ଖୋର୍ଦ୍ଧା : ଜଟଣୀ ଥାନା କୁଶମାଟି ଗାଁରେ ଘରେ ପଶି କଳାକନା ବୁଲାଇବା ଘଟଣାରେ ଦୁଇଜଣକୁ ଗିରଫ କଲା ଜଟଣୀ ପୋଲିସ । ଗତ ସୋମବାର ବିଳମ୍ୱିତ ରାତିରେ କୁମୁଦିନୀ ସାହୁ ଘରେ ନଥିଲେ । ତାଙ୍କ ପୁଅକୁ ଶୋଇବା ଘରେ ବାହାରୁ କବାଟ ଦେଇ ଘର ଛାତ ଉପର ସ୍କାଏଲାଇଟ ଭାଙ୍ଗି ଘରେ ପଶିଯାଇଥିଲେ ଚୋରମାନେ । ଘରେ ଥିବା ସମସ୍ତ ସୁନା ଓ ନଗଦ 70 ହଜାର ଟଙ୍କା ଚୋରି କରିନେଇଥିବାର ଜଟଣୀ ଥାନାରେ କୁମୁଦିନୀ ଅଭିଯୋଗ କରିଥିଲେ ।
ଜଟଣୀ ଥାନା ପୋଲିସ ତଦନ୍ତ କରି ଆଜି(ଗୁରୁବାର) କୁଶମାଟିର ଦୁଇଜଣକୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଚୋରି ହୋଇଥିବା ପଚାଶ ହଜାର ଟଙ୍କା ସହିତ ସୁନା ଅଳଙ୍କାର ଓ ଅନେକ ଜିନିଷ ଜବତ କରିଛି । ସେହିପରି ଏହି ଚୋରିରେ ଆଉ କେତେଜଣ ସାମିଲ ଅଛନ୍ତି, ସେ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ