ଭୁବନେଶ୍ବର: ଜଗଦଲପୁର ମହାନଗର ନିଗମ ମେୟର ସଫିରା ସାହୁ, କମିଶନର ଦିନେଶ ନାଗଙ୍କ ସମେତ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ବିଏମସି ମେୟର ସୁଲୋଚନା ଦାସ ଏହି ପ୍ରତିନିଧି ଦଳକୁ ସ୍ୱାଗତ କରିବା ସହ ବିଏମସି ଅଞ୍ଚଳରେ ପରିମଳ କ୍ଷେତ୍ରରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ । ବିଶେଷ ଭାବେ ଉଭୟଙ୍କ ଭିତରେ କଠିନ ବର୍ଯ୍ୟବସ୍ତୁ ପରିଚାଳନା ସମ୍ବନ୍ଧରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା ।
ସହରରରୁ ବାହାରୁ ଥିବା ଆବର୍ଜନାର ପ୍ରକ୍ରିୟାକରଣ, ପୁନଃ ଚକ୍ରଣ ଆଦି ବିଷୟରେ ପ୍ରତିନିଧି ଦଳଦଳ ପଚାରି ବୁଝିଥିଲେ । ସହର ପରିଦର୍ଶନ ସମୟରେ ହକି ବିଶ୍ବକପ୍ ପାଇଁ ସଜେଇ ହୋଇଥିବା ରାଜଧାନୀ ଭୁବନେଶ୍ବରର ସୌନ୍ଦର୍ଯ୍ୟତା ଏବଂ ପରିମଳ ବ୍ୟବସ୍ଥା ସେମାନଙ୍କୁ ବିଭୋର କରିଥିଲା । ଏଥିପାଇଁ ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣକୁ ଆସିଥିବା ଟିମ୍ ଅନନ୍ୟ ବୋଲି ଉଲ୍ଲେଖ କରିବା ସହ ଭୂୟସୀ ପ୍ରଶଂସା କରିଥିଲେ ମେୟର ସଫିରା ସାହୁ । ଏହାସହ ଗସ୍ତରେ ଟିମ୍ ଫେକାଲ ସ୍ଲଜ୍ ଟ୍ରିଟ୍ମେଣ୍ଟ ଓ ୱେଲଥ୍ ସେଣ୍ଟର ପରିଚାଳନା ପ୍ରକିୟା ବିଷୟରେ ଜାଣିବାକୁ ପାଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: Hockey World Cup: ଆଜି ଭାରତ-ଇଂଲଣ୍ଡ ମୁକାବିଲା, ବିଜୟଧାରା ବଜାୟ ଲକ୍ଷ୍ୟରେ ଟିମ ଇଣ୍ଡିଆ
ଲିଙ୍ଗରାଜ ମନ୍ଦିର ଷ୍ଟେସନ ରୋଡ୍ ସ୍ଥିତ ୱେଲଥ୍ ସେଣ୍ଟର ଏବଂ ସୈନିକ ସ୍କୁଲ ନିକଟବର୍ତ୍ତୀ ଟେମ୍ପୋରାରି ଟ୍ରାନଜିଟ୍ ଷ୍ଟେସନ (ଟିଟିଏସ୍) ଅଞ୍ଚଳ ଓ ନିକଟସ୍ଥ ଅଞ୍ଚଳରେ ବୁଲି ଦେଖଥିଲେ । ହକି ବିଶ୍ୱକପ୍କୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଜଗଦଲପୁର ମେୟର ସାହୁ ପ୍ରଶଂସା କରିଥିଲେ । ଇ-ବର୍ଜ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଅନୁକରଣୀୟ ବୋଲି ସେ କହିଥିଲେ । ଜଗଦଲପୁର ମହାନଗର ନିଗମ କମିଶନରଙ୍କ ସହ ବରିଷ୍ଠ ଅଧିକାରୀମାନେ ମଧ୍ୟ ଆସିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ରାଜଶ୍ରୀ ମୃତ୍ୟୁ ଘଟଣାରେ ନୂଆମୋଡ଼: ଇଂରାଜୀ ସୁଇସାଇଡ ନୋଟ୍କୁ ନେଇ ପରିବାରର ସନ୍ଦେହ
ଗସ୍ତ ସାରି ଫେରିବା ବେଳେ ଜଗଦଲପୁର ମେୟରଙ୍କୁ ଭୁବନେଶ୍ବର ମେୟର ସୁଲୋଚନା ଦାସ ସମ୍ବର୍ଦ୍ଧତା କରିଥିଲେ । ବିଏମସି ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୁର ବିକାଶ, ଡେପୁଟି କମିଶନର (ପରିମଳ) ଶୁଭେନ୍ଦୁ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ରାଜଧାନୀରୁ ସେମାନେ ଭଲ ଅନୁଭୂତି ନେଇ ଯାଇଥିବା ବେଳେ ଆମେ ମଧ୍ୟ ନୂଆ କିଛି ଟେକ୍ନୋଲୋଜି ସେମାନଙ୍କ ଠାରୁ ଜାଣିପାରିଲୁ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ।
ଇଟିଭି ଭାରତ, ଭୁବନେଶ୍ବର