ETV Bharat / state

ପଞ୍ଚାୟତ ଭୋଟ ବର୍ଜନ କରିବେ କାଚେରା ଗ୍ରାମବାସୀ - kachera village problem

ସରକାରଙ୍କର ଅଜବ ସରକାରୀ ବ୍ୟବସ୍ଥା । ଯେଉଁଥି ପାଇଁ ଘାଣ୍ଟି ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା କାଚେରା ଗ୍ରାମବାସୀ । ପଞ୍ଚାୟତ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି । ଅଧିକ ପଢନ୍ତୁ...

ପଞ୍ଚାୟତ ଭୋଟ ବର୍ଜନ କରିବେ କାଚେରା ଗ୍ରାମବାସୀ

author img

By

Published : Oct 3, 2021, 1:28 PM IST

ଖୋର୍ଦ୍ଧା: ସରକାରଙ୍କର ଅଜବ ସରକାରୀ ବ୍ୟବସ୍ଥା । ଯେଉଁଥି ପାଇଁ ଘାଣ୍ଟି ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା କାଚେରା ଗ୍ରାମବାସୀ । ପଞ୍ଚାୟତ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି । ଯାହାକୁ ନେଇ ତେଜୁଛି ଅସନ୍ତୋଷ । ୧୯୯୮ମସିହାରେ ସେଟେଲମେଣ୍ଟ କର୍ତ୍ତୃପକ୍ଷଙ୍କ ଦ୍ଵାରା ଏ ଗାଁକୁ ରାଜସ୍ୱ ଗ୍ରାମ ଭାବେ ଘୋଷଣା କରାଯାଇଛି । କିନ୍ତୁ ରାଜସ୍ବ ବିଭାଗ ଛଡା ଅନ୍ୟ କୌଣସି ବିଭାଗରେ ଗାଁର ନାଁ ନାହିଁ ।ଫଳରେ ଏହି ଗ୍ରାମବାସୀ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ଏବଂ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି ।

ପଞ୍ଚାୟତ ଭୋଟ ବର୍ଜନ କରିବେ କାଚେରା ଗ୍ରାମବାସୀ

୧୯୯୮ ମସିହା ବନ୍ଦୋବସ୍ତରେ କାଚେରା ଗ୍ରାମଟି ଏକ ନୂତନ ରାଜସ୍ୱ ମୌଜାରେ ପରିଣତ ହୋଇଥିଲା । ଏହା ପୂର୍ବରୁ ଗ୍ରାମଟି କଣ୍ଟାବାଡ଼ର ଏକ ପଡା ଗ୍ରାମ ହୋଇ ସାମିଲ ଥିଲା । ଏହା କଣ୍ଟାବାଡ଼ ଗ୍ରାମଠାରୁ୨ କିମି ଦୂର । ସମ୍ପୃକ୍ତ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଏବଂ ବିଧାନସଭା ବୁଥ ନଂ-୩୨ ଆଦି ରହିଛି । ଗ୍ରାମଟିକୁ ରାଜସ୍ୱ ଗ୍ରାମର ସରକାରୀ ସ୍ୱୀକୃତି ମିଳିଥିବାବେଳେ ପ୍ରଶାସନିକ ଅବହେଳା ଯୋଗୁଁ ଦୀର୍ଘ ୨୪ ବର୍ଷ ହେବ ମାନ୍ୟତା ପାଇବାରୁ ବଞ୍ଚିତ ହୋଇ ରହିଛି । ଏ ସଂକ୍ରାନ୍ତରେ ଗ୍ରାମବାସୀମାନେ ଜିଲ୍ଲାପାଳ , ରାଜସ୍ୱ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.