ETV Bharat / state

ସମଦୂରତା ନୁହେଁ, ବିଜେଡି-ବିଜେପି ମଧ୍ୟରେ ଭିତିରିଆ ସମ୍ପର୍କ ! - କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା

ବିଜେପି ଏବଂ ବିରୋଧୀ ଦଳଙ୍କ ସହ ସମନ୍ବୟ ରକ୍ଷା ପାଇଁ ଜଣାଶୁଣା ନବୀନ ପଟ୍ଟନାୟକ । ଗତ 27 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ସାମିଲ ହୋଇନଥିଲେ ମୁଖ୍ୟମନ୍ତ୍ରୀ । ଯାହାର ଅଧ୍ୟକ୍ଷତା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ନୂତନ ସଂସଦ ଭବନର ଉଦଘାଟନ କାର୍ଯ୍ୟକ୍ରମରେ ନବୀନ ସାମିଲ ହୋଇନଥିଲେ ବିଜେଡି ସାଂସଦ ମାନେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

ସମଦୂରତା ନୁହେଁ, ବିଜେଡି-ବିଜେପି ମଧ୍ୟରେ ଭିତିରିଆ ସମ୍ପର୍କ !

author img

By

Published : Jun 21, 2023, 8:58 PM IST

ସମଦୂରତା ନୁହେଁ, ବିଜେଡି-ବିଜେପି ମଧ୍ୟରେ ଭିତିରିଆ ସମ୍ପର୍କ !

ଭୁବନେଶ୍ବର: ଆସନ୍ତା ୨୩ ତାରିଖରେ ବିହାର ପାଟନାରେ ବସିବ ମିଳିତ ବିରୋଧୀ ବୈଠକ । ବୈଠକରେ ସାମିଲ ହେବେ କଂଗ୍ରେସ ସମେତ ୧୦ରୁ ଅଧିକ ରାଜନୈତିକ ଦଳ । କିନ୍ତୁ ବୈଠକରେ ସାମିଲ ନେଇ ବିଜେଡିକୁ ଆମନ୍ତ୍ରଣ କରାଯାଇନାହିଁ । ଏନେଇ ରାଜ୍ୟସଭା ସାଂସଦ ତଥା ଟିଏମସି ନେତା ଡେରେକ ଓ’ବ୍ରାଇନ କହିଛନ୍ତି ଯେ, ବିଜେଡି ଅନୌପଚାରିକ ଭାବେ ବିଜେପି ସହିତ ରହିଛି । ଏହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି ।

ବିଜେପି ଏବଂ ବିରୋଧୀ ଦଳଙ୍କ ସହ ସମନ୍ବୟ ରକ୍ଷା ପାଇଁ ଜଣାଶୁଣା ନବୀନ ପଟ୍ଟନାୟକ । ଗତ 27 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ସାମିଲ ହୋଇନଥିଲେ ମୁଖ୍ୟମନ୍ତ୍ରୀ । ଯାହାର ଅଧ୍ୟକ୍ଷତା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ନୂତନ ସଂସଦ ଭବନର ଉଦଘାଟନ କାର୍ଯ୍ୟକ୍ରମରେ ନବୀନ ସାମିଲ ହୋଇନଥିଲେ ବିଜେଡି ସାଂସଦ ମାନେ ଯୋଗ ଦେଇଥିଲେ । ବିରୋଧୀ ଦଳ ଏହି ଉଦଘାଟନୀ ଉତ୍ସବକୁ ସଂପୂର୍ଣ୍ଣ ବୟକଟ କରିଥିବାବେଳେ ବିଜେଡିର ୨୧ ସାଂସଦ ଏହି ସମାରୋହରେ ସାମିଲ ହୋଇଥିଲେ । ଯାହା ଦ୍ବାରା ସେ ଅଣ-ବିଜେପି ଦଳର ନିଷ୍ପତ୍ତିରୁ ନିଜକୁ ଦୂରେଇ ରଖିଥିଲେ ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ବିଜେଡି-ବିଜେପି ମଧ୍ୟରେ ଭିତିରିଆ ସମ୍ପର୍କ ରହିଛି । ଉଭୟ ଲୋକଙ୍କୁ ଅଲଗା ଦେଖାଇବାକୁ ଚେଷ୍ଟା କରୁଛନ୍ତି । ବିଜେଡି ଓ ବିଜେପି ୨୦୦୦ରୁ ୨୦୦୯ ଯାଏଁ ମେଣ୍ଟ ସରକାରରେ ଥିଲେ । ଲୋକସଭା କିମ୍ବା ରାଜ୍ୟସଭାରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ଯେତେବେଳେ ସହଯୋଗ ଅବଶ୍ୟକ ପଡୁଛି ବିଜେଡି ସମର୍ଥନ କରିଛି । ବିଜେପିର ୨୨ ବିଧାୟକ ଥିଲେ ମଧ୍ୟ ବିଜେଡି ସମର୍ଥନରେ ରାଜ୍ୟସଭା ଯାଇ କେନ୍ଦ୍ର ରେଳମନ୍ତ୍ରୀ ହୋଇଛନ୍ତି ଅଶ୍ବିନୀ ବୈଷ୍ଣବ । ବିଜେଡି ପାଖରେ ଯଥେଷ୍ଟ ସଂଖ୍ୟା ଥିଲା ଆଉ ଜଣେ ସଦସ୍ୟ ପଠାଇ ପାରିଥାନ୍ତା । ଆଗାମୀ ଦିନରେ ବିଜେପି-ବିଜେଡି ମିଳିତ ଭାବେ ନିର୍ବାଚନ ଲଢ଼ି ପାରନ୍ତି । ତେଣୁ ଟିଏମସି ନେତା ଠିକ କହିଛନ୍ତି । ବିଜେଡି କହୁଛି ଆମେ ସମଦୂରତା ରଖିଛୁ, କଥା ଅଲଗା । ବିଜେଡି ସବୁବେଳେ ବିଜେପି ସହିତ ରହିଛି ।

ଟିଏମସି ସାଂସଦଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ବିଧାୟକ ଭାଗିରଥି ସେଠୀ । ସେ କହିଛନ୍ତି ଯେ, ଟିଏମସି ନେତା ଯାହା କହିଛି ସମ୍ପୂର୍ଣ୍ଣ ଭିତ୍ତିହୀନ କଥା । ଯାହା କହିଛନ୍ତି ତାହା ଡାହା ମିଛ । ଏହା ଅବାନ୍ତର କଥା । ବିରୋଧୀ ଦଳ ଏକଜୁଟ ହେଉଛନ୍ତି । ବିଜେଡି କୌଣସି ଦଳ ସହିତ ସାମିଲ ହୋଇନାହାନ୍ତି । କାହିଁକି ନା ଆମ ଦଳ ଓଡିଶାରେ ମଜବୁତ ଅଛି । କୌଣସି ଦଳ ସହିତ ଆମେ ସାଲିସ କରିବୁ ନାହିଁ । ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେବାରେ ବିଜେଡିର କୌଣସି ମଜବୁରୀ ନାହିଁ । ଆମଠାରୁ ସମର୍ଥନ ନେଉଥିବାରୁ ବିଜେପିର ବରଂ ମଜବୁରୀ ରହିଛି । ଆମର ହକ ଅନୁସାରେ କେନ୍ଦ୍ରରୁ ଯାହା ପାଇବା କଥା ଆମେ ସେହି ହକ ପାଇଁ ଲଢେଇ କରୁଛୁ ।

ସେହିପରି ବିଜେପି ବିଧାୟକ ଭୂଦାନ ମୁର୍ମୁ କହିଛନ୍ତି ଯେ, କହିବା ଲୋକ ଅନେକ କଥା କହିବେ । ସତ୍ୟାସତ୍ୟ ସମସ୍ତେ ଜାଣିଛନ୍ତି । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଅଛନ୍ତି । ଓଡିଶାରେ ବିଜେଡି ନେତୃତ୍ୱାଧୀନ ସରକାର ଅଛନ୍ତି । ଆଗାମୀ ନିର୍ବାଚନରେ ସର୍ବାଧିକ ସିଟ ନେଇ ବିଜେପି ଓଡିଶାରେ ସରକାର କରିବ । ବିଜେଡି ସହିତ ମିଶିକି ଅଛୁ ବୋଲି କେବଳ ଚର୍ଚ୍ଚା ହେଉଛି । ଏଥିରେ ଲିଖିତ କିଛି ନାହିଁ । କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଜରିଆରେ ହୁଏ । ଏହା ଏକ ବ୍ୟବସ୍ଥା । ତାହାର ଅର୍ଥ କଦାପି ନୁହେଁ, ବିଜେପି-ବିଜେଡି ମିଶି ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.