ଭୁବନେଶ୍ବର: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଜାରି ରହିଥିବା କ୍ରାଇମବ୍ରାଞ୍ଚ ତଦନ୍ତର ସମୀକ୍ଷା କରି ଝାରସୁଗୁଡାରୁ ଫେରିଲେ ଜଷ୍ଟିସ ଜେପି ଦାସ । ଏହାପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ଦାସ । ତଦନ୍ତକୁ ସାର୍ବଜନୀନ କରିପାରିବି ନାହିଁ ବୋଲି କହିଛନ୍ତି ଜଷ୍ଟିସ ଦାସ । ତେବେ ତାଙ୍କ ସହ । ପୋଲିସ ଡିଜି ସୁନୀଲ ବଂଶଲ, ଆଇନଶୃଙ୍ଖଳା ଏଡିଜି ଆର୍କେ ଶର୍ମା ଓ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ମଧ୍ୟ ଝାରୁସୁଗୁଡାରୁ ଫେରିଛନ୍ତି ।
ଝାରସୁଗୁଡ଼ାରୁ ଫେରିବା ପରେ ପ୍ରତିକ୍ରିୟାରେ ଜଷ୍ଟିସ ଦାସ କହିଛନ୍ତି, "ଘଟଣାସ୍ଥଳ ପରିଦର୍ଶନ କରିଥିଲି । ତଦନ୍ତ ଚାଲିଛି, ଯାହାକୁ ମୁଁ ସାର୍ବଜନୀନ କରିପାରିବି ନାହିଁ । ସାଇକୋ ଆନାଲିସିସ୍ ରିପୋର୍ଟକୁ ଅପେକ୍ଷା ରହିଛି । ଏଭଳି କେସରେ ୧୨୦ ଦିନ ତଦନ୍ତ ପ୍ରାବଧାନ ରହିଛି । ତେଣୁ ୧୦ ଦିନରେ କେମିତି ଭାବୁଛନ୍ତି ଧରାପଡିବ ବୋଲି । NIMHANS (National Institute of Mental Health and Neuro Sciences) ଟିମ ଆସି ନାହାନ୍ତି । ତଦନ୍ତକାରୀ ଅଧିକାରୀ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛନ୍ତି ।" ତେବେ କେବଳ ଜଷ୍ଟିସ ଦାସ ନୁହନ୍ତି, ତାଙ୍କ ସହ ପୋଲିସ ଡିଜି ସୁନୀଲ ବଂଶଲ, ଆଇନଶୃଙ୍ଖଳା ଏଡିଜି ଆର୍କେ ଶର୍ମା ଓ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ମଧ୍ୟ ଝାରୁସୁଗୁଡାରୁ ଫେରିଛନ୍ତି । କିନ୍ତୁ ଏନେଇ ପୋଲିସ ଡିଜି ସୁନୀଲ ବଂଶଲ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
ଏହି ଘଟଣାରେ ମଙ୍ଗଳବାର ସିନ ରିକ୍ରିଏସନ କରିଛି କ୍ରାଇମବ୍ରାଞ୍ଚ । ଏଯାବତ ଘଟଣାର ମୋଟିଭ ଜଣାପଡିନାହିଁ । ଏପରିକି ଅଭିଯୁକ୍ତ ଗୋପାଳ ଦାସର ଭଏସ ଆନାଲିସିସ୍ଙ୍କ ଦ୍ବାରା ଟେଷ୍ଟ ହୋଇଛି । ଏଥିସହ ସାଇକୋ ଆନାଲିସିସ ହୋଇଛି । ତେବେ ତାର ମାନସିକ ସ୍ଥିତି ଜାଣିବା ପାଇଁ NIMHANS ଟେଷ୍ଟ କରାଯିବ । ମେଣ୍ଟାଲ ହେଲ୍ଥ୍ ଇନଷ୍ଟିଚ୍ୟୁ ପକ୍ଷରୁ ଯାଞ୍ଚ କରାଯିବ । ଏହାରି ଭିତରେ ନବ ଦାସ ହତ୍ୟା ମାମଲାକୁ ୧୧ ଦିନ ବିତିଛି । ଏନେଇ ଘଟଣାର ଅଭିଯୁକ୍ତ ବୋଲି ଗୋପାଳ ଦାସ ଗିରଫ ହୋଇ ତୃତୀୟ ଥର ପାଇଁ ରିମାଣ୍ଡରେ ଯାଇଛି । ଏହାରି ଭିତରେ ନାର୍କୋ ଟେଷ୍ଟ ପାଇଁ ଆଜି ଗୁଜୁରାଟର ଯାଇଛି ଗୋପାଳ । ଏନେଇ ତାକୁ ନାର୍କୋ ଟେଷ୍ଟ ଜରିଆରେ ସତ ବାହାର କରିବାକୁ ଉଦ୍ୟମ କରିବା ପରେ ଭୁବନେଶ୍ବର ଅଣାଯିବ । ପରେ ସେଠାରେ ପଲିଗ୍ରାଫ ଟେଷ୍ଟ କରାଯିବ ।
ଇଟିଭି ଭାରତ, ଭୁବନେଶ୍ବର