ETV Bharat / state

ଅରୁଣ ଷଡ଼ଙ୍ଗୀ ହେଲେ ଇନଚାର୍ଜ ପୋଲିସ ଡିଜି,କାଲି ସରିବ ବଂଶଲଙ୍କ କାର୍ଯ୍ୟକାଳ

author img

By ETV Bharat Odisha Team

Published : Dec 30, 2023, 7:32 PM IST

Arun Sarangi Additional DG: ଇନଚାର୍ଜ ଡିଜିପି ଦାୟିତ୍ବ ନେଲେ ଆଇପିଏସ ଅରୁଣ କୁମାର ଷଡ଼ଙ୍ଗୀ । ସେ ବର୍ତ୍ତମାନ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ରହିଛନ୍ତି । ଆସନ୍ତା କାଲି ବର୍ତ୍ତମାନର ପୋଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ସରୁଛି । ଅଧିକ ପଢନ୍ତୁ

ଅରୁଣ ଷଡ଼ଙ୍ଗୀ ହେଲେ ଇନଚାର୍ଜ ପୋଲିସ ଡିଜି , ଆସନ୍ତା କାଲି ସରିବ ବଂସଲଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର: ୧୯୯୦ ବ୍ୟାଚର ଆଇପିଏସ ଅଫିସରଙ୍କୁ ସରକାରଙ୍କ ନୁଆ ଦାୟିତ୍ବ । ଇନଚାର୍ଜ ଡିଜିପି ଦାୟିତ୍ବ ନେଲେ ଆଇପିଏସ ଅରୁଣ କୁମାର ଷଡ଼ଙ୍ଗୀ । ନୁଆ ବର୍ଷରୁ ସମ୍ଭାଳିବେ ନୂତନ ପଦବିର ନୂତନ କାର୍ଯ୍ୟଭାର । ସେ ବର୍ତ୍ତମାନ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ରହିଛନ୍ତି । ତେବେ ଆସନ୍ତାକାଲି ବର୍ତ୍ତମାନର ପୋଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ସରୁଛି । ଏନେଇ ତାଙ୍କ ସ୍ଥାନରେ ନୂତନ ଡିଜିପି ଭାବେ କେନ୍ଦ୍ରର ତିନୋଟି ନାମ ସୁପାରିଶ ହୋଇନାହିଁ । ଏହାରି ଭିତରେ ୧୯୯୦ବ୍ୟାଚର ଅଫିସର ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଡିଜିପି ଭାବେ ଦାୟିତ୍ବ ଦିଆଯାଇଛି । ସେ ଏବେ ଇନଚାର୍ଜ ଡିଜି ଭାବେ ଦାୟିତ୍ୱ ତୁଲାଇବେ । ତାଙ୍କର କାର୍ଯ୍ୟଅବଧି ଆଉ ମାତ୍ର ଅଳ୍ପଦିନ ରହିଛି ।

ଗତକାଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବଢ଼ିଥିଲା । 6 ମାସ କାର୍ଯ୍ୟକାଳ ବଢ଼ାଇଥିଲେ ରାଜ୍ୟ ସରକାର । 2024 ଜୁନ 30 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢାଇଲେ ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଡିସେମ୍ବର 31 ତାରିଖରେ ଅବସର ନେବାର ଥିଲା । ତାଙ୍କ ସ୍ଥାନରେ କାହାକୁ ମିଳିବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଦାୟିତ୍ବ, ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡିସେମ୍ବର 31 ତାରିଖରେ ଅବସର ଗ୍ରହଣ କରିଥାନ୍ତେ । କିନ୍ତୁ ନୂଆ ବର୍ଷରେ ଓଡ଼ିଶା କାହାକୁ ନୂଆ ମୁଖ୍ୟ ଶାସନ ସଚିବ ଭାବରେ ପାଇବ ବୋଲି ଚର୍ଚ୍ଚା ଲାଗି ରହିଥିଲା । ପ୍ରଦୀପ ଜେନା ଆହୁରି 6 ମାସ ମଖ୍ୟ ଶାସନ ସଚିବ ପଦରେ ରହିବେ ବୋଲି ସୂଚନା ମିଳିଛି । ଏଥିପାଇଁ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

ଏହା ମଧ୍ୟ ପଢନ୍ତୁ .....6 ମାସ ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ

ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଏହା ରାଜ୍ୟ ସରକାରଙ୍କ ପାଇଁ ଘଡ଼ିସନ୍ଧି ମୁହୂର୍ତ୍ତ । ପରବର୍ତ୍ତୀ ମୂଖ୍ୟ ଚୟନ କରିବା ସରକାରଙ୍କ ପାଇଁ କାଠିକର ପାଠ ଥିଲା । କାହାକୁ ନୂଆ ମୁଖିଆ କରିବେ, ଓଡ଼ିଆ ନା ଅଣଓଡ଼ିଆ ତାକୁ ନେଇ ଆଲୋଚନା ଜୋର ଧରିଥିଲା । ପ୍ରଦୀପ ଜେନା ହେଉଛନ୍ତି 1989 ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.