ETV Bharat / state

ଚିଲିକାରେ ଜଳପରି ଜିଆ ରଏ, ୩ ଘଣ୍ଟା ୫୭ ମିନିଟରେ ଅତିକ୍ରମ କଲେ ୨୧ କିମି

ଚିଲିକାରେ ଜଳପରି ଜିୟା ରାୟଙ୍କ ସନ୍ତରଣ। ସକାଳ ୫ଟା ୪୫ ମିନିଟରୁ ସନ୍ତରଣ ଆରମ୍ଭ କରିଛନ୍ତି । ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷାକୁ ନେଇ ଜଳପରି ଜିୟା ରାୟ ଏହି ସନ୍ତରଣ କରୁଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Nov 13, 2022, 9:54 PM IST

ଚିଲିକାରେ ଜଳପରିଙ୍କ ସନ୍ତରଣ
ଚିଲିକାରେ ଜଳପରିଙ୍କ ସନ୍ତରଣ

ଖୋର୍ଦ୍ଧା: ଚିଲିକାରେ ଜଳପରି । ଜିୟା ରାୟଙ୍କ ସନ୍ତରଣ । ସକାଳ ୫ଟା ୪୫ ମିନିଟରୁ ସନ୍ତରଣ ଆରମ୍ଭ କରିଛନ୍ତି । ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷାକୁ ନେଇ ଜଳପରି ଜିୟା ରାୟ ଏହି ସନ୍ତରଣ କରୁଛନ୍ତି । ଚିଲିକାରେ ୭ ଘଣ୍ଟା ସନ୍ତରଣ କରିବେ ଭାରତର ଜଳପରି ଭାବେ ପରିଚିତ ୧୪ ବର୍ଷୀୟା ଦିବ୍ୟାଙ୍ଗିନୀ ବାଳିକା ସୁଶ୍ରୀ ଜିୟା ରାୟ ।

ଚିଲିକାରେ ଜଳପରିଙ୍କ ସନ୍ତରଣ

ମିସ୍ ଜିୟା ରାୟ । ବୟସ ମାତ୍ର ୧୪ ବର୍ଷ । ଘର ବନାରସ ମାତ୍ର ସେ ମୁମ୍ବାଇରେ ରୁହନ୍ତି । ସୁଶ୍ରୀ ଜିୟା ରାୟଙ୍କର ବାପା ହେଉଛନ୍ତି ମଦନ ରାୟ । ମଦନ ହେଉଛନ୍ତି ଭାରତୀୟ ନୌସେନାରେ ଜଣେ ପଦାଧିକାରୀ । ଆଉ ସୁଶ୍ରୀ ଜିୟା ଜଣେ ଦିବ୍ୟାଙ୍ଗ । ଦିବ୍ୟାଙ୍ଗ ହୋଇ ବି ହାର ମାନି ନାହାଁନ୍ତି ସୁଶ୍ରୀ ଜିୟା । ନିଜର ଅଲୌକିକ ପ୍ରତିଭା ଯୋଗୁଁ ସେ ସାରା ଭାରତ ବର୍ଷରେ ଆଜି ଜଣେ ଚର୍ଚ୍ଚିତ ଚେହେରା ହୋଇପାରିଛନ୍ତି । ଶ୍ରୀଲଙ୍କାରୁ ଭାରତକୁ ଜଳପଥରେ ସଂଯୋଗ କରୁଥିବା ରାସ୍ତାକୁ ପାର କରିଥିଲେ ସୁଶ୍ରୀ ଜିୟା । ସେତେବେଳେ ସୁଶ୍ରୀ ଜିୟାଙ୍କୁ ମାତ୍ର ୧୩ ବର୍ଷ ୧୦ ମାସ ବୟସ ହୋଇଥିଲା ।

ସେତେବେଳେ ସୁଶ୍ରୀ ଜିୟା ଶ୍ରୀଲଙ୍କାର ତାଲାଇମନାର ଠାରୁ ଭାରତର ଧନୁସକୋଡି ପର୍ଯ୍ୟନ୍ତ ୨୯ କିମି ଜଳପଥକୁ ମାତ୍ର ୧୩ ଘଣ୍ଟା ୧୦ ମିନିଟରେ ସନ୍ତରଣ ଦ୍ୱାରା ଅତିକ୍ରମ କରିଥିଲେ । ତାହା ପୁଣି ୨୦-୦୩-୨୨ ମସିହାରେ । ଏହା ପୂର୍ବରୁ ସୁଶ୍ରୀ ଜିୟା ବିଶ୍ୱସ୍ତରୀୟ ପାରା ସୁଇମିଙ୍ଗରେ ୧୪ କିମି, ୨୨ କିମି ଏବଂ ୩୬ କିମି ସନ୍ତରଣ କରି ରେକର୍ଡ କରିଥିଲେ । ଏଥିପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ମନ୍-କି-ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ ।

ତାଙ୍କର ଏହି କୃତିତ୍ୱ ପାଇଁ ଏସିଆ ବୁକ୍-ଅଫ୍-ରେକର୍ଡ ଏବଂ ଇଣ୍ଡିଆ ବୁକ୍-ଅଫ୍-ରେକର୍ଡରେ ସେ ନିଜ ନାମକୁ ସ୍ଥାନିତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ "ରାଷ୍ଟ୍ରୀୟ-ବାଲ୍" ପୁରସ୍କାର ମଧ୍ୟ ହାସଲ କରିଛନ୍ତି ସୁଶ୍ରୀ ଜିୟା । ବିଗତ ୩ବର୍ଷ ମଧ୍ୟରେ ସୁଶ୍ରୀ ଜିୟା ଦେଶ ଏବଂ ରାଜ୍ୟସ୍ତରୀୟ Open Water Swinging ପ୍ରତିଯୋଗିତାରେ ୨୬ ସ୍ୱର୍ଣ୍ଣ ପଦକ, ୧ ଟି ରୌପ୍ୟ, ୧ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଏବେ ଏହି ସୁଶ୍ରୀ ଜିୟା ରାୟ ଚିଲିକାରେ ସନ୍ତରଣ କରି ନିଜର ଜଲୱା ଦେଖାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି । ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମାଆ କାଳିଜାଈଙ୍କ ପୀଠ ତଥା ପୁରୀ ଜିଲ୍ଲାର କୃଷ୍ଣପ୍ରସାଦଗଡରୁ ବାଲୁଗାଁ ଜେଟି ତଥା ଚିଲିକାକୂଳ ଯାହାର ଦୂରତା ୨୧ କିମି ଜଳପଥରେ ସନ୍ତରଣ କରିଛନ୍ତି । ତାହା ପୁଣି ୩ଘଣ୍ଟା ୫୭ ମିନିଟରେ।

ଭେଟେରାନ୍ସ କ୍ଲବ ଓଡିଶା ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲ। ଚିଲିକାର ଜଳରାଶିରେ ନୂତନ ବାର୍ତ୍ତା ଦେବାକୁ ଚାହୁଁଛି ଭେଟେରାନ୍ସ କ୍ଲବ ଓଡିଶା । ଭେଟେରାନ୍ସ କ୍ଲବ ଓଡିଶା ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସହାୟତା କରିଛନ୍ତି ନୌସେନା ବାହିନୀର ଓଡ଼ିଶା ମୁଖ୍ୟ କମାଣ୍ଡର ଏନପି ପ୍ରଦୀପ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଜିୟା ରାୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.