ETV Bharat / state

କଟନୀ ଛଟନୀକୁ ବିରୋଧ, ରାତିସାରା ମଣ୍ଡି ଆଗରେ ଚାଷୀଙ୍କ ଧାରଣା - ଧାନ କ୍ରୟରେ ଅବ୍ୟବସ୍ଥା ଅଭିଯୋଗ

Paddy Procurement Irregularities: ଖୋର୍ଦ୍ଧା ଜିଲ୍ଲାର ଜଟଣୀ ବ୍ଲକ ଛଣଘର ସୋସାଇଟି ଅଧୀନ କନ୍ତିଆ ପଞ୍ଚାୟତ ମଣ୍ଡିରେ କଟନୀ ଛଟନୀ ଯୋଗୁଁ ଅସନ୍ତୋଷ ଚାଷୀ । ଆନ୍ଦୋଳନ କରିବାକୁ ଚେତାବନୀ ଦେଲା କୃଷକ ସଂଗଠନ । ଅଧିକ ପଢନ୍ତୁ

ଧାନ କ୍ରୟରେ ଅବ୍ୟବସ୍ଥା ଅଭିଯୋଗ
Paddy Procurement Irregularities
author img

By ETV Bharat Odisha Team

Published : Jan 14, 2024, 11:57 AM IST

Paddy Procurement Irregularities

ଖୋର୍ଦ୍ଧା: ଧାନ ମଣ୍ଡିରେ ଉଠୁନି ଚାଷୀଙ୍କ ଧାନ । ମିଲରଙ୍କ ମନ ଇଛାରେ ଚାଲିଛି ସରକାରୀ ମଣ୍ଡି । ମଣ୍ଡିରେ କଟନୀ ଛଟନୀ ଯୋଗୁଁ ହଇରାଣ ହେଉଛନ୍ତି ଚାଷୀ । ଏନେଇ ଜିଲ୍ଲାର ଜଟଣୀ ବ୍ଲକ ଛଣଘର ସୋସାଇଟି ଅଧୀନ କନ୍ତିଆ ପଞ୍ଚାୟତ ଧାନ ମଣ୍ଡିରେ ଧାନକୁ ଜଗି ବସିଛନ୍ତି ଚାଷୀ ।

ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଛଣଘର ସୋସାଇଟି ଅଧୀନ କନ୍ତିଆ ପଞ୍ଚାୟତରେ ଗତକାଲି ୩୦ରୁ ଅଧିକ ଚାଷୀ ପ୍ରାୟ ୫୦୦ କ୍ବିଣ୍ଟାଲରୁ ଅଧିକ ଧାନ ଆଣି ମଣ୍ଡିରେ ପହଞ୍ଚାଇ ଥିଲେ । ମିଲର ପ୍ରତି ବସ୍ତା ପିଛା ୬ କେଜି ଲେଖାଏଁ କାଟି ଧାନ ନେବା ପାଇଁ କହିବାରୁ ଏଥିରେ ଚାଷୀମାନେ ରାଜି ହୋଇନଥିଲେ । ଏନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ମିଲର ଏବଂ ଚାଷୀମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ସ୍ଥାନୀୟ ସରପଞ୍ଚ ମଣ୍ଡିରେ ପହଞ୍ଚି ଏତେ ପରିମାଣରେ ଧାନ ନ କାଟି ବରଂ ଅଳ୍ପ କିଛି କାଟିବା ସହ ଧାନ ଉଠାଇବାକୁ ମିଲରକୁ କହିଥିଲେ । କିନ୍ତୁ ମିଲର ନିଜ ଜିଦରେ ଅଟଳ ରହିବା ସହ କିଛି ନ ଶୁଣି ମଣ୍ଡି ଛାଡି ପଳାଇ ଯାଇଥିଲେ । ଯାହାକୁ ନେଇ ଚାଷୀମାନେ ପ୍ରବଳ ଶୀତରେ ରାତିସାରା ସେଠାରେ ଧାନ ବସ୍ତାକୁ ଜଗି ରହିଥିଲେ ।

ଏହା ମଧ୍ୟ ପଢନ୍ତୁ - ମଣ୍ଡିରେ ପଡି ରହିଛି ଧାନ ବସ୍ତା, ଶୀତ କାକରରେ ଜଗିଛନ୍ତି ଚାଷୀ

ଏହା ମଧ୍ୟ ପଢନ୍ତୁ- ଖବର ବାଜିଲା ପଡ଼ିଲା ପ୍ରଭାବ, ବାଲିଅନ୍ତା ବ୍ଲକରେ ୩ଟି ସରକାରୀ ଧାନମଣ୍ଡି ଉଦଘାଟିତ

ଏନେଇ ଖବର ପାଇ ଘଟଣାସ୍ଥଳରେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ପହଞ୍ଚି ଚାଷୀମାନଙ୍କୁ ସମର୍ଥନ କରିଛନ୍ତି । କୌଣସି ବି ପରିସ୍ଥିତିରେ ଧାନ କଟନୀ ଛଟନୀ ହୋଇପାରିବ ନାହିଁ ଏବଂ ଯଦି ମିଲର ୬ କେଜି ଲେଖାଏଁ କାଟିବାକୁ ବାଧ୍ୟ କରେ, ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି କୃଷକ ସଂଗଠନ । ତେବେ ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନ ଥିବାବେଳେ ଆନ୍ଦୋଳନ ଜାରି ରହିବ ବୋଲି ଜଣାପଡିଛି ।

ଅକ୍ଳାନ୍ତ ପରିଶ୍ରମ କରି କ୍ଷେତରେ ସୁନାର ଫସଲ ଅମଳ କରିଛି ଚାଷୀ । ଚାଷୀର ଏହି କଷ୍ଟ ଅର୍ଜିତ ଫସଲକୁ ସରକାର କିଣିବା ପାଇଁ ସମବାୟ ସମିତିମାନଙ୍କରେ ମଣ୍ଡିର ସୁବ୍ୟବସ୍ଥା କରିଛନ୍ତି । ହେଲେ ମଣ୍ଡିରେ ମିଲର ଚାଷୀର ଧାନକୁ ମନଇଚ୍ଛା କଟନୀ ଛଟନୀ କରିବାରୁ ତେଜିଛି ଆନ୍ଦୋଳନ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.