ETV Bharat / state

ଓଡ଼ିଶାରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା,ପରିଦର୍ଶନ କଲେ ବିଶ୍ବ ଦକ୍ଷତା କେନ୍ଦ୍ର - ବିଶ୍ବ ଦକ୍ଷତା କେନ୍ଦ୍ର

ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବର ସ୍ଥିତ ବିଶ୍ବ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ ଓଡ଼ିଶାରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଅଧିକ ପଢନ୍ତୁ

ମନୋଜ ସିହ୍ନାଙ୍କ  ବିଶ୍ବ ଦକ୍ଷତା କେନ୍ଦ୍ର ପରିଦର୍ଶନ

author img

By ETV Bharat Odisha Team

Published : Nov 4, 2023, 8:14 AM IST

ଭୁବନେଶ୍ବର: ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଓଡ଼ିଶା ଗସ୍ତ କରିଛନ୍ତି । ଶୁକ୍ରବାର ଉପରାଜ୍ୟପାଳ ଓଡ଼ିଶା ଆସି ଭୁବନେଶ୍ବର ଠାରେ ସ୍ଥିତ ବିଶ୍ବ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି । ସେ ବିଶ୍ବ ଦକ୍ଷତା କେନ୍ଦ୍ରରେ ପହଞ୍ଚି ବିଭିନ୍ନ ଲାବୋରେଟୋରି ବୁଲି ଦେଖିଥିଲେ । ଏଥିସହ ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକମାନଙ୍କ ସହ କଥା ହୋଇ ଏଠାରେ ଦିଆଯାଉଥିବା ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ ।

ଓଡ଼ିଶାରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା

ମନୋଜ ସିହ୍ନା ବିଶ୍ବ ଦକ୍ଷତା କେନ୍ଦ୍ରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା । ଏହି ଅବସରରେ ସେ କହିଥିଲେ, ''ବର୍ତ୍ତମାନ ସମୟରେ ଦେଶ ବା ରାଜ୍ୟର ବିକାଶରେ ଦକ୍ଷ ଯୁବପିଢିଙ୍କର ଆବଶ୍ୟକତା ରହିଛି । ଏ ଦିଗରେ ବିଶ୍ବ ଦକ୍ଷତା କେନ୍ଦ୍ର ଏକ ବଡ ଭୂମିକା ଗ୍ରହଣ କରୁଛି । ଏଠାରେ ଓଡ଼ିଶାର ଯୁବପିଢି ଶିଳ୍ପ ତାଲିମ ନେଇ ସେମାନଙ୍କ ଦକ୍ଷତାକୁ ଏକ ନୂଆ ଶିଖରକୁ ନେଇପାରୁଛନ୍ତି ।'' ବିଶ୍ବ ଦକ୍ଷତା କେନ୍ଦ୍ରର ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗରେ ଥିବା ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମକୁ ମଧ୍ୟ ଉପରାଜ୍ୟପାଳ ପ୍ରଶଂସା କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଆବୁଧାବୀରେ ନିର୍ମାଣାଧୀନ BPS ହିନ୍ଦୁ ମନ୍ଦିର ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଶ୍ବ ଦକ୍ଷତା କେନ୍ଦ୍ରରେ ଚଳିତ ଶିକ୍ଷାବର୍ଷରୁ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ବିଷୟରେ ନୂତନ ପାଠ୍ୟକ୍ରମ ଆରମ୍ଭ ହୋଇଛି । ତେଣୁ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ସହିତ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ମେକାଟ୍ରୋନିକ୍ସ, ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ ସହିତ ସ୍କୁଲ ଅଫ୍ ସର୍ଭିସେସର ବିଭିନ୍ନ ବିଭାଗକୁ ଯାଇଥିଲେ । ଏହି ସମୟରେ ସରକାରୀ ଆଇଟିଆଇ ଓ ପଲିଟେକନିକ କଲେଜର ପ୍ରଶିକ୍ଷକମାନଙ୍କ ଦକ୍ଷତା ବିକାଶ ପାଇଁ ବିଶ୍ବ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ସମୟରେ କରାଯାଉଥିବା ଟ୍ରେନିଂ ଅଫ୍ ଟ୍ରେନର୍ସ କାର୍ଯ୍ୟକ୍ରମକୁ ସେ ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଗସ୍ତରେ ଉପରାଜ୍ୟପାଳଙ୍କ ସହିତ ତାଙ୍କର ପ୍ରମୁଖ ସଚିବ ଡକ୍ଟର ମନଦୀପ କୁମାର ଭଣ୍ଡାରି, ଓଏସଡି ଲେଫ୍ଟେନା କର୍ଣ୍ଣଲ ପ୍ରଶାନ୍ତ ଜନକର, ଜମ୍ମୁ କାଶ୍ମୀର ଦକ୍ଷତା ବିକାଶ ବିଭାଗର ସଚିବ ସୌରଭ ଭଗତ, ଅହମ୍ମଦାବାଦ ବିଶ୍ବବିଦ୍ୟାଳୟର କୁଳପତି ତଥା ପରିଚାଳନା ବୋର୍ଡର ଅଧ୍ୟକ୍ଷ ପ୍ରଫେସର ପଙ୍କଜ ଚନ୍ଦ୍ରା ଆସିଥିଲେ ।

ବିଶ୍ବ ଦକ୍ଷତା କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ସୁବ୍ରତ ବାଗଚୀ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଉଷା ପାଢୀ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି, ଅତିରିକ୍ତ ସଚିବ ତଥା ବିଶ୍ବ ଦକ୍ଷତା କେନ୍ଦ୍ରର ସିଇଓ ପିନାକୀ ପଟ୍ଟନାୟକ, କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଶୁଭଙ୍ଗ କିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.