ETV Bharat / state

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ନେପାଳର କାଠମାଣ୍ଡୁରେ ପହଞ୍ଚିଲା ମହାପ୍ରଭୁଙ୍କ ନିମନ୍ତ୍ରଣ - କାଠମାଣ୍ଡୁରେ ନିମନ୍ତ୍ରଣପତ୍ର

Parikrama Project Inauguration: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଗତକାଲି ନିମନ୍ତ୍ରଣକାରୀ ଦଳ ନେପାଳର କାଠମାଣ୍ଡୁରେ ପହଞ୍ଚିଛନ୍ତି । ନିମନ୍ତ୍ରଣକାରୀ ଦଳଙ୍କୁ ମଦୁରାଇର ଅଲଗରନାଥ ମନ୍ଦିରରେ ପ୍ରଶିକ୍ଷିତ ହାତୀ ସ୍ୱାଗତ କରିବା ସହ ନିଜ ଶୁଣ୍ଢରେ କରିଲେ ଆଶୀର୍ବାଦ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ
author img

By ETV Bharat Odisha Team

Published : Dec 30, 2023, 9:17 AM IST

ଭୁବନେଶ୍ବର: ଓଡ଼ିଶା ଆଉ ଶ୍ରୀମନ୍ଦିର ଇତିହାସରେ ଯୋଡ଼ିବାକୁ ଯାଉଛି ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ଯାହାର କାରଣ ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ୨୦୨୪, ଜାନୁଆରୀ ୧୭ ତାରିଖରେ ଏହାର ଲୋକାର୍ପଣ ଉତ୍ସବ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଅନୁଷ୍ଠିତ ହେବ । ଏହି ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଦେଶ ସମେତ ଦେଶ ବାହାର ଏବଂ ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି । ଏହି କ୍ରମରେ ଗତକାଲି(ଶୁକ୍ରବାର) ନିମନ୍ତ୍ରଣକାରୀ ଦଳ ନେପାଳର କାଠମାଣ୍ଡୁରେ ପହଞ୍ଚିଛନ୍ତି ।

ସେହିପରି ତାମିଲନାଡ଼ୁର ମଦୁରାଇର ମୀନାକ୍ଷୀ ମନ୍ଦିର ଓ ଅଲଗରନାଥ ମହାବିଷ୍ଣୁ ମନ୍ଦିରରେ ନିମନ୍ତ୍ରଣପତ୍ର ଦିଆଯାଇଛି । ଏଥିସହ ଜମ୍ମୁର ବୈଷ୍ଣୋଦେବୀ ମନ୍ଦିର, ନଭି ମୁମ୍ବାଇ ଜଗନ୍ନାଥ ମନ୍ଦିର, ବିଜୟୱଡା ଶ୍ରୀ ସାଇଲମର ମଲ୍ଲିକାର୍ଜୁନ ମନ୍ଦିର, ବିଶାଖାପାଟଣାର ଷ୍ଟିଲ ପ୍ଲାଣ୍ଟ ଜଗନ୍ନାଥ ମନ୍ଦିର, ଔରଙ୍ଗାବାଦ ଏଲୋରାର ଶ୍ରୀ ଘୃଷ୍ଣେଶ୍ଵର ମନ୍ଦିର ଦେବସ୍ଥାନ, ଗୁଜୁରାଟ ସୋମନାଥ ମନ୍ଦିରରେ ସେବାୟତ ଓ ନୋଡାଲ ଅଧିକାରୀ ପହଞ୍ଚି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।

ଓଡିଶାର ବରଗଡ଼ ପାଇକମାଳର ନୃସିଂହନାଥ ମନ୍ଦିର, ନୂଆପଡାର ପାତାଳ ଗଙ୍ଗା ମନ୍ଦିରରେ ମଧ୍ୟ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା । ମଦୁରାଇର ଅଲଗରନାଥ ମନ୍ଦିରରେ ପ୍ରଶିକ୍ଷିତ ହାତୀ ନିମନ୍ତ୍ରଣକାରୀ ଦଳଙ୍କୁ ସ୍ୱାଗତ କରିବା ସହ ନିଜ ଶୁଣ୍ଢରେ ଆଶୀର୍ବାଦ କରିଥିଲା । ସବୁଠି ଜୟ ଜଗନ୍ନାଥ ଧ୍ୱନିରେ ନିମନ୍ତ୍ରଣକାରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ମା' ତାରିଣୀଙ୍କ ନିକଟକୁ ଆସିଲା ନିମନ୍ତ୍ରଣ ପତ୍ର

ଏହା ମଧ୍ୟ ପଢନ୍ତୁ- ନିମନ୍ତ୍ରଣ ପତ୍ର ନେଇ କେନ୍ଦ୍ରାପଡ଼ାରେ ପହଞ୍ଚିଲେ ସେବାୟତ ଓ ନୋଡାଲ ଅଧିକାରୀ

ପ୍ରକାଶ ଥାଉକି, ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପ୍ରକଳ୍ପର ଲୋକାର୍ପଣ ଭବ୍ୟ ଆୟୋଜନ ହୋଇଛି । ଏଥିପାଇଁ ୩୦ଟି ଟିମରେ ୧୨୪ଜଣ ସେବାୟତ ନିୟୋଜିତ ହୋଇଥିବା ବେଳେ ସେମାନେ ଦେଶ ସମେତ ଦେଶ ବାହାରର ପ୍ରତ୍ୟେକ ସ୍ଥାନକୁ ଯାଇ ମନ୍ଦିର ଗୁଡିକରେ ନିମନ୍ତ୍ରଣ ପତ୍ର ପ୍ରଦାନ କରୁଛନ୍ତି ।

୨୦୧୯ ମସିହାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା ବେଳେ ୨୦୨୧ ମସିହାରେ ଏହା ରୂପାୟନ ହୋଇଥିଲା । ଶ୍ରୀମନ୍ଦିର ଠାରୁ ୭୫ ମିଟର ବ୍ୟାସାର୍ଦ୍ଧରେ ଏହି ପରିକ୍ରମା କାର୍ଯ୍ୟକ୍ରମରେ ୯ ଗୋଟି ପ୍ରକଳ୍ପ ସ୍ଥାନ ପାଇଛି । ସେହିପରି ଭିଡ଼କୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାର ଦୁଇଟି ପ୍ରମୁଖ ମନ୍ଦିରର ଦୁଇ ଜଣ ଲେଖାଏଁ ସେବାୟତଙ୍କୁ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ କରାଯାଉଛି । ମାତ୍ର ପରବର୍ତ୍ତୀ ଦିନମାନଙ୍କରେ ସମସ୍ତ ମନ୍ଦିରର ସେବାୟତ ପୁରୀକୁ ଯାତ୍ରା କରିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.