ETV Bharat / state

Junior Teacher Recruitment: ଶୁକ୍ରବାର ଠାରୁ ଆରମ୍ଭ ହେବ ପରୀକ୍ଷା - ଶୁକ୍ରବାର ଠାରୁ ଆରମ୍ଭ ହେବ ପରୀକ୍ଷା

ନିଯୁକ୍ତି ହେବେ ୨୦ ହଜାର କନିଷ୍ଠ ଶିକ୍ଷକ । ସ୍ବଚ୍ଛତା ଭିତ୍ତିରେ ହେବ ନିଯୁକ୍ତି ପକ୍ରିୟା । ଏନେଇ ଆଜି ଭର୍ଚୁଆଲ ମୋଡରେ କନିଷ୍ଠ ଶିକ୍ଷକ ମାନଙ୍କର ନିଯୁକ୍ତି ପକ୍ରିୟାକୁ ସ୍ବଚ୍ଛତା ଭିତ୍ତିରେ କରାଯିବା ସମ୍ପର୍କରେ ଏକ ବୈଠକରେ ନିଷ୍ପତ୍ତି କରାଯାଇଛି । ଏହି ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ବଥୀ ଏସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

Junior Teacher Recruitment : ଶୁକ୍ରବାର ଠାରୁ ଆରମ୍ଭ ହେବ ପରୀକ୍ଷା

author img

By ETV Bharat Odisha Team

Published : Nov 2, 2023, 10:02 PM IST

ଭୁବନେଶ୍ବର: ନିଯୁକ୍ତି ହେବେ ୨୦ ହଜାର କନିଷ୍ଠ ଶିକ୍ଷକ । ସ୍ବଚ୍ଛତା ଭିତ୍ତିରେ ହେବ ନିଯୁକ୍ତି ପକ୍ରିୟା । ଆସନ୍ତାକାଲି ଠାରୁ ଆରମ୍ଭ ହେବ ପରୀକ୍ଷା । ଏହା ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି ।

ନିଯୁକ୍ତି ହେବେ ୨୦ ହଜାର କନିଷ୍ଠ ଶିକ୍ଷକ । ସ୍ବଚ୍ଛତା ଭିତ୍ତିରେ ହେବ ନିଯୁକ୍ତି ପକ୍ରିୟା । ଏନେଇ ଆଜି ଭର୍ଚୁଆଲ ମୋଡରେ କନିଷ୍ଠ ଶିକ୍ଷକ ମାନଙ୍କର ନିଯୁକ୍ତି ପକ୍ରିୟାକୁ ସ୍ବଚ୍ଛତା ଭିତ୍ତିରେ କରାଯିବା ସମ୍ପର୍କରେ ଏକ ବୈଠକରେ ନିଷ୍ପତ୍ତି କରାଯାଇଛି । ଏହି ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ବଥୀ ଏସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ୩୦ଟି ଜିଲ୍ଲାର ୫୮ଟି ପରୀକ୍ଷା କେନ୍ଦ୍ରରେ ସିବିଟି ମୋଡରେ ପରୀକ୍ଷା ହେବ । ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପରୀକ୍ଷା ମୋଟ ୭ ଦିନ ହେବ। ଜିଲ୍ଲାସ୍ତରର ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହି ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତିର ସଠିକ ବିବରଣୀ ପ୍ରଦାନ କରିବେ ।

ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷାକୁ କିଭଳି ଭାବରେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରାଯିବ ସେନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଜିଲ୍ଲାପାଳମାନେ ନିଜ ଜିଲ୍ଲାର ପରୀକ୍ଷା କେନ୍ଦ୍ରର ସୁପରିଚାଳନା ନିମନ୍ତେ ନୋଡାଲ ଅଫିସର ନିଯୁକ୍ତ କରିଛନ୍ତି । ପ୍ରତ୍ୟେକ ଜିଲ୍ଲାର ପୋଲିସ ଅଧିକାରୀ ପରୀକ୍ଷା କେନ୍ଦ୍ରରେ ପୋଲିସ ଡିପ୍ଲୋମେଣ୍ଟ ନିମନ୍ତେ ପଦକ୍ଷେପ ନେଇଛନ୍ତି ।

ଅଧିକ ପଢନ୍ତୁ- ଚୁକ୍ତିଭିଭିକ ପ୍ରଥା ଉଚ୍ଛେଦ ଦାବି, ଆନ୍ଦୋଳନକୁ ଓହ୍ଲାଇଲା କନିଷ୍ଠ ଶିକ୍ଷକ ସଂଘ

ଶିକ୍ଷା ବିଭାଗ ଏବଂ ଅନ୍ୟ ନିର୍ଦ୍ଦେଶାଳୟର ୧୮ ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦିଆଯାଇଛି । ବରିଷ୍ଠ ଅଧିକାରୀମାନେ ପରୀକ୍ଷା ଦିନମାନଙ୍କରେ ଜିଲ୍ଲା ଗସ୍ତ କରିବା ସହ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଶାନ୍ତିଶୃଙ୍ଖଳା ସହିତ ପରୀକ୍ଷା କରାଯିବ ତାହା ତଦାରଖ କରିବେ । ଉକ୍ତ ପରୀକ୍ଷା ନିମନ୍ତେ ପିଲାମାନଙ୍କର ଆଡମିଟ କାର୍ଡ ସମସ୍ୟାର ସମାଧାନ ପାଇଁ ଓସେପାରେ ଏକ ହେଲ୍ପ ଲାଇନ କେନ୍ଦ୍ର ଖୋଲାଯାଇଛି । ଏହା ସହ ୪ଟି ସହର ଯଥା- ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର ଓ କୋରାପୁଟ ଜିଲ୍ଲାରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସହାୟକ କେନ୍ଦ୍ର ଖୋଲା ଯାଇଛି । ଏଥିସହିତ ଓସେପା କାର୍ଯ୍ୟାଳୟର ପରିସର ମଧ୍ୟରେ ଏକ କମାଣ୍ଡ ସେଣ୍ଟର ଖୋଲାଯାଇଛି ଯାହା ଦ୍ବାରା କି ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭି ଦ୍ବାରା ପରୀକ୍ଷା କିଭଳି ହେଉଛି ତାହା ଲାଇଭ ମାଧ୍ୟମରେ ପରିଚାଳନା କରାଯିବ ସେନେଇ ଧ୍ୟାନ ମଧ୍ୟ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.