ETV Bharat / state

ଜଟଣୀ ପୋଲିସ ପଞ୍ଝାରେ ଚେନ ଲୁଟେରା

author img

By

Published : Oct 16, 2020, 9:49 AM IST

ମହିଳାଙ୍କ ବେକରୁ ସୁନା ଗହଣା ଛିଣ୍ଡାଇ ନେଉଥିବା ଗ୍ୟାଙ୍ଗର ଜଣେ ସଦସ୍ୟଙ୍କୁ ଜଟଣୀ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ଗଡ ଖୋର୍ଦ୍ଧାର ସଂଗ୍ରାମ ନାୟକ । ପୋଲିସ ଚୋରି ସୁନା ଚେନକୁ ଜବତ କରିଛି । ସଂଗ୍ରାମ ନାଁରେ ବିଭିନ୍ନ ଥାନାରେ ବହୁ ମାମଲା ଥିବା ପୋଲିସ ସୂଚନା ଦେଇଛି ।

ଜଟଣୀ ପୋଲିସ  ହାତରେ ଧରା ପଡିଲା  ଚେନ ଲୁଟେରା
ଜଟଣୀ ପୋଲିସ ହାତରେ ଧରା ପଡିଲା ଚେନ ଲୁଟେରା

ଖୋର୍ଦ୍ଧା: ଚଳନ୍ତା ସ୍କୁଟି ଓ ବାଇକରେ ଯାଉଥିବା ମହିଳାଙ୍କ ବେକରୁ ସୁନା ଗହଣା ଛିଣ୍ଡାଇ ନେଉଥିବା ଗ୍ୟାଙ୍ଗର ଜଣେ ସଦସ୍ୟଙ୍କୁ ଜଟଣୀ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ଗଡ ଖୋର୍ଦ୍ଧାର ସଂଗ୍ରାମ ନାୟକ । ପୋଲିସ ଚୋରି ସୁନା ଚେନକୁ ଜବତ କରିଛି । ସଂଗ୍ରାମ ନାଁରେ ବିଭିନ୍ନ ଥାନାରେ ବହୁ ମାମଲା ଥିବା ପୋଲିସ ସୂଚନା ଦେଇଛି ।

ଜଟଣୀ ପୋଲିସ ହାତରେ ଧରା ପଡିଲା ଚେନ ଲୁଟେରା

ସୂଚନାନୁଯାୟୀ, ଗତ ସେପ୍ଟେମ୍ବର ୨ ତାରିଖ ଏକ ଦମ୍ପତି ସ୍କୁଟିରେ ଯାଉଥିଲେ ସେହି ସମୟରେ ପଟେଲ ମାର୍ଗ ମୁଖ୍ୟ ରାସ୍ତାରେ ଅଭିଯୁକ୍ତ ଏକ ପଲସର୍ ବାଇକରେ ଆସି ସ୍ଵାମୀଙ୍କ ସହ ସ୍କୁଟି ପଛରେ ବସିଥିବା ତାଙ୍କ ପତ୍ନୀଙ୍କ ଠାରୁ ଏକ ସୁନା ଚେନ୍‌ ଛିଣ୍ଡାଇ ନେଇ ପଳାଇଥିଲା । ପରେ ଖୋର୍ଦ୍ଧାରେ ସୁନା ବନ୍ଧକ ରଖି ଋଣ ଦେଉଥିବା ଏକ ଘରୋଇ ସଂସ୍ଥାରେ ଗହଣା ବନ୍ଧା ପକାଇ ଟଙ୍କା ନେଇ ଚାଲି ଯାଇଥିଲେ । ଦମ୍ପତିଙ୍କ ଏତଲାକ୍ରମେ ଜଟଣୀ ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇଥିଲା ।

ଗୁରୁବାର ଲୁଟେରାକୁ ପୋଲିସ ଗିରଫ କରି ଚୋରି ସୁନା ଚେନ ଜବତ କରିଛି । ଅଭିଯୁକ୍ତ ଜଣକ ଗଡ଼ ଖୋର୍ଦ୍ଧାର ସଂଗ୍ରାମ ନାୟକ । ସଂଗ୍ରାମଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ମାମଲା ଥିବା ପୋଲିସ ଜଣାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.