ETV Bharat / state

ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକଏସିଡ ବଟିକା, ଘରକୁ ଘର ବୁଲି ଔଷଧ ବାଣ୍ଟିବେ ଶିକ୍ଷକ

author img

By

Published : Apr 27, 2023, 7:00 PM IST

ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକଏସିଡ ବଟିକା । ଜୁନ ୧୬ ତାରିଖ ଯାଏଁ ଘରକୁ ଘର ଯାଇ ଶିକ୍ଷକମାନଙ୍କୁ ଟାବଲେଟ ବାଣ୍ଟିବାକୁ ଚିଠି ଜରିଆରେ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକଏସିଡ ବଟିକା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ତାପମାତ୍ରା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜୁନ ୧୬ ପର୍ଯ୍ୟନ୍ତ ଖରା ଛୁଟି ଘୋଷଣା କରିଛନ୍ତି ସରକାର । ଏହାରି ମଧ୍ୟରେ ଜୁନ ୧୬ ତାରିଖ ଯାଏଁ ଘରକୁ ଘର ଯାଇ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଆଇରନ ଓ ଫଲିକଏସିଡ ଟ୍ୟାବଲେଟ ବଣ୍ଟାଯିବ । ଶିକ୍ଷକମାନଙ୍କୁ ଟାବ୍‌ଲେଟ ବାଣ୍ଟିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ପିଏମ ପୋଷଣର ରାଜ୍ୟ ନୋଡାଲ ଅଫିସର ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।

ପିଏମ ପୋଷଣର ରାଜ୍ୟ ନୋଡାଲ ଅଫିସର କହିଛନ୍ତି, "ରାଜ୍ୟ ସରକାରଙ୍କ ଆନେମିଆ ମୁକ୍ତ ଲକ୍ଷ୍ୟ ରଖାଯାଇଛି । ଛାତ୍ରଛାତ୍ରୀ ପିଛା ୮ଟି ଆଇଏଫଏ ଟାବଲେଟ ଦିଆଯିବ । ପିଙ୍କ୍‌ ଟ୍ୟାବଲେଟ ପ୍ରଥମରୁ ପଞ୍ଚମ ଓ ବ୍ଲୁ ଟାଵଲେଟ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦିଆଯିବ । ଅଭିଭାବକଙ୍କୁ ଟ୍ୟାବଲେଟ ହସ୍ତାନ୍ତର ପୂର୍ବରୁ ଏହାର ମୋଡାଲିଟି ସମ୍ପର୍କରେ ଅବଗତ କରାଯିବ । ପ୍ରତି ଛାତ୍ରଛାତ୍ରୀ ସୋମବାର ଗୋଟିଏ ଆଇଏଫଏ ଟାଵଲେଟ ଖାଦ୍ୟ ଖାଇବା ପରେ ଖାଇବେ । ଟାଣ ଖରା ଯୋଗୁଁ ଏସଆରସିଙ୍କ ଗାଇଡଲାଇନ ମାନି ସକାଳେ କି ସାନ୍ଧ୍ୟ ସମୟରେ ଏହି ଟ୍ୟାଵଲେଟ ଘରକୁ ଯାଇ ବାଣ୍ଟିବେ ଶିକ୍ଷକ ଶିକ୍ଷୟତ୍ରୀ ।’’

ଏପଟେ ଓଷ୍ଟାର ସମ୍ପାଦକ ପ୍ରକାଶ ମହାନ୍ତି କହିଛନ୍ତି ଯେ, "ଆଜି ଯାହା ନିଷ୍ପତି ଆସିଛି ତାହା ସ୍ଵାଗତ ଯୋଗ୍ୟ ପଦକ୍ଷେପ। କିନ୍ତୁ ପ୍ରାଥମିକ ଭାବେ ଶିକ୍ଷକମାନେ ଏହି ମେଡ଼ିସିନ ଉପରେ ଅନବିଜ୍ଞ । ପୂର୍ବରୁ ଶିକ୍ଷକ ଶିକ୍ଷୟତ୍ରୀମାନେ ଯେଉଁ ଔଷଧ ବାଣ୍ଟିଥିଲେ ତାହା ଖାଇ ପିଲାମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥିଲା । କାହାର ବାନ୍ତି ତ ଆଉ କାହା ମୁଣ୍ଡ ବୁଲାଇଛି। ତେଣୁ ଯଦି ଶିକ୍ଷକମାନେ ପିଲାଙ୍କୁ ମେଡ଼ିସିନ ଦିଅନ୍ତି ତେବେ ପ୍ରଥମେ ଶିକ୍ଷକମାନେ ଭଲରେ ବୁଝିବା ଦରକାର । ନଚେତ ଅଭିଭାବମାନେ ସଠିକ୍ ଭାବେ ନବୁଝିଲେ ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟା ଭୋଗି ପାରନ୍ତି । ଏଭଳି ଖରାରେ ଶିକ୍ଷକମାନେ ଯାଇ ଅଭିଭାବକ ଏବଂ ପିଲାମାନଙ୍କୁ ଏ ବାବଦରେ ବୁଝାଇ ମେଡ଼ିସିନ ଦେବେ, ଯଦି ସେମାନଙ୍କର କିଛି ଅସୁବିଧା ହୁଏ ତେବେ କିଏ ଦାୟୀ ରହିବ ? ତେଣୁ ସରକାରଙ୍କୁ ଅନୁରୋଧ ରାଜ୍ୟରେ ଯଥେଷ୍ଟ ପରିମାଣରେ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି । ସେମାନେ ଯାଇ ଏହାକୁ ବୁଝାଇ ବାଣ୍ଟନ୍ତିଲେ ଠିକ୍ ରହିବ । ଯାହା ଫଳରେ ଅଭିଭାବକମାନେ ଭଲ ଭାବରେ ଏହି ଔଷଧର ସମ୍ପର୍କରେ ବୁଝିବା ସହ କିଭଳି ପିଲାମାନେ ଖାଇବେ ତାହା ବୁଝି ପାରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.