ETV Bharat / state

ହକି ବିଶ୍ୱକପର ସୁପରିଚାଳନା ଏବଂ IT ଭିତ୍ତିଭୂମି ବିକାଶ ନେଇ ମନ୍ତ୍ରୀଙ୍କ ସମୀକ୍ଷା

author img

By

Published : Nov 6, 2022, 10:13 AM IST

ହକି ବିଶ୍ୱକପର ସୁପରିଚାଳନା ଏବଂ ଆଇଟି ଭିତ୍ତିଭୂମି ବିକାଶ ନେଇ ବିଭାଗୀୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଆସନ୍ତା ଜାନୁଆରୀ 2023ରେ ପୁରୁଷ ହକି ବିଶ୍ୱକପ ଆୟୋଜିତ ହେବ । ଚଳିତ ନଭେମ୍ବରରେ ମେକ ଇନ ଓଡିଶା କନକ୍ଳେଭ ଆୟୋଜିତ ହେବ । ଏହି କ୍ରମରେ କ୍ରୀଡା ଓ ଆଇଟି ଭିତ୍ତିଭୂମିର ବିକାଶ ଏବଂ 5T ଉପକ୍ରମ ନେଇ ପୃଥକ ପୃଥକ ସମୀକ୍ଷା ବୈଠକ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ହକି ବିଶ୍ୱକପର ସୁପରିଚାଳନା ଏବଂ ଆଇଟି ଭିତ୍ତିଭୂମି ବିକାଶ ନେଇ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ବର: ହକି ବିଶ୍ୱକପର ସୁପରିଚାଳନା ଏବଂ ଆଇଟି ଭିତ୍ତିଭୂମି ବିକାଶ ନେଇ ବିଭାଗୀୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଆସନ୍ତା ଜାନୁଆରୀ 2023ରେ ପୁରୁଷ ହକି ବିଶ୍ୱକପ ଆୟୋଜିତ ହେବ । ଚଳିତ ନଭେମ୍ବରରେ ମେକ ଇନ ଓଡିଶା କନକ୍ଳେଭ ଆୟୋଜିତ ହେବ । ଏହି କ୍ରମରେ କ୍ରୀଡା ଓ ଆଇଟି ଭିତ୍ତିଭୂମିର ବିକାଶ ଏବଂ 5T ଉପକ୍ରମ ନେଇ ପୃଥକ ପୃଥକ ସମୀକ୍ଷା ବୈଠକ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଗତ 2018 ହକି ପୁରୁଷ ବିଶ୍ୱକପ ସଫଳତାକୁ ପାଥେୟ କରି ଏଥର ବିଶ୍ୱକପକୁ ଅଧିକ ସଫଳ କରିବା ପାଇଁ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ମିଳିତ ଉଦ୍ୟମ ଓ ପ୍ରଚେଷ୍ଟା ଲୋଡ଼ା ବୋଲି ମନ୍ତ୍ରୀ କହିଛନ୍ତି ।

ଅନେକ ଗୁଡିଏ ମେଗା ଇଭେଣ୍ଟ ଆୟୋଜନ ସହ ଉନ୍ନତ କ୍ରୀଡ଼ା ଭିତ୍ତିଭୂମିରେ ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି । ଆଜିର ବୈଠକରେ ମନ୍ତ୍ରୀ ରାଉରକେଲା ସ୍ଥିତ ହକି ତାଲିମ କେନ୍ଦ୍ର ସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ଠାରୁ ପଚାରି ବୁଝିବା ସହ ବିଭିନ୍ନ ଜିଲ୍ଲାରେ ଥିବା ସମନ୍ବିତ କ୍ରୀଡ଼ା କେନ୍ଦ୍ର, କଳିଙ୍ଗ ସମନ୍ବିତ କ୍ରୀଡ଼ା କେନ୍ଦ୍ର, ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ବିକାଶ, କଳିଙ୍ଗ ଷ୍ଟାଡିୟମ ସମ୍ପ୍ରସାରଣ ପ୍ରକଳ୍ପ, ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଓ କ୍ରୀଡ଼ାବିତଙ୍କ ଦକ୍ଷତା ବିକାଶ ସହ ବିଭାଗର 5T ଉପକ୍ରମ ନେଇ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ କମିଶନର ତଥା ବିଭାଗୀୟ ଶାସନ ସଚିବ ଆର. ଭିନୀଲ କ୍ରିଷ୍ଣା ଉପସ୍ଥିତ ଥିଲେ ।

ସେହିପରି ଆଜି ମନ୍ତ୍ରୀ ବେହେରା ଓକାକ ପରିସରରେ ନୂଆ ଅତ୍ୟାଧୁନିକ ଭିସି. ଷ୍ଟୁଡ଼ିଓକୁ ଉଦଘାଟନ କରିବା ସରକାରୀ କ୍ଷେତ୍ରରେ ଆଇଟିର ଅନ୍ତର୍ଭୁକ୍ତିକରଣ, ମୋ ସେବା କେନ୍ଦ୍ର ଜରିଆରେ ରାଜ୍ୟର ସାଧାରଣ ଜନତାଙ୍କୁ ଉତ୍ତମ ସେବା ପ୍ରଦାନ, ଆଇଟି ଭିତ୍ତିଭୂମିର ସୁଦୃଢ଼ୀକରଣ, ରାଜ୍ୟରେ ଆଇଟି କମ୍ପାନୀମାନ ପ୍ରତିଷ୍ଠା ସହ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ମନ୍ତ୍ରୀ ବେହେରା ସମୀକ୍ଷା ବୈଠକରେ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ନିକଟରେ ମେକ ଇନ ଓଡ଼ିଶା ସମ୍ମିଳନୀ ଆୟୋଜିତ ହେବାକୁ ଥିବା ବେଳେ ରାଜ୍ୟର ଆଇଟି କ୍ଷେତ୍ରକୁ କିଭଳି ଭାବେ ପ୍ରଦର୍ଶିତ କରିହେବ ସେ ନେଇ ଏକ ସ୍ୱତନ୍ତ୍ର ରୋଡ ମ୍ୟାପ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.