ଖୋର୍ଦ୍ଧା: ସାମୁଦ୍ରିକ ବାତ୍ୟା ୟସ ଆସନ୍ତାକାଲି (ବୁଧବାର) ଭଦ୍ରକ ଓ ବାଲେଶ୍ବର ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏଥିପାଇଁ ଆଇଏନଏସ ଚିଲିକା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଏକ ଭିଡ଼ିଓ ବାର୍ତ୍ତା ମଧ୍ୟମରେ କହିଛନ୍ତି ଓଡିଶା ନାଭାଲ ଅଫିସର କମୋଡର ।
ମାଡି ଆସୁଛି ବାତ୍ୟା ୟସ । ଉପକୂଳବର୍ତ୍ତି ଅଞ୍ଚଳରେ ଏହାର ପ୍ରଭାବ ଅଧିକ ରହିବ । ବାତ୍ୟାର ଗତିବିଧି ଉପରେ 24 ଘଣ୍ଟା ସମ୍ପୂର୍ଣ୍ଣ ନଜର ରଖାଯାଇଥିବା ଓଡିଶା ନାଭାଲ ଅଫିସର କମୋଡର କହି ଥିବାବେଳେ ଭାରତୀୟ ନୌସେନା ପକ୍ଷରୁ ଉଦ୍ଧାର ଓ ରିଲଫ କାର୍ଯ୍ୟ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ