ETV Bharat / state

Irani Honey Trap Case: ଫିଟୁଛି ସ୍ତ୍ରୀର ଗୁମର, ସ୍ବାମୀକୁ ଗୁଡ଼େଇ ତୁଡ଼େଇ ଜେରା

author img

By ETV Bharat Odisha Team

Published : Sep 20, 2023, 11:56 AM IST

ଚର୍ଚ୍ଚିତ ଇରାନୀ ହନିଟ୍ରାପ ମାମଲାରେ ଇରାନୀ ସ୍ବାମୀକୁ ଗୁଡେଇ ତୁଡେଇ ଜେରା କରିଛି ପୋଲିସ । ଆଗାମୀ ଦିନରେ ଇରାନୀକୁ ରିମାଣ୍ଡରେ ଆଣାଯିବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ

ଇରାନୀ ହନିଟ୍ରାପ ମାମଲା
ଇରାନୀ ହନିଟ୍ରାପ ମାମଲା
ଇରାନୀ ହନିଟ୍ରାପ ମାମଲା

ଭୁବନେଶ୍ବର: ଧୀରେଧୀରେ ଚର୍ଚ୍ଚିତ ଇରାନୀ ହନିଟ୍ରାପ ମାମଲାର ଗୁମର ଫୁଟୁଛି । ସ୍ବୀର ଗୁମର ଫିଟାଉଛି ସ୍ବାମୀ । ଇରାନୀ ହନିଟ୍ରାପ ମାମଲାରେ ପୋଲିସ ଲେଡି ବ୍ଲାକ ମେଲର ଇରାନୀ ପାତ୍ରର ସ୍ବାମୀକୁ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା । ଦିନତମାମ ନିଶିକାନ୍ତ ଓରଫ ବାକିକୁ ତାକୁ ଗୁଡେଇ ତୁଡେଇ ଜେରା କରାଯାଇଥିଲା । ଆଗମୀ ଦିନରେ ଇରାନୀକୁ ରିମାଣ୍ଡରେ ନିଆଯାଇପାରେ ବୋଲି ସୂଚନା ମିଳିଛି । ଏବେ ବାପିକୁ ତମାଣ୍ଡୋ ଥାନାରେ ରଖାଯାଇଛି ।

ପ୍ରଥମେ ପ୍ରଥମେ ନିଜ ଆଖପାଖ ଲୋକଙ୍କୁ ଓ ଚିହ୍ନା ପରିଚୟ ଲୋକଙ୍କ ସହ ଧରମ ଭଉଣୀ ଓ ବାନ୍ଧବୀର ସମ୍ପର୍କ ଗଢ଼ି ତୋଳି ଧୀରେଧୀରେ ସେମାନଙ୍କୁ ଘରକୁ ଏକାକୀ ଡକାଇ ଫସାଇ ପରେ ଟଙ୍କା ଡିମାଣ୍ଡ କରୁଥିଲା । ଏବେ ଇରାନୀର ସବୁ ରହସ୍ୟ ପୋଲିସ ହାତରେ‌ ଲାଗିବା ପରେ‌ ଆଉ କିଛି ଲୋକ ଫସିଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି । କାରଣ ମୋବାଇଲ ତଥ୍ୟ, କଣ୍ଟାକ୍ଟ ଓ ଚାଟିଂରେ ସବୁ ଗୋଟି ଗୋଟି ସତ ଏବେ ଧୀରେଧୀରେ ପଦାକୁ ଆସୁଛି । ତେବେ ଦୁଇ ଦିନିଆ ରିମାଣ୍ଡରେ ଆଣିଥିବା ପୋଲିସ ଇରାନୀ ସମ୍ପର୍କରେ କିଛି ଖାସ୍ ତଥ୍ୟ ଆଶାରେ ରହିଛି । ଏନେଇ ପରେ ଇରାନୀକୁ ରିମାଣ୍ଡରେ ଆଣିବାକୁ ଚେଷ୍ଟା କରାଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...ଇରାନୀ ହନିଟ୍ରାପ ମାମଲାର ଫିଟୁଛି ଗୁମର, ମୋବାଇଲରେ ରହିଛି ଅଶ୍ଳୀଳ ଫଟୋ

ତେବେ ଜଣେ ଡାକ୍ତରଙ୍କୁ ଘରକୁ ଡକାଇ ପରେ ତାଙ୍କୁ ବନ୍ଧକ ରଖି ଟଙ୍କା ମାଗିବା ଘଟଣାରେ ଇରାନୀ ପାତ୍ର ଓ ତାଙ୍କ ସ୍ବାମୀଙ୍କ ସହ ମୋଟ ୫ଜଣ ଗିରଫ ହୋଇଥିଲେ । ଘଟଣା ସାମ୍ନାକୁ ଆସିବା ପରେ ଧୀରେଧୀରେ ଇରାନୀ ମାୟାଜାଲ ଶିକାର‌ ହୋଇଥିବା ଅନେକ ଅଭିଯୋଗକାରୀ ଥାନାରେ ‌ଅଭିଯୋଗ କରିଥିଲେ‌। କାହାକୁ ଚାକିରି ଦେବ କହି ଠକିଥିଲା ତ କାହାକୁ ବନ୍ଧୁତା ଆଳରେ ଘରକୁ ଡକାଇ ଏକାନ୍ତ ପାର୍ଟି ଆଳରେ ଛାତ୍ରଙ୍କୁ ଫସାଇ ଟଙ୍କା ରୋଜଗାର କରୁଥିଲା । ଏପରିକି ବ୍ୟବସାୟୀ ଓ କଣ୍ଟ୍ରାକ୍ଟର ସମେତ ଅନେକ ନୀରିହଙ୍କୁ ଫସାଇ ମଧ୍ୟ ଟଙ୍କା ରୋଜଗାର କରୁଥିଲା । ଏପରିକି ଟଙ୍କା ନିଶାରେ‌ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲା ଇରାନୀ ଓ ତାର‌ ସ୍ବାମୀ ସହ ଗ୍ୟାଙ୍ଗର ସହଯୋଗୀ । ଏପରିକି ମଦ ବିରିୟାନିରେ ଭାସୁଥିଲା। ଅନେକ ନୀରିହଙ୍କୁ ଫସାଇବାକୁ ଭଡ଼ା ଘର ନେଇଥିଲା । ମାଲିକ ରହୁନଥିବା ଏକୁଟିଆ ଡୁପ୍ଲେକ୍ସକୁ ୮ହଜାର ଟଙ୍କା ମାସିକ ଭଡ଼ାରେ ନେଇ ଏପରି ରାକେଟ ଚଳାଉଥିଲେ। ସେହିଠି ତିଆରି ହେଉଥିଲା ମାୟାଜାଲ ଓ ଫସାଇବାର ବ୍ଲୁ ପ୍ରିଣ୍ଟ। ଯେଉଁଠି ଆସୁଥିଲେ ସମ୍ଭ୍ରାନ୍ତ ଲୋକ ଆସୁଥିଲେ ।

କିପରି ନିଜ ପତ୍ନୀ ଜରିଆରେ ବ୍ଲାକ୍‌ମେଲିଂ ସିଣ୍ଡିକେଟ୍‌ ଚାଲିଥିଲା । କେମିତି ନୀରିହ ଲୋକଙ୍କୁ ଫସାଇ ଟଙ୍କା ରୋଜଗାର‌ କରୁଥିଲେ । କଣ ଥିଲା ତରିକା କେମିତି ଅପରେଟ୍‌ କରୁଥିଲେ ଇରାନି ପାତ୍ର । ଏମିତି କିଛି ଉତ୍ତର ପାଇବା ପାଇଁ ଇରାନୀ ସ୍ବାମୀଙ୍କୁ ଘନଘନ ଜେରା କରିଛି କମିଶନରେଟ୍ ପୋଲିସ । ଇରାନି ପାତ୍ରର ସ୍ବାମୀ ନିଶିକାନ୍ତ ସବୁ କିଛି ଗୋଟିଗୋଟି ପୋଲିସ ଆଗରେ ଗୁମର ଫିଟାଇଛି । କାରଣ ସ୍ବାମୀ ସ୍ତ୍ରୀ ଓ ତାଙ୍କ ସିଣ୍ଡିକେଟର ସବୁ କିଛି ଏବେ ପଦାରେ ପଡ଼ିବା ପରେ ଏବେ ଏହାକୁ ନେଇ ନିଶିକାନ୍ତ ଏନେଇ ପୋଲିସକୁ ସବୁ ସତ କହିଛି । କିଭଳି ଜଣେ ଯାତ୍ରାରେ କାମ ବେଳେ ଦେଖା ହୋଇଥିବା ଇରାନି ଓ ତାର ସମ୍ପର୍କର ସବୁ କିଛି ତଥ୍ୟ ପୋଲିସ ଆଗରେ ଖୋଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.