ETV Bharat / state

ଜେଲ କୋଠରୀରେ ନାଗ ଚାନ୍ଦ ଦମ୍ପତି, ଜବତ ଡାଏରୀକୁ ନେଇ ବଢିଲା ସସପେନ୍ସ ?

ଝାରପଡ଼ା ଜେଲରେ ନାଗ ଚାନ୍ଦ ଦମ୍ପତି । ଜେଲ କୋଠରୀରେ ନାଗ ଚାନ୍ଦ ଦମ୍ପତି । ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଗିରଫ ହେବା ପରେ ଜେଲରେ ପ୍ରଥମ ରାତି କଟିଛନ୍ତି । ଜଗବନ୍ଧୁଙ୍କ ଠାରୁ ଜବତ ଡାଏରୀକୁ ନେଇ ବଢିଲା ସସପେନ୍ସ । ଅଧିକ ପଢନ୍ତୁ

author img

By

Published : Oct 22, 2022, 5:55 PM IST

Updated : Oct 22, 2022, 7:49 PM IST

ଜେଲ କୋଠରୀରେ ନାଗ ଚାନ୍ଦ ଦମ୍ପତି
ଜେଲ କୋଠରୀରେ ନାଗ ଚାନ୍ଦ ଦମ୍ପତି

ଭୁବନେଶ୍ବର: ଦିନେ ଦାମୀ ଆକର୍ଷଣୀୟ ଇଣ୍ଟରିୟର ଡିଜାଇନର ଆଲିଶାନ ବଙ୍ଗଳାରେ କଟୁଥିଲା ରାତି । ବିନା ଏସିରେ ନିଦ ଆସୁନଥିଲା ଏବେ କିନ୍ତୁ ଜେଲର ଅନ୍ଧାର କୋଠରିରେ କଟୁଛି ରାତି । ନା ଡାଇନିଂ ଟେବୁଲରେ ଖାଦ୍ୟ ପରସା ଯାଉଛି ନା ଏସି ପବନ ବାଜୁଛି । ଦିନେ ଦାମି ଗାଡି, ଦାମି ପଲଙ୍କ ଓ ସୋଫାରେ ବସୁଥିଲେ । ଶେଷରେ ଦେଖିବାକୁ ପଡିଛି ଜେଲର ଅନ୍ଧାର କୋଠରିର ଧିମିଧିମି ଆଲୁଅକୁ । ଯେଉଁଠି ଭାଗ୍ୟଚକ୍ରରେ ବଦଳିଯାଇଛି ନାଗ ଚାନ୍ଦ ଦମ୍ପତିଙ୍କ ଠିକଣା । ରୂପା ଗ୍ଲାସରେ ପାଣି ପିଉଥିବା ଏହି ଦମ୍ପତିଙ୍କ ପାଇଁ ଏବେ ଠିକଣା ସାଜିଛି ଝାରପଡା ଜେଲ ।

ଜେଲ କୋଠରୀରେ ନାଗ ଚାନ୍ଦ ଦମ୍ପତି, ଜବତ ଡାଏରୀକୁ ନେଇ ବଢିଲା ସସପେନ୍ସ ?

ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଗିରଫ ହେବା ପରେ ଜେଲରେ ପ୍ରଥମ ରାତି କଟିଛନ୍ତି ନାଗ ଚାନ୍ଦ ଦମ୍ପତି । ଅୟସ ଆରମ ଜୀବନଶୈଳୀରୁ ଜେଲର ଚାରି କାନ୍ଥ ମଧ୍ୟରେ ଏବେ ପ୍ରତିଶୋଧ‌ର ନିଆଁରେ ଜଳୁଛନ୍ତି ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ । ଝାରପଡା ଜେଲରେ ଅର୍ଚ୍ଚନା ୧୫ ଦିନରୁ ଅଧିକ ସମୟ କଟାଇ ସାରିଥିବା ବେଳେ ଜଗବନ୍ଧୁ ଗିରଫ ହୋଇ ଜେଲ ଆସିବା ପରେ ପ୍ରଥମ ଦିନ କଟାଇଛନ୍ତି ଜେଲରେ ।

ଏହା ମଧ୍ୟ ପଢନ୍ତୁ: ଜେଲଗଲେ ଜଗବନ୍ଧୁ: ଅର୍ଚ୍ଚନା ଷଡଯନ୍ତ୍ରରେ ସାମିଲ ଥିଲେ ଜଗବନ୍ଧୁ, ଡିସିପି ପ୍ରତୀକ ସିଂଙ୍କ ସୂଚନା

ଜେଲରେ ପ୍ରଥମ ଦିନରେ ରହଣୀ କଷ୍ଟକର ହୋଇଥିବା ଚର୍ଚ୍ଚା ହେଉଛି । ଫଳରେ ଅସୁସ୍ଥ ହୋଇ କ୍ୟାପିଚାଲ ହସ୍ପିଚାଲରେ ଚିକିତ୍ସିତ ହେବାପରେ ପୁଣି ଫେରିଛନ୍ତି ଝାରପଡାର ଜେଲ କୋଠରିକୁ । ପ୍ରଥମ ପର୍ଯ୍ୟାୟରେ ଅର୍ଚ୍ଚନାଙ୍କ ଜାମିନ ଖାରଜ ପରେ ଏବେ ପୁଣି ଲାଗିଛି ନୟାପଲ୍ଲୀ କେସର ଟ୍ୟାଗ୍ । ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକ ମେଲିଂ ଘଟଣାକୁ ନେଇ ଅର୍ଚ୍ଚନାଙ୍କ ଜାମିନ ଓ ଜଗବନ୍ଧୁଙ୍କ ଜେଲରୁ ମୁକୁଳିବା ହୋଇପାରେ ପ୍ରତିବନ୍ଧକ ।

ଏହା ମଧ୍ୟ ପଢନ୍ତୁ: Archana Nag case: ପ୍ରସଙ୍ଗ ବିଧାନସଭାରେ ଉଠାଇବୁ, ସରକାରଙ୍କୁ ଜବାବ ମାଗିବୁ: ତାରା

ଅନ୍ୟପଟେ ଅର୍ଚ୍ଚନାଙ୍କୁ ଗିରଫ କରିବାର କିଛି ଦିନ ପରେ ତାଙ୍କ ଆଲିଶାନ ବଙ୍ଗଳାରୁ ଜବତ ହୋଇଥିଲା ହାର୍ଡଡିସ୍କ । ଯେଉଁଥିରେ କି ଲେଡି ବ୍ଲାକମେଲରଙ୍କ କଳା ସାମ୍ରାଜ୍ୟର ଗୁମର ଥାଇ ପାରେ ବୋଲି କୁହାଯାଉଥିଲା । ହେଲେ ହାର୍ଡ ଡିସ୍କରେ ଥିବା ଅନେକ ଭିଡିଓ ଫାଇଲର ପାସଓ୍ବାର୍ଡ ଥିଲା ଜଗବନ୍ଧୁଙ୍କ ଡାଏରୀରେ‌ । ଯାହାକି ଜଗବନ୍ଧୁକୁ ଗିରଫ ବେଳେ ପାଇଛି ପୋଲିସ । ତେବେ ହାର୍ଡ ଡିସ୍କର ପାସଓ୍ବାର୍ଡ ଜଗବନ୍ଧୁ ଡାଏରୀରେ ଥିବା ଅନୁମାନ କରାଯାଉଛି । ଡାଏରୀ ଖୋଲିଲେ ଫିଟିପାରେ ଅନେକ ହାଇ ପ୍ରୋଫାଇଲଙ୍କ ଗୁମର । ଏବେ ଡାଏରୀକୁ ନେଇ ସସପେନ୍ସ ବଢୁଥିବା ବେଳେ । ବରିଷ୍ଠ ଓକିଲ କହିଛନ୍ତି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଲେ ଖୋଲିପାରେ ଗୁମର । ପ୍ରଥମ ପର୍ଯ୍ୟାୟରେ ଅର୍ଚ୍ଚନାକୁ ରିମାଣ୍ଡରେ ନ ନେବା ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଓକିଲ ।

ଏହା ମଧ୍ୟ ପଢନ୍ତୁ: ରାଜନେତା ଓ ସିନେ ପ୍ରଯୋଜକଙ୍କୁ ବ୍ଲାକମେଲିଂ, ଅଭିଯୋଗ ପରେ ଗିରଫ ହେଲେ ଲେଡି ବ୍ଲାକମେଲର

ବ୍ଲାକମେଲର ଅର୍ଚ୍ଚନାଙ୍କ ସହିତ ବଡ ବଡ ନେତାଙ୍କ ଫଟୋ ଭାଇରାଲ ହେବା ପରେ ଏବେ ସମସ୍ତଙ୍କ ନଜର ପୋଲିସର ତଦନ୍ତ ଉପରେ ଅଟକିଥିଲା । ପୋଲିସ ଏପର୍ଯ୍ୟନ୍ତ କୌଣସି ନେତାଙ୍କୁ ପଚରାଉଚରା କରିନାହିଁ । ବିନା ବଡବଡ଼ିଆଙ୍କ ସହାୟତାରେ ଭୁବନେଶ୍ବରରେ ସୁଉଚ୍ଚ ଅଟ୍ଟାଳିକା ଛିଡ଼ା କରିବା ସହଜ ନୁହେଁ ବୋଲି ବିରୋଧୀ କହୁଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ କରି ଟଙ୍କା ହଡପ କରୁଥିଲା ଗିରଫ ଲେଡି ବ୍ଲାକମେଲର । ମାୟାବିନୀ ଅର୍ଚ୍ଚନା ନାଗଙ୍କ ମାୟାଜାଲରେ ରାଜ୍ୟ ରାଜନୀତିର ଅଧାରୁ ଅଧିକ ନେତା ଫସିଥିବା ମଧ୍ୟ କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଅର୍ଚ୍ଚନାଙ୍କ କଥା ପଚାରିବାରୁ ମୁହଁ ବୁଲାଇ ଦେଲେ ପୋଲିସ କମିଶନର

ତେବେ ଅର୍ଚ୍ଚନା ହେଉ ବା ଜଗବନ୍ଧୁ । 2016ରୁ ବ୍ଲାକମେଲିଂ କରୁଥିବା ସତ ସାମ୍ନାକୁ ଆସିବା ପରେ ଥରାଇ ଦେଇଛନ୍ତି ପାଓ୍ବାର କରିଡର ଛାତି । ଯାହାଙ୍କ ପାଇଁ କେତେବେଳେ ମୁହଁ ଲୁଚାଉଛନ୍ତି ତ କେତେବେଳେ ମାପିଚୁପି ମୁହଁ ଖୋଲଛନ୍ତି ପୋଲିସ ଅଧିକାରୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 22, 2022, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.