ETV Bharat / state

ନିଶା ନିବାରଣ କେନ୍ଦ୍ରରେ ଚାଲିଗଲା ଜୀବନ, ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ - ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ମତ୍ୟୁ

ନିଶା ନିବାରଣ କେନ୍ଦ୍ରରେ ଚାଲିଗଲା ଜୀବନ । ସିସିଟିଭି ଫୁଟେଜ ଦେଖି ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର । ଅଧିକ ପଢନ୍ତୁ

man died at anti drug addiction center
ନିଶା ନିବାରଣ କେନ୍ଦ୍ରରେ ଚାଲିଗଲା ଜୀବନ
author img

By

Published : May 10, 2023, 3:26 PM IST

ନିଶା ନିବାରଣ କେନ୍ଦ୍ରରେ ଚାଲିଗଲା ଜୀବନ

ଭୁବନେଶ୍ବର: କାଳ ହେଲା ନିଶା ଛଡାଇବା । ଅକାଳରେ ଚାଲିଗଲା ଜୀବନ । ନିଶା ନିବାରଣ କେନ୍ଦ୍ରରେ ଚାଲିଗଲା ଅନ୍ତେବାସୀଙ୍କ ଜୀବନ । ଭରତପୁର ଥାନା ଜିଏ ପ୍ଲଟ୍‌ରେ ଥିବା ଉମିଦ ଫାଉଣ୍ଡେସନ ନିଶା ନିବାରଣ କେନ୍ଦ୍ରର ୫୦ ବର୍ଷୀୟ ଅରୁଣ କୁମାର‌ ବେହେରାଙ୍କର ମୃତ୍ୟୁ ନେଇ ବଢିଛି ସସ୍‌ପେନ୍ସ । ସିସିଟିଭି ଫୁଟେଜ ଦେଖି ପରିବାର ଲୋକେ ହତ୍ୟା ସନ୍ଦେହ କରିଛନ୍ତି ।

ଉମିଦ ଫାଉଣ୍ଡେସନ ନିଶା ନିବାରଣ କେନ୍ଦ୍ରର ୫୦ ବର୍ଷୀୟ ଅନ୍ତେବାସୀ ଅରୁଣ କୁମାର‌ ବେହେରାଙ୍କର ମୃତ୍ୟୁ ହୋଇଛି । ଯେଉଁ ଲୋକଙ୍କୁ ନିଶା ଛଡ଼ାଇବାକୁ ଗତ ତିନିଦିନ ତଳେ ନିଶା ନିବାରଣ କେନ୍ଦ୍ରରେ ଛଡାଯାଇଥିଲା । ଏବେ କିନ୍ତୁ ତାଙ୍କର ଭଲ ହେବା ଖବର ଜାଣିବା ପରିବର୍ତ୍ତେ ମୃତ୍ୟ ଖବର ପାଇଛନ୍ତି ପରିବାର । ତାଙ୍କ ବାପାଙ୍କୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ । ଖାଲି ସେତିକି ନୁହେଁ ମୃତଦେହକୁ ହସ୍ପିଟାଲ ଆଣି ଛାଡି ଦେଲେ ଅଥଚ ଖବର ଦେଇନଥିବା ଅଭିଯୋଗ କରିଛନ୍ତି ପରିବାର । ନିଶା ନିବାରଣ କେନ୍ଦ୍ରର ବେପରୁଆ ଓ ଦାୟିତ୍ବହୀନତା କାରଣରୁ ବାପାଙ୍କ ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକ ଅରୁଣ କୁମାର‌ ବେହେରାଙ୍କ ପୁଅ । ଯାହାକୁ ନେଇ ପୋଲିସ ପାଖରେ ହତ୍ୟା କରି ଅଭିଯୋଗ କରିଛନ୍ତି ପରିବାର ।

ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବଡପୁଅ ସୌମ୍ୟ ବେହେରା । ଅତ୍ୟଧିକ ମାଡ଼ ଯୋଗୁଁ ହୁଏତ ତାଙ୍କର ଜୀବନ ଯାଇଥାଏ ପାରେ ବୋଲି କହିଛନ୍ତି ସୌମ୍ୟ ବେହେରା । କାରଣ ତାଙ୍କର‌ ବେକ ହାତ ପାଟିରେ ଗାଲରେ ଚିହ୍ନ ରହିଛି, ଏଣୁ ଅକଥନୀୟ ନିର୍ଯାତନା ଯୋଗୁଁ ଜୀବନ ଯାଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି । ପରିବାର ଲୋକଙ୍କୁ ସେ ଶୌଚାଳୟରେ ଆତ୍ମହତ୍ୟା କରିଥିବା କୁହଯାଉଛି । ଘଟଣା ନେଇ ନିଶା ନିବାରଣ କେନ୍ଦ୍ରର ପ୍ରତିକ୍ରିୟା ମିଳିପାରିନାହିଁ । ପୋଲିସ ସିସିଟିଭି ଫୁଟେଜ ହାର୍ଡଡିସ୍କ ଜବତ କରିଛି । ଯାଞ୍ଚ ପରେ ଏହା ‌ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି ।

ଏହା ବି ପଢନ୍ତୁ...Jharsuguda Bypoll: ନେତା ବାଛୁଛନ୍ତି ଜନତା, 11ଟା ସୁଦ୍ଧା ଲାଇକେରା ବ୍ଲକରେ 30% ମତଦାନ

ନିଶା ନିବାରଣ କେନ୍ଦ୍ରରେ ନିଶା ଛଡାଇବା ଆଳରେ କିଭଳି ନିର୍ଯାତନା ଦିଆଯାଉଛି ତାହାର ଅନେକ ଅଭିଯୋଗ ପୂର୍ବରୁ ଆସିଛି । କେବଳ ସେତିକି ନୁହେଁ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । କିଛି ଦିନ ତଳେ ଫେବୃଆରୀ ୧ରେ ମଞ୍ଚେଶ୍ବର ଭୋଟପଡା ସାଇକୃପା ନିଶା ନିବାରଣ କେନ୍ଦ୍ର୍ର 3 ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ସର୍ବେଶ୍ଵର ବେହେରା ନାମକ ବ୍ୟକ୍ତିଙ୍କୁ ଗତ ବର୍ଷ ଡିସେମ୍ବର ୨୭ ତାରିଖରେ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଥିଲା । ସେହିପରି ଗତବର୍ଷ ନଭେମ୍ବର ୧ ତାରିଖରେ ଖଣ୍ଡଗିରି କୋଳଥିଆ ହାଉସି ବୋର୍ଡ ଏମ ଆଇଜି ୮୨ରେ ଥିବା ନିଶା ନିବାରଣ କେନ୍ଦ୍ରର ଅନ୍ତେବାସୀ ରାଜୀବ ଶ୍ରୀଚନ୍ଦନଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ସାଙ୍ଘାତିକ ଅଭିଯୋଗ ଆସୁଥିଲେ ମଧ୍ୟ ପୋଲିସର‌ ଆଖି ଦୃଶିଆ ତଦନ୍ତ ଦେଖିବାକୁ ମିଳୁନି । ଏ ଦିଗରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.