ETV Bharat / state

ହୋଲି ପାଇଁ ମେଲିଛି ରଙ୍ଗର ପସରା, ରଙ୍ଗ କିଣିବା ନେଇ ଚଳଚଞ୍ଚଳ ଜଟଣୀ ସହର - ରଙ୍ଗର ପର୍ବ ହୋଲି

ଆଉ ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି । ଏନେଇ ଖୋର୍ଦ୍ଧା ଜିଲ୍ଲାର ବାଣିଜ୍ୟିକ ପେଣ୍ଠ ସ୍ଥଳ ଜଟଣୀ ସହର ଜମିଛି ରଙ୍ଗବେରଙ୍ଗ ଅବିରର ପସରା । ଅଧିକ ପଢନ୍ତୁ

Holi 2023
Holi 2023
author img

By

Published : Mar 2, 2023, 4:30 PM IST

ରଙ୍ଗ କିଣିବାକୁ ନେଇ ଚଳଚଞ୍ଚଳ ଜଟଣୀ ସହର

ଖୋର୍ଦ୍ଧା: ଆସୁଛି ରଙ୍ଗର ପର୍ବ ହୋଲି । ଏଥିପାଇଁ ଜିଲ୍ଲାର ବାଣିଜ୍ୟିକ ପେଣ୍ଠ ସ୍ଥଳ ଜଟଣୀ ସହର ହୋଇଉଠିଛି ଚଳଚଞ୍ଚଳ । ପ୍ରତ୍ୟେକ ହୋଲସେଲର ବା ସିଜନ୍ ହାଉସରେ ଖୁଚୁରା ବେପାରୀମାନଙ୍କର ଭିଡ଼ ଲାଗି ରହିଛି । ବଜାରରେ ଅନେକ ରଙ୍ଗବେରଙ୍ଗର ଫଗୁ ସହ ହୋଲି ଖେଳ ପାଇଁ ପିଚକାରୀ ମଧ୍ୟ ବିକ୍ରି ହେଉଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ମୁଖା ଓ ଟୋପି ମଧ୍ୟ ବିକ୍ରି ହେଉଛି । ହୋଲି ପର୍ବ ପାଇଁ ରହିଥିବା ସ୍ବତନ୍ତ୍ର ଦୋକାନରେ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

କୋରୋନା କଟକଣା ଯୋଗୁଁ ଦୁଇବର୍ଷ ହେବ ହୋଲି ବନ୍ଦ ରହିଥିଲା । ଚଳିତବର୍ଷ କଟକଣା ହଟିଥିବାରୁ ଏବେଠାରୁ ବଜାରରେ ମେଲିଲାଣି ରଙ୍ଗର ପସରା । ଚଳିତ ବର୍ଷ ସର୍ବସାଧାରଣ ସ୍ଥଳରେ ହୋଲି ଖେଳକୁ ନେଇ ଅନୁମତି ରହିଥିବା ବେଳେ ବ୍ୟବସାୟୀମାନେ ବିଭିନ୍ନ ପ୍ରକାର ଫଗୁକୁ ନେଇ ଦୋକାନ ସଜେଇବା ଆରମ୍ଭ କରିଛନ୍ତି। ଏଥିଲାଗି ଭଳିକି ଭଳିକି ରଙ୍ଗ ଓ ଅବିରର ପସରା ଏବେ ସହରରେ ସବୁ ଛୋଟ ବଡ଼ ଦୋକାନରେ । ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ପିଚକାରୀ, ମୁଖା, ଟୋପି ଆଦି ବିଭିନ୍ନ ପ୍ରକାରର ସାମଗ୍ରୀ ମଧ୍ୟ ବିକ୍ରି ହେଉଛି ।

ଏହା ବି ପଢନ୍ତୁ- ଦୁଇ ଆଶାବାଡ଼ି ଭରସାରେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ନରେଶ, ସହାୟତା ପାଇଁ ନିବେଦନ

ବଜାରକୁ ଆସିଛି ବିଭିନ୍ନ ରଙ୍ଗର ଅବିର । ରାସାୟନିକ ରଙ୍ଗ ଦେହ ପାଇଁ କ୍ଷତିକାରକ ହୋଇଥିବାରୁ ଦୋକାନୀମାନେ ହର୍ବାଲ ରଙ୍ଗ ବିକ୍ରି କରୁଛନ୍ତି ଏବଂ ଏହାର ଅଧିକ ଚାହିଦା ଚଳିତବର୍ଷ ରହିଛି । ଆଉ ଏଥର ଲୋକେ ହର୍ବାଲ ରଙ୍ଗ ପ୍ରତି ବେଶ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଇଛି । ହର୍ବାଲ ରଙ୍ଗର କିଣାବିକା ବି ବଢିବାରେ ଲାଗିଛି । ବଜାରରେ ମିଳୁଥିବା ସାଧାରଣ ଫଗୁ କିଲୋପିଛା ୧୫୦ ଟଙ୍କାରରେ ବିକ୍ରି ହେଉଛି । ବହୁ ଦୋକାନରେ କେମିକାଲ ରଙ୍ଗ ଆଉ ବିକ୍ରି କରାଯାଉନି । ରଙ୍ଗର ବ୍ୟବସାୟ ଆଉ ଦୁଇ ତିନି ଦିନ ପରେ ଭଲ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।

ସେହିପରି ଛୋଟ ପିଲାଙ୍କ ପାଇଁ ବନ୍ଧୁକରେ କାର୍ଟୁନ ହାତୀ, ବାଘ, ଘୋଡ଼ା ଆଦିର ଚିତ୍ର କରାଯାଇଛି । ଏସବୁର ଦାମ ୪୦ରୁ ୫୦୦ଟଙ୍କା ପର୍ଯ୍ୟନ୍ତ ରହିଛି । ବିଭିନ୍ନ ଫଳ ଆକୃତିର ପିଚକାରୀ ବି ମିଳୁଛି । ରଙ୍ଗ ଫୋପାଡ଼ିବା ପାଇଁ ବେଲୁନ ମିଳୁଛି । ଏହାର ଦାମ ପ୍ୟାକେଟ ପିଛା ୫୦ରୁ ୧୦୦ ଟଙ୍କା ରହିଛି । ହୋଲିରେ ଅନ୍ୟତମ ଆକର୍ଷଣ ବିଭିନ୍ନ ପ୍ରକାରର ମୁଖା ବି ଦୋକାନରେ ମିଳୁଛି । ପଶୁ ମୁଖା, ଭୂତ, କ୍ରିସ୍‌, ସ୍ପାଇର୍ଡ ମ୍ୟାନ୍‌, ଜୋକର ଆଦିର ମୁଖା ଉପଲବ୍ଧ ହେଉଛି । ପଶୁ ଓ ଭୂତର ଦାମ ଡିଜାଇନ ଅନୁସାରେ ୩୦ରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

ପିଲାଙ୍କ ପାଇଁ ଡୋରେମନ୍‌, ନଞ୍ଜିା ହାତୋଡି, ଛୋଟା ଭିମ, କ୍ରିସ୍‌, ମୋଟୁ ଓ ପତ୍‌ଲୁ, ପିକାଚୁ ଭଳି କାର୍ଟୁନଙ୍କୁ ମୁଖା ରହିଛି । ଏହା ସହ ହୋଲି ପାଇଁ ପଗଡ଼ି, ଜୋକର, ହ୍ୟାଟ, ସାଧା ଟୋପି ବି ଦୋକାନରେ ମିଳୁଛି । ଚଳିତବର୍ଷ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ଏହାସହ ଚଳିତ ବର୍ଷ ଲୋକେ ମଧ୍ୟ ବେଶ ଧୁମଧାମର ସହିତ ହୋଲି ଖେଳ ପାଳନ କରିବେ ବୋଲି ଆଶା ରଖିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.