ETV Bharat / state

IPS Reshuffle in Odisha: ଦଣ୍ଡ ନା ଉପହାର ? ଟ୍ଵିନସିଟି ଅତିରିକ୍ତ କମିଶନର ହେଲେ ବ୍ରିଜେଶ ରାଏ - ବ୍ରିଜେଶ ରାଏଙ୍କୁ ଦଣ୍ଡ ନା ଉପହାର

ବରିଷ୍ଠ ଆଇପିଏସ ସ୍ତରରେ ଆଜି ରାଜ୍ୟ ସରକାର ଅଦଳବଦଳ କରିଛନ୍ତି । 1988 ବ୍ୟାଚର ଅଫିସର ଅରୁଣ ରାୟ ହୋଇଛନ୍ତି ମୁଦ୍ରଣ ଓ ପ୍ରକାଶନ ବିଭାଗ ନିର୍ଦ୍ଦେଶକ । ପୂର୍ବରୁ ଅରୁଣ ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟ କରୁଥିଲେ । 1989 ବ୍ୟାଚର ଏ.ଏମ ପ୍ରସାଦ ହୋଇଛନ୍ତି ଜେଲ ବିଭାଗ ଡିଜି । ପୂର୍ବରୁ ସେ HRPCର ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଥିଲେ । ଅଧିକ ପଢନ୍ତୁ

ଦଣ୍ଡ ନା ଉପହାର ? ଟ୍ଵିନସିଟି ଅତିରିକ୍ତ କମିଶନର ହେଲେ ବ୍ରିଜେଶ ରାଏ

author img

By ETV Bharat Odisha Team

Published : Oct 31, 2023, 6:43 PM IST

ଭୁବନେଶ୍ବର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ ସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି । ହେଲେ ଏହି ଅଦଳବଦଳ ବହୁ ଦିଗରୁ ଗୁରୁତ୍ବ ବହନ କରୁଛି । ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ଗୁଇନ୍ଦାକୁ ସଶକ୍ତ କରିବାକୁ ଚେଷ୍ଟା କରିଛନ୍ତି। ସେହିପରି ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ବିବାଦୀୟ ହୋଇଥିବା ଅଧିକାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ନିଯୁକ୍ତି ଦେଇଛନ୍ତି ସରକାର ।

ଦଣ୍ଡ ନା ଉପହାର ? ଟ୍ଵିନସିଟି ଅତିରିକ୍ତ କମିଶନର ହେଲେ ବ୍ରିଜେଶ ରାଏ
ଦଣ୍ଡ ନା ଉପହାର ? ଟ୍ଵିନସିଟି ଅତିରିକ୍ତ କମିଶନର ହେଲେ ବ୍ରିଜେଶ ରାଏ

ଅଧିକ ପଢନ୍ତୁ- Tortured By IPS Officer's wife: ବାବୁଆଣୀଙ୍କ ପାଖରେ କେବେ ପହଞ୍ଚିବ ପୋଲିସ ?

ବରିଷ୍ଠ ଆଇପିଏସ ସ୍ତରରେ ଆଜି ରାଜ୍ୟ ସରକାର ଅଦଳବଦଳ କରିଛନ୍ତି । 1988 ବ୍ୟାଚର ଅଫିସର ଅରୁଣ ରାୟ ହୋଇଛନ୍ତି ମୁଦ୍ରଣ ଓ ପ୍ରକାଶନ ବିଭାଗ ନିର୍ଦ୍ଦେଶକ । ପୂର୍ବରୁ ଅରୁଣ ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟ କରୁଥିଲେ । 1989 ବ୍ୟାଚର ଏ.ଏମ ପ୍ରସାଦ ହୋଇଛନ୍ତି ଜେଲ ବିଭାଗ ଡିଜି । ପୂର୍ବରୁ ସେ HRPCର ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଥିଲେ । ସେହିପରି 1992 ବ୍ୟାଚର ଲଳିତ ଦାସ ହୋଇଛନ୍ତି HRPC ଅତିରିକ୍ତ ଡିଜିପି । ପୂର୍ବରୁ ସେ ମୁଦ୍ରଣ ଓ ପ୍ରକାଶନ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଉଥିଲେ ।

ଅଧିକ ପଢନ୍ତୁ- ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ପୋଲିସ ଡିଜିଙ୍କୁ ଭେଟିଲା ବିଜେପି

ଟ୍ଵିନ ସିଟିର ଅତିରିକ୍ତ ପୋଲିସ କମିସନର ଥିବା ଉମାଶଙ୍କର ଦାଶ ହୋଇଛନ୍ତି ଗୁଇନ୍ଦା ବିଭାଗ ଡିଆଇଜି । 2008 ବ୍ୟାଚର ଏହି ଅଫିସର ଭୁବନେଶ୍ବର ଡିସିପି ପରେ ଅତିରିକ୍ତ ପୋଲିସ କମିଶନର ଭାବେ କାର୍ଯ୍ୟ କରୁଥିଲେ । ଏହି ସମୟରେ ତାଙ୍କ ନାଁରେ ଅନେକ ଅଭିଯୋଗ ଆସିଥିଲା । ଫଳରେ ସେ ବିବାଦୀୟ ହୋଇଥିଲେ । କିନ୍ତୁ ସେ ଦୀର୍ଘ ଦିନ ଟ୍ଵିନ ସିଟିରେ କାମ କରିଥିବାରୁ ତାଙ୍କର କିଛି ସୋର୍ସ ରହିଛି । ଯାହା ଆଗକୁ ଫାଇଦା ହେବ ବୋଲି ରାଜ୍ୟ ସରକାରଙ୍କ ଥିଙ୍କ ଟ୍ୟାଙ୍କ ଆଶା ରଖିଛନ୍ତି । କାହିଁକିନା ଆଗକୁ ରହିଛି ସାଧାରଣ ନିର୍ବାଚନ । ତେଣୁ ଗୁଇନ୍ଦା ଖବର ସଂଗ୍ରାମ କରିବା ଓ ରାଜନୈତିକ ଗତିବିଧି ଲକ୍ଷ୍ୟକୁ କରିବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଉମାଶଙ୍କରଙ୍କୁ ଗୁଇନ୍ଦା ବିଭାଗରେ ଦାୟିତ୍ବ ଦେଇଛନ୍ତି ସରକାର ।

ଅଧିକ ପଢନ୍ତୁ- IPS Reshuffle; ଅମିତାଭଙ୍କୁ ପରିବହନ ଓ ନରସିଂହଙ୍କୁ ଅବକାରୀ କମିଶନର ଦାୟିତ୍ବ

ସେହିପରି ବ୍ରିଜେଶ ରାୟ ହେଲେ ଟ୍ଵିନ ସିଟିର ଅତିରିକ୍ତ ପୋଲିସ କମିସନର । ପୂର୍ବରୁ ସେ ପୋଲିସ ହେଡକ୍ବାର୍ଟର କଟକରେ ଅବସ୍ଥାପିତ ଥିଲେ । କାରଣ ସେ ଅନୁଗୁଳରେ ଡିଆଇଜି ଥିବାବେଳେ ବିବାଦୀୟ ହୋଇଥିଲେ । ଫଳରେ ଏକ ବିବାଦୀୟ ପରିସ୍ଥିତିରେ ତାଙ୍କୁ ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ବ୍ରିଜେଶଙ୍କ ଘରେ କାର୍ଯ୍ୟ କରୁଥିବା ଜଣେ ମହିଳା ଗୃହରକ୍ଷୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଫଳରେ ସେ ତାଙ୍କର ଦୁଇଟି ଗୋଡ ହରାଇଥିଲେ । ଅଭିଯୋଗ ହୋଇଥିଲା ଯେ, ଆଇପିଏସ ବ୍ରିଜେଶ ରାୟ ଓ ତାଙ୍କ ପତ୍ନୀ ଗୃହରକ୍ଷୀଙ୍କୁ ନିର୍ଯ୍ୟାତନା ଦେଉଥିଲେ । ଉଭୟଙ୍କ ବିରୋଧରେ ଏତେ ବଡ ଅଭିଯୋଗ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ବଦଳରେ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ନୂଆ ନିଯୁକ୍ତି ଦିଆଯାଇଛି । ଯାହାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.