ETV Bharat / state

ବାଜିଲା ଝାରସୁଗୁଡା ବିଗୁଲ, ନିର୍ବାଚନ ଲାଗି ପ୍ରସ୍ତୁତ 3 ପ୍ରମୁଖ ଦଳ

ବିଜେଡି ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ଏହା ହେଉଛି ସମ୍ବିଧାନ ଅନୁଯାୟୀ ଏକ ପ୍ରକ୍ରିୟା । କୌଣସି ସିଟ ଫାଙ୍କା ପଡିଲେ ନିର୍ବାଚନ କମିଶନ 6 ମାସ ମଧ୍ୟରେ ନିର୍ବାଚନ ନେଇ ତାରିଖ ନିର୍ଦ୍ଧାରଣ କରିଥାନ୍ତି । ଝାରସୁଗୁଡା ଉପ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି । ନିର୍ବାଚନ ନେଇ ବିଜୁ ଜନତା ଦଳ ପ୍ରସ୍ତୁତ ରହିଛି । ପ୍ରାର୍ଥୀ ବାବଦରେ ଦଳର ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ । ନବ ଦାସଙ୍କ ହତ୍ୟା ଘଟଣା ନିର୍ବାଚନରେ ପ୍ରଭାବ ପକାଇବ ନାହିଁ । ଅଧିକ ପଢନ୍ତୁ

author img

By

Published : Mar 29, 2023, 7:31 PM IST

ବାଜିଲା ଝାରସୁଗୁଡା ବିଗୁଲ, ନିର୍ବାଚନ ଲାଗି ପ୍ରସ୍ତୁତ 3 ପ୍ରମୁଖ ଦଳ
ବାଜିଲା ଝାରସୁଗୁଡା ବିଗୁଲ, ନିର୍ବାଚନ ଲାଗି ପ୍ରସ୍ତୁତ 3 ପ୍ରମୁଖ ଦଳ
ବାଜିଲା ଝାରସୁଗୁଡା ବିଗୁଲ, ନିର୍ବାଚନ ଲାଗି ପ୍ରସ୍ତୁତ 3 ପ୍ରମୁଖ ଦଳ

ଭୁବନେଶ୍ବର: ବାଜି ସାରିଛି ଝାରସୁଗୁଡା ମହାମୁକାବିଲା ବିଗୁଲ । ନିର୍ବାଚନ ତାରିଖ ଘୋଷଣା ସହ ଲାଗୁ ହୋଇଛି ଜିଲ୍ଲାରେ ଆଦର୍ଶ ଆଚରଣ ବିଧି । 2024 ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡା ବ୍ୟାଟେଲ ସେମିଫାଇନାଲ ସଦୃଶ । ତେଣୁ 3 ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଲାଗି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଲଢେଇ ପାଇଁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି 3 ଦଳ ।

ବିଜେଡି ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ଏହା ହେଉଛି ସମ୍ବିଧାନ ଅନୁଯାୟୀ ଏକ ପ୍ରକ୍ରିୟା । କୌଣସି ସିଟ ଫାଙ୍କା ପଡିଲେ ନିର୍ବାଚନ କମିଶନ 6 ମାସ ମଧ୍ୟରେ ନିର୍ବାଚନ ନେଇ ତାରିଖ ନିର୍ଦ୍ଧାରଣ କରିଥାନ୍ତି । ଝାରସୁଗୁଡା ଉପ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି । ନିର୍ବାଚନ ନେଇ ବିଜୁ ଜନତା ଦଳ ପ୍ରସ୍ତୁତ ରହିଛି । ପ୍ରାର୍ଥୀ ବାବଦରେ ଦଳର ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ । ନବ ଦାସଙ୍କ ହତ୍ୟା ଘଟଣା ନିର୍ବାଚନରେ ପ୍ରଭାବ ପକାଇବ ନାହିଁ । ଲୋକେ ସତ ଜାଣିଲେଣି । କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ଲୋକେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ବିକାଶର ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି । ନବ ଦାସଙ୍କର ଦୁଃଖଦ ହତ୍ୟା ପରେ ବି ଲୋକେ ବିଜୁ ଜନତା ଦଳକୁ ତାଙ୍କର ରାୟ ଦେବେ । ଏହା ନିଶ୍ଚୟ ଭାବେ ଆଶା ରଖିଛୁ । ପଦ୍ମପୁରରୁ ଲୋକଙ୍କ ମୁଡ ଜଣାପଡିଛି । ଆଉ ଲୋକଙ୍କ ମୁଡକୁ କାଲକ୍ୟୁଲେସନ କରିବା ଆବଶ୍ୟକତା ନାହିଁ । ପଦ୍ମପୁର ବିଜେଡି ଲାଗି ଟର୍ଣ୍ଣିଙ୍ଗ ପଏଣ୍ଟ ଥିଲା । ଧାମନଗର ପରାଜୟ ପରେ ଅନେକ କଥା କୁହାଯାଉଥିଲା । ବିଜୁ ଜନତା ଦଳ ଶେଷ ହୋଇଗଲା । ପଛରେ ରହିଗଲା । ଦ୍ଵିତୀୟରେ ରହିଯିବ । ପଦ୍ମପୁର ଫଳାଫଳ ଆକଳନକୁ ଭୁଲ ପ୍ରମାଣିତ କରିଦେଲା । ଝାରସୁଗୁଡାରେ ମଧ୍ୟ ତାହା ପ୍ରମାଣିତ ହେବ ।

ଏହାବି ପଢନ୍ତୁ- Naba Das Murder Mystery: ଦୁଇ ମାସ ପରେ ବି ପୋଲିସ ହାତ ଖାଲି କହିଲେ ବିରୋଧୀ ଦଳନେତା

ଝାରସୁଗୁଡା ଉପନିର୍ବାଚନ ଉପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଝାରସୁଗୁଡାରେ ଦଳ ନିଶ୍ଚିତ ଲଢେଇ କରିବ । ଲଢେଇ ପାଇଁ ସେଠାରେ ଅନେକ ମୁଦ୍ଦା ରହିଛି । ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରିବ ଦଳ । କାରଣ ସେଠାକାର ସ୍ଥାନୀୟ ମନ୍ତ୍ରୀଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରାଯାଇଛି । ସରକାର ତାଙ୍କୁ ସରକାର ସୁରକ୍ଷା ଦେଇ ପାରିଲେନାହିଁ । ତାହାଲେ ସାଧାରଣ ଲୋକ କିପରି ସୁରକ୍ଷିତ ରହିବେ । ଓଡ଼ିଶାବାସୀ କିପରି ସୁରକ୍ଷିତ ରହିବେ । ଏ ପ୍ରସଙ୍ଗ ସହ ବେକାରୀ ସମସ୍ୟା, ଝାରସୁଗୁଡା ଜିଲ୍ଲାରେ ପାନୀୟ ଜଳ ସମସ୍ୟାକୁ ମଧ୍ୟ ଉଠାଯିବ । ଝାରସୁଗୁଡାରେ କଳ କାରଖାନା ଥାଇ ବି ବେକାରୀ ସମସ୍ୟା ବଢୁଛି । ମହିଳାଙ୍କ ଉପରେ ନିର୍ଯ୍ୟାତନା ବଢୁଛି । ଖଣି ଦୁର୍ନୀତି ଏବେ ଚରମ ସୀମାରେ ପହଁଚିଛି । ଏ ସବୁ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ିବ କଂଗ୍ରେସ ।

ଏହାବି ପଢନ୍ତୁୃ- କେସିଗାଁରେ ମିଳୁନି ମଧ୍ୟାହ୍ନ ଭୋଜନ: ଭୋକରେ ରହୁଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ମହଲରେ ଅସନ୍ତୋଷ

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେପି ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିଜେପି ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ବିଜେପି ଏକ କ୍ୟାଡ଼ର ବେଶ ପାର୍ଟି ହୋଇଥିବାରୁ ସାଙ୍ଗଠନିକ ଦୃଷ୍ଟିକୋଣରୁ ଦଳ ସବୁ ବେଳେ ଫିଟ ଥାଏ । ଏବେ ଆମର ବୁଥ ସଶକ୍ତିକରଣ କାର୍ଯ୍ୟକ୍ରମ ଚାଲିଛି । ଝାରସୁଗୁଡା ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ସେଠାରେ ଦଳ ଜୋରଦାର ଲଢେଇ କରିବ । ଆମେ ଯେମିତି ଧାମନଗର ଉପନିର୍ବାଚନରେ ଲଢ଼ିଥିଲୁ ଓ ଜିତିଥିଲୁ । ସେମିତି ଝାରସୁଗୁଡାରେ ମଧ୍ୟ ଲଢିବୁ ଓ ଜିତିବୁ । ସେଠି ଆମର ସଙ୍ଗଠନ ମଜବୁତ ଅଛି । ଗତ ନିର୍ବାଚନରେ ମଧ୍ୟ ଭଲ ଭୋଟ ପାଇଥିଲୁ । ଏହା 2024 ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ହେବ କି ନାହିଁ, ତାହା ତ ସମୟ କହିବ । କିନ୍ତୁ ପ୍ରତ୍ୟେକ ନିର୍ବାଚନକୁ ବିଜେପି ଗୁରୁତର ସହ ନେଇଥାଏ । ଯାହା ଫଳାଫଳ ଆସିବ, ତାକୁ ଦଳ ନିର୍ଣ୍ଣାୟକ ମୋଡ଼କୁ ନେଇଯିବ । ପରିବର୍ତ୍ତନର ସଙ୍କେତ ଦେବ । ତାସହ ହାଇକମାଣ୍ଡ ଠିକ ସମୟରେ ପ୍ରାର୍ଥୀ ଚୟନ କରିବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.