ଖୋର୍ଦ୍ଧା: ଜମିପଟ୍ଟା ଚିହ୍ନଟରେ ହୋଇଥିବା ଅବହେଳା ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଧାରଣା ଦେଇଛନ୍ତି ଜଣେ ବ୍ୟକ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲାର ବେଗୁନିଆ ତହସିଲରେ ।
ଜିଲ୍ଲାର ବେଗୁନିଆ ଗାଁର ମୀନକେତନ ଜେନା ଭୂମିହୀନ ହୋଇଥିବାରୁ ବସୁନ୍ଧରା ଯୋଜନାରେ ଜମି ଖଣ୍ଡେ ପାଇଁ ବାରମ୍ବାର ତହସିଲଦାର, ଜିଲ୍ଲାପାଳ, ଆରଡିସିଙ୍କୁ ଜଣାଇ ନିରାଶ ହୋଇଥିଲେ । ଆଉ ଏହା ପରେ ସେ ବାଧ୍ୟହୋଇ ଆଜି ପରିବାର ସହ ଧାରଣାରେ ବସିଥିବା କହିଛନ୍ତି ।
ସେପଟେ ଘଟଣା ସମ୍ପର୍କରେ ବେଗୁନିଆ ତହସିଲଦାର ଆସନ୍ତା ୨୦ ତାରିଖ ସୁଦ୍ଧା ତଦନ୍ତ କରି ଜମିପଟ୍ଟା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବାପରେ ପରିବାର ଲୋକେ ଧାରଣାରୁ ଉଠିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ