ETV Bharat / state

Jharsuguda By Poll: କଂଗ୍ରେସ ଗଠନ କଲା 5 ଜଣିଆ କମିଟି - ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ଗଠନ କଲା କମିଟି

ଝାରସୁଗୁଡା ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଏବେ ଅଣ୍ଟା ଭିଡିଛନ୍ତି । କଂଗ୍ରେସ ପକ୍ଷରୁ 5 ଜଣିଆ ଟିମ ଗଠନ କରାଯାଇଛି । ଅଧିକ ପଢନ୍ତୁ

କଂଗ୍ରେସ ଗଠନ କଲା 5 ଜଣିଆ କମିଟି
କଂଗ୍ରେସ ଗଠନ କଲା 5 ଜଣିଆ କମିଟି
author img

By

Published : Mar 29, 2023, 7:19 PM IST

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ 5 ଜଣିଆ ଟିମ ଗଠନ କରାଯାଇଛି । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ 5 ଜଣିଆ ଟିମ ଗଠନ କରିଛି କଂଗ୍ରେସ । ଏହି ଟିମ୍‌ର ରିପୋର୍ଟ ଆଧାରରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ସହିତ ରଣନୀତି ପ୍ରସ୍ତୁତ କରିବ । ଆଜି ଝାରସୁଗୁଡା ଉପନିର୍ବାଚନ ପାଇଁ ବାଜିଛି ବିଗୁଲ । ମେ 10ରେ ଝାରସୁଗୁଡା ଉପନିର୍ବାଚନ । 13 ତାରିଖରେ ଭୋଟ ଗଣତି ହେବ ।

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ‘‘ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ 5 ଜଣିଆ କମିଟି ଗଠନ କରାଯାଇଛି । କମିଟିରେ ବିଧାୟକ ଅଧୀରାଜ ପାଣିଗ୍ରାହୀ, ବିଧାୟକ ଡ଼ ରାଜେନ ଏକ୍କା, ଅତାବିରା ପୂର୍ବତନ ବିଧାୟକ ନିହାର ମହାନନ୍ଦ ଏବଂ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛାତ୍ରିଆ ସଭ୍ୟ ରହିଛନ୍ତି । ଟିମ୍‌ ଝାରସୁଗୁଡା ଗସ୍ତ କରି ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ପ୍ରାର୍ଥୀ ଘୋଷଣା କରାଯିବ । ନିର୍ବାଚନ ଲଢ଼ିବା ପାଇଁ ଦଳ ପୁରା ପ୍ରସ୍ତୁତ ରହିଛି । ଯେଉଁ ପ୍ରାର୍ଥୀ ଜିତିବାରେ ସକ୍ଷମ ଥିବେ ସେ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରାଯିବ ବୋଲି ପିସିସି ସଭାପତି କହିଛନ୍ତି ।

ଏହାବି ପଢନ୍ତୁ- Byelection 2023: ମେ’ 10ରେ ଓଡିଶା ସମେତ 4 ରାଜ୍ୟରେ ଉପନିର୍ବାଚନ

ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଏବେ ଅଣ୍ଟା ଭିଡିଛନ୍ତି । ଶାସକ ବିଜେଡି ଏହି ଆସନକୁ ପୁଣି ଥରେ ଦଖଲ କରିବାକୁ ବଡ ଯୋଜନା ନେଇ କାମ କରୁଛି । ଦଳ ଝାରସୁଗୁଡାରେ ଏକ ପ୍ରକାର ପ୍ରଚାର ଆଗୁଆ ଆରମ୍ଭ କରିଦେଇଥିଲା । ବିଭିନ୍ନ ସଭା ସମିତି, ଲୋକସମ୍ପର୍କ, ଶିଳାନ୍ୟାସ ଉଦଘାଟନ କାର୍ଯ୍ୟକ୍ରମ ଜରିଆରେ ଉପନିର୍ବାଚନ ପାଇଁ କ୍ଷେତ୍ର ସଜାଡୁଛି ।

ସେପଟେ ନୂଆ ସଭାପତି ଆସିବା ପରେ ଏବେ ଟ୍ରାକକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଛି ବିଜେପି । ଝାରସଗୁଡା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ମଧ୍ୟ ପ୍ରସ୍ତୁତି ବହୁ ଆଗରୁ ଆରମ୍ଭ ହୋଇଯାଇଛି । ଦଳର ସାଧାରଣ ସମ୍ପାଦକ ତଥା ସୁନ୍ଦରଗଡ ନେତା ଟଙ୍କଧର ତ୍ରିପାଠୀ ଝାରସୁଗୁଡାରେ ଡେରା ପକାଇ ଦଳୀୟ ସଂଗଠନ ବୃଦ୍ଧି ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ଅର୍ଥାତ ଉପନିର୍ବାଚନ ପାଇଁ ବିଜେପି ମଧ୍ୟ ଝାରସୁଗୁଡାରେ ବଳ କଷୁଛି ।

ଏହାବି ପଢନ୍ତୁ- Rukuna Rathayatra 2023: ଅଢେଇ ଘଣ୍ଟା ବିଳମ୍ବରେ ଚାଲିଛି ନୀତିକାନ୍ତି, ଆରମ୍ଭ ହେଲା ପହଣ୍ଡି

ଅନ୍ୟପଟେ ଝାରସୁଗୁଡାରେ ନିଜର ପୁରୁଣା ଗୌରବ ଫେରି ପାଇବା ପାଇଁ ପୁଣି ଥରେ ଆଶା ବାନ୍ଧିଛି କଂଗ୍ରେସ । ଝାରସୁଗୁଡାରେ ଭଲ ପ୍ରଦର୍ଶନ କରି 2024 ପାଇଁ ମନବୋଳ ବୃଦ୍ଧି କରିବାକୁ ଉଦ୍ୟମ କରିବ । ଯାହାର ସଂକେତ ମଧ୍ୟ ପିସିସି ସଭାପତି ଦେଇଛନ୍ତି । ପିସିସି ସଭାପତି କହିଛନ୍ତି ଝାରସୁଗୁଡାରେ ଦଳ କୌଣସି ପ୍ରକାର ସୁଯୋଗ ଛାଡିବ ନାହିଁ । ବିଜୟ ପାଇଁ ସମସ୍ତ ପ୍ରୟାସ କରିବ । ଝାରସୁଗୁଡାରେ କଂଗ୍ରେସ ଭଲ ଲଢେଇ କରିବ ।

ଏହାବି ପଢନ୍ତୁ- କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିବ: ମଲ୍ଲିକାର୍ଜୁନ ଖଡଗେ

ସୂଚନାଯୋଗ୍ଯଯେ ଷୋଡଶ ବିଧାନସଭାର ଯେତେ ଉପନିର୍ବାଚନ ହୋଇଛି କଂଗ୍ରେସ ସବୁଠି ନୈରାଶ୍ୟଜନକ ପ୍ରଦର୍ଶନ କରିଛି । କେବଳ ବ୍ରଜରାଜନଗରେ ଦଳ ବିଜେପିକୁ ତଳକୁ ପକାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ବାଲେଶ୍ୱର, ତିର୍ତ୍ତୋଲ, ଧାମନଗର, ପଦ୍ମପୁରରେ ଦଳ ଶୋଚନୀୟ ପରାଜୟ ବରଣ କରିଛି । କେବଳ 2022ରେ ବ୍ରଜରାଜନଗରରେ କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ଯାଇଥିଲା। ବିଜେଡି ପ୍ରାର୍ଥୀ ସ୍ବର୍ଗତ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତି ସେଠି ଜିତିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.