ETV Bharat / state

ଆଇଟି ଏକ୍ସପୋ -୨୦୨୩ ଉଦଘାଟିତ; ପ୍ରଯୁକ୍ତିବିଦ୍ୟା ଆତ୍ମନିର୍ଭର କ୍ଷେତ୍ରରେ ହୋଇଛି ବିଶେଷ ସହାୟକ: ବିଶ୍ଵଭୂଷଣ

author img

By ETV Bharat Odisha Team

Published : Oct 6, 2023, 9:50 AM IST

Updated : Oct 6, 2023, 1:51 PM IST

ଭୁବନେଶ୍ୱର ଜନତା ମଇଦାନରେ ଆଇଟି ଆସୋସିଏସନ ଅଫ ଓଡ଼ିଶା ପକ୍ଷରୁ ଆଇଟି ଏକ୍ସପୋ-୨୦୨୩ ଆରମ୍ଭ ହୋଇଯାଇଛି । ୪ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଉଦଘାଟନ କରିଛନ୍ତି ।ଅଧିକ ପଢନ୍ତୁ..

ଆଇଟି ଏକ୍ସପୋ -୨୦୨୩ ଉଦଘାଟିତ
ଆଇଟି ଏକ୍ସପୋ -୨୦୨୩ ଉଦଘାଟିତ
ଆଇଟି ଏକ୍ସପୋ -୨୦୨୩ ଉଦଘାଟିତ;

ଖୋର୍ଦ୍ଧା: ଭୁବନେଶ୍ୱର ଜନତା ମଇଦାନରେ ଆଇଟି ଆସୋସିଏସନ ଅଫ ଓଡ଼ିଶା ପକ୍ଷରୁ ଆଇଟି ଏକ୍ସପୋ-୨୦୨୩ ଆରମ୍ଭ ହୋଇଯାଇଛି । ୪ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଉଦଘାଟନ କରିଛନ୍ତି । ତେବେ ଏହି ଅବସରରେ ସେ କହିଛନ୍ତି, 'ଆଇଟି ଏକ୍ସପୋ ୨୦୨୩କୁ ଉଦଘାଟନ କରିବା ଅବସରରେ ଆପଣଙ୍କ ପାଖରେ ଉପସ୍ଥିତ ହୋଇଥିବାରୁ ମୁଁ ଖୁବ ଆନନ୍ଦିତ । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟା ଜଗତରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଯାହା ସମଗ୍ର ବିଶ୍ୱର ଉଦ୍ଭାବକ, ଉଦ୍ୟୋଗୀ ଏବଂ ଦୂରଦର୍ଶୀମାନଙ୍କୁ ଏକାଠି କରିବ । ଅତ୍ୟାଧୁନିକ ଅଗ୍ରଗତି ପ୍ରଦର୍ଶନ କରିବ । ଏବଂ ଆଇଟି ଶିଳ୍ପର ଭବିଷ୍ୟତ ବିଷୟରେ ଏଠାରେ ଆଲୋଚନା ହେବ ।'

ରାଜଧାନୀ ଭୁବନେଶ୍ବର ସ୍ଥିତ ଜନତା ମୈଦାନରେ ଏକ୍ସପୋ-୨୦୨୩ ଆରମ୍ଭ ହୋଇଯାଇଛି । ଆଇଟି ଆସୋସିଏସନ ଅଫ୍‌ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରୁ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ଏକ୍ସପୋର ବିଷୟବସ୍ତୁ ରହିଛି 'ଡିସ୍କଭର ଅନ୍‌ଲାଇନ୍‌ ଏକ୍ସପେରିଏନ୍ସ ଅଫଲାଇନ । ଆଇଟି ଏକ୍ସପୋ ୨୦୨୩ରେ ସମସ୍ତ ଆଇଟି ଉତ୍ସାହୀ, କର୍ପୋରେଟ କମ୍ପାନୀ, ଆଇଟି ଅଂଶୀଦାର ଏବଂ ବୈଷୟିକ ଛାତ୍ରଛାତ୍ରୀଙ୍କ ପାଇଁ ଆଇଟି ଶିଳ୍ପ ବିଷୟରେ ନୂତନ ଜ୍ଞାନକୌଶଳ, ବିକାଶ ଏବଂ ଅପଡେଟ୍ ବିଷୟରେ ଅବଗତ ହୋଇପାରିବେ । ଅଂଶଗ୍ରହଣକାରୀ ଏବଂ ପର୍ଯ୍ୟଟକମାନେ ଏହି ଏକ୍ସପୋରେ ବ୍ୟବସାୟ ଏବଂ ହୋମ ସଲ୍ୟୁସନ୍‌ ପାଇଁ ସମସ୍ତ ଆଇଟି ଉତ୍ପାଦ ଯଥା ଡିଜିଟାଲ ଡିସପ୍ଲେ, ମୋସନ କଣ୍ଟ୍ରୋଲ, ଟଚ୍‌ ଟେକ୍ନୋଲୋଜି, ହୋମ ଅଟୋମେସନ, ସର୍ଭିଲାନ୍ସ ଟେକ୍ନୋଲୋଜି ଏବଂ ଆହୁରି ଅନେକ କିଛି ଦେଖିବାର ସୁଯୋଗ ପାଇବେ ।

ତେବେ 4 ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଗୁରୁବାର ଦିନ ଆରମ୍ଭ ହୋଇଥିବା ବେଳେ ସୋମବାର ଦିନ ଶେଷ ହେବାକୁ ଯାଉଛି । ତେବେ ଦୈନିକ ସକାଳ ୧୦ରୁ ରାତି ୯ଟା ପଯ୍ୟନ୍ତ ଏହା ଚାଲିବ । ଏକ୍ସପୋ କାର୍ଯ୍ୟକ୍ରମରେ ଯୁବଗୋଷ୍ଠୀ ଏବଂ ଆଇଟି ଉତ୍ସାହୀମାନେ ଆଇଟି ବିଶେଷଜ୍ଞଙ୍କ ଦ୍ୱାରା ଆୟୋଜିତ ସେମିନାର ଏବଂ ଅଧିବେଶନରେ ଯୋଗ ଦେବାର ସୁଯୋଗ ପାଇବେ । ଭବିଷ୍ୟତରେ ସୂଚନା ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱ ଏବଂ ଲାଭ ଶୁଣିବା ପାଇଁ ପ୍ୟାନେଲ ଆଲୋଚନାର ଏକ ଅଂଶ ହୋଇପାରିବେ । ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ଆନ୍ତଃ ମହାବିଦ୍ୟାଳୟ ବୈଷୟିକ ଓ ସାଂସ୍କୃତିକ ପ୍ରତିଯୋଗିତା ରହିଛି । ଏହା ବ୍ୟତୀତ ସନ୍ଧ୍ୟାରେ ଓଲିଉଡ ସେଲିବ୍ରିଟିମାନଙ୍କ ଦ୍ୱାରା ଆହୁରି ଅନେକ ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଛି । ଏକ୍ସପୋକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଫୁଡ ଜୋନରେ ସ୍ୱାଦିଷ୍ଟ ପାରମ୍ପରିକ ଖାଦ୍ୟର ମଜା ନେଇପାରିବେ । ଆଇଟି ଗେମିଂକୁ ମଧ୍ୟ ଉପଭୋଗ କରିପାରିବେ ।

ଏହାମଧ୍ୟ ପଢନ୍ତୁ.. ସମ୍ବଲପୁର IIMର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ରାଜ୍ୟପାଳ

ତେବେ ଏହି ଅବସରରେ ଆଇଟିଏଓର ସଭାପତି ଅବିନାଶ ପଟ୍ଟନାୟକ କହିଛନ୍ତି, 'ଆଇଟି ଏକ୍ସପୋ ୨୦୨୩ ସମସ୍ତ ଆଇଟି ଉତ୍ସାହୀ, କର୍ପୋରେଟ କମ୍ପାନୀ, ଆଇଟି ଅଂଶୀଦାର ଏବଂ ବୈଷୟିକ ଛାତ୍ରଛାତ୍ରୀଙ୍କ ପାଇଁ ଆଇଟି ଶିଳ୍ପ ବିଷୟରେ ନୂତନ ଜ୍ଞାନକୌଶଳ, ବିକାଶ ଏବଂ ଅପଡେଟ୍ ବିଷୟରେ ଅବଗତ ହେବାପାଇଁ ଏକ ପ୍ଲାଟଫର୍ମ ।'

ସେହିଭଳି ଆଇଟିଏଓର ସଚିବ ଦେବାଶିଷ ତ୍ରିପାଠୀ କହିଛନ୍ତି, 'ପ୍ରଥମ ଥର ପାଇଁ 'ଡିସ୍କଭର ଅନଲାଇନ ଅଭିଜ୍ଞତା ଅଫ ଲାଇନ' ଶୀର୍ଷକରେ ଏହା ଆୟୋଜିତ ହୋଇଛି । ଯେଉଁଠାରେ ଆପଣ ଅନଲାଇନରେ ଟେକ୍ନୋଲୋଜି ଆବିଷ୍କାର କରିପାରିବେ । କିନ୍ତୁ ଏକ୍ସପୋରେ ଆପଣ ଏହାକୁ ଅଫ ଲାଇନନ ମୋଡରେ ଦେଖିପାରିବେ । ଅନୁଭବ କରିପାରିବେ । ଉତ୍ତମ ଡିଲ ପାଇପାରିବେ । ଆମେ ଆଶା କରୁଛୁ ପର୍ଯ୍ୟଟକମାନେ ଆସି ଏକାଧିକ ବ୍ରାଣ୍ଡ ଏବଂ ସେମାନଙ୍କର ବିସ୍ତୃତ ଉତ୍ପାଦ, ସମସ୍ତ ବୟସ ବର୍ଗ ପାଇଁ ଆକର୍ଷଣୀୟ ନିୟୋଜିତ କାର୍ଯ୍ୟକଳାପ ପରିଦର୍ଶନ କରିବାର ସୁଯୋଗ ପାଇବେ ।' ତେବେ ଏହି ଉଦଘାଟନୀ ସମାରୋହରେ ଆଇଟିଏଓର ସଭାପତି ଅବିନାଶ ପଟ୍ଟନାୟକ, ଆଇଟିଏଓର ସମ୍ପାଦକ ଦେବାଶିଷ ତ୍ରିପାଠୀଙ୍କ ସମେତ ଆଇଟିଏଓର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Oct 6, 2023, 1:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.