ETV Bharat / state

୨୪ ପାଇଁ ବିଲ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ: ଜୟ ନାରାୟଣ

Jayanarayan Mishra Reaction: ବିଜେପିର ‘ବିଲ’ ଥିଓରି । ରାଜ୍ୟ ସରକାରଙ୍କ ବିରୋଧରେ ସଂଘର୍ଷକୁ ଶାଣିତ କରିବ ବିଜେପି । ୨୧ରୁ ୨୧ ଲୋକସଭା ଆସନ ବିଜୟ ଓ ସଂଖ୍ୟା ଗରିଷ୍ଠତା ସହ ରାଜ୍ୟରେ ସରକାର ଗଢିବା ବିଜେପିର ମିଶନ ବୋଲି କହିଛନ୍ତି ଜୟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 27, 2023, 11:06 PM IST

୨୪ ପାଇଁ ବିଲ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ : ଜୟ ନାରାୟଣ

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ‘ବିଲ’ ଥିଓରି । ରାଜ୍ୟ ସରକାରଙ୍କ ବିରୋଧରେ ସଂଘର୍ଷକୁ ଶାଣିତ କରିବ ବିଜେପି । ବିଲ ପ୍ରସ୍ତୁତ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଜାନୁଆରୀରୁ ରାଜ୍ୟ ସରକାରଙ୍କ ବିରୋଧରେ ସଂଘର୍ଷ ଶାଣିତ ହେବ ବୋଲି ଜୟ କହିଛନ୍ତି ।

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଓଡ଼ିଶା ବିଜେପି ବିଧାୟକ ଭେଟିବା ପରେ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଲ ପ୍ରସ୍ତୁତ ରଖ । ବିଲରେ ବିହନ ବୁଣି ରଖିଥାଅ । ବର୍ଷା ହେଲେ ବିହନରୁ ଧାନ ହେବ । ଓଡିଶା ବିହନର ଲାଭ ପାଇବ । ପ୍ରଧାନମନ୍ତ୍ରୀ ଜାନୁଆରୀରେ ଓଡିଶା ଆସି ସାର ପକାଇ ବିଲ ଉର୍ବର କରିବେ । ବିଲ ଉର୍ବର କଥା ପ୍ରଧାନମନ୍ତ୍ରୀ ଜାଣିଛନ୍ତି । ଆଉ ଉର୍ବର ହେଲେ ଭଲ ଫସଲ ହେବ । ପ୍ରଧାନମନ୍ତ୍ରୀ ଆସିଲେ ବିଲ ଆଉ ଉର୍ବର କରିବେ ।

ବିଧାୟକ ମାନଙ୍କ ସହ ଆଲୋଚନା ବେଳେ ଜାନୁଆରୀରୁ ସଂଘର୍ଷକୁ ଶାଣିତ କରିବା ପାଇଁ ମୋଦି ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ସଂଘର୍ଷ ଓ ସଂଗଠନ ଉଭୟକୁ ଜୋରଦାର କରି ବିଲ ପ୍ରସ୍ତୁତ କରିବାକୁ ବିଧାୟକ ଦଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୋଦି । ଜାନୁଆରୀ ବେଳକୁ ସବୁ ସାଙ୍ଗଠନିକ କାମ ଶେଷ କରି ଦଳ ହଳ ପାଇଁ ବିଲକୁ ଓହ୍ଲାଇବ । ବର୍ଷା ହେବା କ୍ଷଣି ବିହନ ଗଜା ହେବ । ଆଉ ମୋଦି ନିଜେ ଜାନୁଆରୀରେ ଆସିବେ ବିଲ ଦେଖିବେ । ଏହା ସହ ସାର ପକାଇ ବିଲକୁ ଆହୁରି ଉର୍ବର କରିବେ ।ବିଜେପି ସଙ୍ଗଠନ ପ୍ରସ୍ତୁତ ହୋଇ ସାରିଛି । ଡିସେମ୍ବର ସୁଦ୍ଧା ସଂଗଠନ କାର୍ଯ୍ୟ ଶେଷ କରିଦେବୁ ।

ରାଜ୍ୟରେ ବିଜେଡି ବିରୋଧରେ ଜାନୁଆରୀରୁ ସଂଘର୍ଷ ଶାଣିତ ହେବ । ଜାନୁଆରୀ ଓ ଫେବୃଆରୀ ସଂଘର୍ଷର ମାସ ହେବ । ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଆହୁରି ଜୋରଦାର କରିବ ବିଜେପି । ରାଜ୍ୟରେ ପ୍ରସଙ୍ଗ ଭରି ରହିଛି । ରତ୍ନ ଭଣ୍ଡାର ଖୋଲିବା, କିପରି ଶ୍ରୀମନ୍ଦିର ଭିତରେ ଗୋ ମାଂସ ଭକ୍ଷଣକାରୀକୁ ପୂରାଇ ପ୍ରଚାର କରିଛନ୍ତି, ନିର୍ବାଚନ ପାଇଁ କିପରି ବିଜେଡି ନେତା ମଦ ବେପାରୀଙ୍କ ଘରେ ଟଙ୍କା ରଖିଥିଲେ, ବିକାଶରେ ଓଡିଶା ପଛରେ କାହିଁକି, ନାରୀ ନିର୍ଯାତନା, ଶିଶୁ ଚୋରି, ଖଣି ଲୁଟ ଭଳି ପ୍ରସଙ୍ଗ ହେବ ବିଜେପିର ମୁଦ୍ଦା । ଖଣି ପାଇଁ ବିଦ୍ୟୁତ ନୀତିକୁ ରାଜ୍ୟ ସରକାର ଏପଟ ସେପଟ କରିଛନ୍ତି । ରାଜ୍ୟରେ ପ୍ରସଙ୍ଗ ଭର୍ତ୍ତି ହୋଇଅଛି ।

ଏହା ମଧ୍ୟ ପଢନ୍ତୁ.....୧୪ରୁ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା, ଓଡ଼ିଶା ଆସିବେ ରାହୁଲ

ନିର୍ବାଚନ ମାହୋଲ ବନିବା ଆରମ୍ଭ ହେଲାଣି । ୨୧ରୁ ୨୧ ଲୋକସଭା ଆସନ ବିଜୟ ଓ ସଂଖ୍ୟା ଗରିଷ୍ଠତା ସହ ରାଜ୍ୟରେ ସରକାର ଗଢିବା ବିଜେପିର ମିଶନ । ଟିକେଟ ବଣ୍ଟନ ପାଇଁ ଆମର ପ୍ରମୁଖ ମାପଦଣ୍ଡ ରହିଛି । ଯିଏ ଦଳ ପାଇଁ ସମର୍ପିତ ଥିବ । ସମାଜ ପ୍ରତି ସମର୍ପିତ ଥିବ । ତା ନାଁରେ ବିଶେଷ କିଛି ଅଭିଯୋଗ ନଥିବ । ଜିତିବାର କ୍ଷମତା ରଖିଥିବ । ସେଇଭଳି ଲୋକଙ୍କୁ ଟିକେଟ ଦିଆଯିବ । ସଂଘୀୟ ବ୍ୟବସ୍ଥାରେ ସରକାର ଭିନ୍ନ କଥା । ରାଜ୍ୟ-କେନ୍ଦ୍ର ଲଢେଇ କଂଗ୍ରେସ ସରକାର ସମୟରେ ହେଉଥିଲା । କେନ୍ଦ୍ର - ରାଜ୍ୟ ଝଗଡା ହେଲେ ଦେଶ ବା ଓଡିଶା ବିକଶିତ ହୋଇପାରିବ ନାହିଁ । କେନ୍ଦ୍ରମନ୍ତ୍ରୀ ଆସି ଓଡିଶା ସରକାରଙ୍କୁ ଗାଳି ଦେଇଯିବା ଭଲ ପରମ୍ପରା ନୁହେଁ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.