ETV Bharat / state

ଧାର୍ କରି ଗଢିଥିଲେ ବିଶାଳ ସାମ୍ରାଜ୍ୟ, ଟଙ୍କା ନଦେଇ ବନ୍ଧାହେଲେ IT କମ୍ପାନୀ ମାଲିକ

author img

By

Published : May 14, 2023, 10:56 PM IST

ଭୁବନେଶ୍ବର OCAC ସ୍ଥିତ ପ୍ରତିଷ୍ଠିତ IT କମ୍ପାନୀ ମାଲିକ ତୃପ୍ତି ରଞ୍ଜନ ଜେନା ଗିରଫ । ଠକେଇ ଅଭିଯୋଗରେ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଅଧିକ ପଢ଼ନ୍ତୁ

it company owner arrested in bhubaneswar
ଠକେଇ ମାମଲାରେ IT କମ୍ପାନୀ ମାଲିକ ଗିରଫ
ଠକେଇ ମାମଲାରେ IT କମ୍ପାନୀ ମାଲିକ ଗିରଫ

ଭୁବନେଶ୍ୱର: ରାଜଧାନୀ OCACରେ ଖୋଲିଥିବା ପ୍ରତିଷ୍ଠିତ IT କମ୍ପାନୀ ମାଲିକ ଗିରଫ । ଧାର କରଜ କରି ଟଙ୍କା ନସୁଝିବାରୁ ଠକେଇ ମାମଲାରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି । iJentech ଟେକ୍ନୋଲୋଜିର ମାଲିକ ତଥା ପ୍ରତିଷ୍ଠାତା ତୃପ୍ତି ରଞ୍ଜନ ଜେନାଙ୍କ ସହ ତାଙ୍କ ସାନ ଭାଇ ଦୀପ୍ତି ରଞ୍ଜନଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ତାଙ୍କ ବିରୋଧରେ ୧୩ ଲକ୍ଷ ୯୦ ହଜାର ଟଙ୍କାର ଠକେଇ ସହ ଗାଡି କିଣି ନେଇ କିସ୍ତି ସୁଝୁନଥିବା ଭଳି ସଙ୍ଗୀନ ଅଭିଯୋଗ ରହିଥିଲା । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜୋନ୍‌ ୬ ଏସିପି ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି ।

iJentech ଟେକ୍ନୋଲୋଜିର ମାଲିକ ତୃପ୍ତିଙ୍କ ସାନ ଭାଇ ଦୀପ୍ତିଙ୍କ ବନ୍ଧୁ ଏହି ଅଭିଯୋଗ ଆଣିଛନ୍ତି । ଯିଏକି ଜଣେ ପ୍ରତିଷ୍ଠିତ IT ଇଞ୍ଜିନିୟର । ସେ ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି କରୁଥିବା ସମୟରେ ୨୦୨୧ ମସିହାରେ ତାଙ୍କ ସାଙ୍ଗ ଦୀପ୍ତିଙ୍କୁ କିଛି ଟଙ୍କା ଧାର ହିସାବରେ‌ ଦେଇଥିଲେ । ଦୀପ୍ତିଙ୍କ‌ ବଡଭାଇ ତୃପ୍ତି ମଧ୍ୟ ଅଭିଯୋଗକାରୀ ଆଭାଶଙ୍କଠାରୁ ଧାର ଆକାରରେ ଟଙ୍କା ନେଇଥିଲେ । ଏପରିକି ଖୁବଶୀଘ୍ର ଟଙ୍କା ସୁଝି ଦେବେ ବୋଲି କହିଥିଲେ । ସେହି ଟଙ୍କାରେ ନିଜର ଏକ ଆଇଟି କମ୍ପାନୀ ଖୋଲି ଚଳାଉଥିଲେ । କମ୍ପାନୀରେ ମଧ୍ୟ ଭଲ ମୁନାଫା ଓ ବିଜ୍‌ନେସ ହେଉଥିବା କହି ଟଙ୍କା ଫେରାଇଦେବେ ବୋଲି ଅଭିଯୋଗକାରୀଙ୍କୁ କହି ଚାଲିଥିଲେ । ଆଭାଶ ଜଣେ ଭଲ ବେତନ କର୍ମଚାରୀ ହୋଇଥିବାରୁ ତାଙ୍କ ନାଁରେ ମଧ୍ୟ ଏକ ଦାମୀ କାର ଫାଇନାନ୍ସରେ କିସ୍ତିରେ କିଣିଥିଲେ । ଅର୍ଥାତ୍ ଗାଡିର ମାଲିକାନା ଅଭିଯୋଗକାରୀ ଆଭାଶଙ୍କ ନାଁରେ ଥିଲା । ହେଲେ କିସ୍ତି ସେ ସୁଝିବେ ବୋଲି କହି ନେଇଥିଲେ ।

ତେବେ ବିଶ୍ବାସ ଭିତରେ ସାଙ୍ଗର ଭାଇ ସାଙ୍ଗମାନଙ୍କ ଭିତରେ ଟଙ୍କା କାରବାର ହୋଇଥିଲା । ଆଇଟି କମ୍ପାନୀ ଚଳାଉଥିବାରୁ ସହଜରେ ବିଶ୍ବାସ କରିଥିଲେ ଆଭାଶ। ହେଲେ ଯେତେବେଳେ ଗାଡ଼ିର କିସ୍ତି ଦେବା ଧୀରେଧୀରେ ବିଫଳ ହେଲା, ଆଭାଶ ଠକ ତୃପ୍ତି ଓ ତାଙ୍କ ଭାଇକୁ ଜଣାଇଥିଲେ । ହେଲେ‌ ସେ କିଛି ବାହାନା କରି ସମୟ‌ ଗଡାଇ ଚାଲିଥିଲେ । ଟଙ୍କା ଫେରାଇଦେବେ ବୋଲି ମିଛ ପ୍ରତିଶ୍ରୁତି ଦେଇଥିଲେ। କିସ୍ତି ନଦେବାରୁ ଆଭାଶ ତାଙ୍କର ଗାଡି ଫେରାଇ ଦିଅନ୍ତୁ ବୋଲି କହିଥିଲେ । ସେମାନଙ୍କର‌ ଠକିବା ଉଦ୍ଦେଶ୍ୟ ଜାଣିବା ପରେ ଧାର ଟଙ୍କା ମାଗିବା ଆରମ୍ଭ କରିଥିଲେ । ହେଲେ ନା ଧାର ଟଙ୍କା ଦେଉଥିଲେ ନା ଗାଡ଼ିର କିସ୍ତି ସୁଝୁଥିଲେ ।

ଶେଷରେ ଠକେଇ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ଆଭାଶ । ଏହାର ତଦନ୍ତ କରି ଦୁଇ ଭାଇ ତୃପ୍ତି ରଞ୍ଜନ ଜେନା ଓ ଦୀପ୍ତି ରଞ୍ଜନ ଜେନାଙ୍କୁ ଗିରଫ କରିଛି ପୋଲିସ । ତେବେ ତୃପ୍ତି ଜଣେ ଆଇଟି କମ୍ପାନୀର ମାଲିକ ହୋଇଥିବାରୁ ଠକେଇ ଟଙ୍କା ନିଜ କମ୍ପାନୀରେ‌ ବିନିଯୋଗ କରିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି କରିଛି । ଏହି ମାମଲାରେ ଅନ୍ୟ କିଛି ଲୋକଙ୍କ ସମ୍ପୃକ୍ତି ଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.