୍ତରଖାନା ରେ ଅସ୍ତ୍ରୋପଚାର କରାଇଥିଲେ । କିଛି ଦିନ ଭଲ ରେ ପରିବାର ଚଳାଇବା ପରେ ଗତ ଦୁଇମାସ ହେବ ପୁନର୍ବାର ତାଙ୍କର ବ୍ରେନ ଟ୍ୟୁମର ବାହାରି ସେ ଶଯ୍ୟାଶାୟୀ । ନା କିଛି କହି ପାରୁଛନ୍ତି ନା ନିଜେ କିଛି କରି ପାରୁଛନ୍ତି କେବଳ ରୋଗ ସଜ୍ୟାରେ ଘରେ ପଡିରହିଛନ୍ତି ।

ଗୋଟେ ପଟେ କରୋନା କଷଣ ଆଉ ଅନ୍ୟପଟେ ରୋଗର ଯନ୍ତ୍ରଣାର ଚିକିତ୍ସା ପାଇଁ ଅର୍ଥର ବାଧ୍ୟକ ତାଙ୍କ ପରିବାରକୁ ଏକପ୍ରକାର ଅସହାୟ କରିଛି । ବର୍ତ୍ତମାନ ସରକାରୀ ସହାୟତା ଆଶାରେ ପରିବାର । ଅନ୍ୟପଟେ ତାଙ୍କର ଚାରି ଝିଅ ଗୋଟିଏ ପୁଅ ବୃଦ୍ଧ ବାପା ଓ ମା ଙ୍କ ସହ ପତ୍ନୀ ୯ ପ୍ରାଣୀ କୁଟୁମ୍ବ ପାଇଁ ସରକାରୀ ସହାୟତା କହିଲେ ଖାଦ୍ୟ ସୁରକ୍ଷାରେ ମିଳୁଥିବା ଚାଉଳ ଛାଡିଦେଲେ ଆଉ କିଛି ସରକାରୀ ସହାୟତା ମିଳୁନାହିଁ।

କୋରୋନା ସମୟରେ ଗାଁ ଗାଁରେ ସ୍ୱାସ୍ଥ୍ୟ ଟିମ୍ ବୁଲୁଥିବା ବେଳେ କୈଳାସଙ୍କ ଉପରେ କାହାର ନଜର ପଡୁନି ।ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ଯୋଜନା ଯେମିତି ତାଙ୍କ ପାଇଁ ସାତସପନ । ଗରିବ ସୀମାରେଖା ତଳେ ଥିବା ଏହି ପରିବାର ଉପରେ ଏବେ ଘୋଟି ଆସିଛି କଳା ବାଦଲ । ଯଦି ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏହି ଅସହାୟ ଉପରେ ସହାୟତା କରି ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇ ତାଙ୍କୁ ଆରୋଗ୍ୟ କରାନ୍ତି ତେବେ ପୁଣି ତାଙ୍କ ଛୁଆ ଙ୍କ ମୁହଁରେ ହସ ଫୁଟିବାର ଆଶା ରଖିଛନ୍ତି ଗ୍ରାମବାସୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Oct 26, 2020, 7:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.