ETV Bharat / state

ପ୍ରଭାବିତ ହୋଇପାରେ ଜେଲ୍ ପରିଚାଳନା, ଆମରଣ ଅନଶନକୁ ଓହ୍ଲାଇଲେ କର୍ମଚାରୀ - ଜେଲ କର୍ମଚାରୀଙ୍କ ଆମରଣ ଅନଶନ

ଆମରଣ ଅନଶନକୁ ଓହ୍ଲାଇଛନ୍ତି ଜେଲ କର୍ମଚାରୀ । କର୍ମଚାରୀ ଅଭାବରୁ କାରାଗାର ପରିଚାଳନାରେ ବଡ଼ ସମସ୍ୟା ଉପୁଜିବାର ଆଶଙ୍କା କରାଯାଉଛି । ଅଧିକ ପଢନ୍ତୁ

jail staff union stages hunger strike
ଜେଲ କର୍ମଚାରୀଙ୍କ ଆମରଣ ଅନଶନ
author img

By ETV Bharat Odisha Team

Published : Sep 25, 2023, 9:34 PM IST

ଜେଲ କର୍ମଚାରୀଙ୍କ ଆମରଣ ଅନଶନ

ଭୁବନେଶ୍ବର: ଜେଲରେ କଏଦୀ ପରିଚାଳନାରେ ପଡ଼ିପାରେ ପ୍ରଭାବ । କାରଣ ଦୀର୍ଘ ୧୨ ଦିନ ଧରି କଳାବ୍ୟାଚ୍ ପିନ୍ଧି ପ୍ରତିକାତ୍ମକ ଧାରଣା ପରେ ଶେଷରେ ଆମରଣ ଅନଶନକୁ ଓହ୍ଲାଇଛନ୍ତି ଜେଲ କର୍ମଚାରୀ । ଯେଉଁଥିରେ ଜେଲ ଓ୍ବାର୍ଡରଙ୍କ ଠାରୁ ଆରମ୍ଭ କରି ହାବିଲଦାର ଓ ଚିଫ୍ ଓ୍ବାର୍ଡରଙ୍କ ଭଳି ଜେଲ କର୍ମଚାରୀ ସାମିଲ ଅଛନ୍ତି । ଏନେଇ ଜେଲ ଆସୋସିଏସନ ସଭାପତି ରାଜେଶ କୁମାର‌ ସାହୁ କହିଛନ୍ତି, "ଅନଶନ ଯୋଗୁଁ ଯଦି ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦିଏ ତେବେ ହସ୍ପିଟାଲରେ ସ୍ଵାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଛୁଟିରେ ରହିବୁ ପଛେ ଆନ୍ଦୋଳନରୁ ହଟିବୁ ନାହିଁ ।" ଏଭଳି ନିଷ୍ପତ୍ତି ନେଇ ସବୁ ଜେଲରେ ଧାରଣା ଦେବା ଆରମ୍ଭ କରିଛନ୍ତି କର୍ମଚାରୀ । ଫଳରେ ଜେଲ କର୍ମଚାରୀ ଅଭାବ କାରଣରୁ ଜେଲ ଓ କଏଦୀ କାରାଗାର ପରିଚାଳନାରେ ବଡ଼ ସମସ୍ୟା ଉପୁଜିବାର ଆଶଙ୍କା କରାଯାଉଛି ।

ଧାରଣାକୁ ଓହ୍ଲାଇଥିବା ଅଲ୍ ଓଡ଼ିଶା ଜେଲ ଏମ୍ପ୍ଲୋଇଜ ଆସୋସିଏସନର ୫ ଦଫା ଦାବି ରହିଛି । "ଓ୍ବାର୍ଡର ଓ ଚିଫ ଓ୍ବାର୍ଡରମାନଙ୍କର ଗ୍ରେଡ ପେ ବୃଦ୍ଧି କରାଯାଉ, ଯେଉଁ ହିସାବରେ ଗ୍ରେଡ ପେ ମିଳୁଛି ସେଥିରେ ପରିବାର ପ୍ରତିପୋଷଣ ଓ ଚଳିବାରେ ସମସ୍ୟା ଉପୁଜିଛି । ତେଣୁ ଗ୍ରେଡ୍ ପେରେ ବୃଦ୍ଧି କରାଯାଉ । ନିଜ ସବଡିଭିଜନକୁ ବଦଳି ନୀତି ଲାଗୁ କରାଯାଉ" ବୋଲି ଦାବି କରିଛନ୍ତି ଆନ୍ଦୋଳନକାରୀ ।

ଖାଲି ସେତିକି ନୁହେଁ, "ଜେଲ ବିଭାଗରେ ସୀମିତ ସଂଖ୍ୟକ କର୍ମଚାରୀଙ୍କ ଯୋଗୁଁ ଛୁଟି ମିଳିବା କଷ୍ଟକର ହେଉଛି । ଯେଉଁ ସମୟରେ ଛୁଟି ମିଳୁଛି ଘର ଠାରୁ ଦୂରରେ ପୋଷ୍ଟିଂ ଯୋଗୁଁ ନିର୍ଦ୍ଦିଷ୍ଟ ସମୟ ସୀମାରେ ଘର ଲୋକଙ୍କୁ ଦେଖାଶୁଣା କରିବା ବାପା,ମା ଓ ସ୍ତ୍ରୀ ପିଲାଙ୍କ କଥା ବୁଝିବା ଆଦି କଷ୍ଟକର ହେଉଛି । ଏପରିକି ସ୍ବଳ୍ପ ଦରମାରେ ଘରକୁ ଯିବା ପାଇଁ ଯାତାୟତ ଖର୍ଚ୍ଚ ରୋଜଗାର ଠାରୁ ମଧ୍ୟ ଅଧିକ ହେଉଛି । ତେଣୁ ନିଜ ସବଡିଭିଜନକୁ ବଦଳି ହେଲେ ଘର ପାଖରେ ରହି ପରିବାରର ଦେଖାଶୁଣା କରିହେବ" କହି ଜିଦରେ ଅଡ଼ି ବସିଛନ୍ତି କର୍ମଚାରୀ ।

ଏହା ବି ପଢନ୍ତୁ...ଧାରଣାରତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଭେଟିଲା ବିଜେପି, ବିଧାନସଭାରେ ଦାବି ଉଠାଇବାକୁ ଦେଲା ପ୍ରତିଶୃତି

ସେହିପରି ଖାଦ୍ୟ ଭତ୍ତା ମାସକୁ ୪୦୦ ଟଙ୍କା ରହିଥିବାବେଳେ ଏହାକୁ ବୃଦ୍ଧି କରିବା ପାଇଁ ଦାବି ହୋଇଛି । ଦରଦାମ ବୃଦ୍ଧି ହେତୁ ମାସକ ୪୦୦ ବଦଳରେ ୧ ହଜାର ୪୦୦ ଟଙ୍କା କରିବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ । ଅନ୍ୟପଟେ "ସରକାର ଲାଗୁ କରିଥିବା ୧୩ ମାସିଆ ଦରମା ପାଇଁ ଯେଉଁ ସବୁ ସର୍ତ୍ତ ରହିଛି, ତାହା ଉପଯୁକ୍ତ ନୁହେଁ । ଦରମା ୧୩ ମାସର‌ ଦେବା କଥା ସରକାର କହୁଥିବାବେଳେ ତା'ର‌ ଅର୍ଥରାଶି କମ ରହୁଛି । ତେଣୁ ତାକୁ ମଧ୍ୟ ବୃଦ୍ଧି କରାଯିବାକୁ ଦାବି ହୋଇଛି । ସେହିପରି ଦୀର୍ଘଦିନ ଧରି କାମ କରିବା ପରେ ମଧ୍ୟ ପ୍ରମୋସନ ମିଳୁନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କର୍ମଚାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.