ETV Bharat / state

ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକଙ୍କୁ ମିଳୁନି ଦରମା, ଆନ୍ଦୋଳନ ଚେତାବନୀ ଦେଲା ସଂଘ

author img

By

Published : Apr 25, 2023, 7:56 AM IST

2016-2022 ମଧ୍ୟରେ ହାଇସ୍କୁଲରେ ନିଯୁକ୍ତ ପ୍ରାରମ୍ଭିକ ଶିକ୍ଷକଙ୍କୁ ମିଳୁନି ଦରମା । ଦରମା ସହ ନିୟମିତ କରିବାକୁ ଦାବି କରି ଆନ୍ଦୋଳନ ଚେତାବନୀ ଦେଲା ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ । ଅଧିକ ପଢନ୍ତୁ

ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକଙ୍କୁ ଦରମା ଓ ନିୟମିତ ଦାବି

ଭୁବନେଶ୍ବର: ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକଙ୍କୁ ମିଳୁନି ଦରମା । 2016-2022 ମଧ୍ୟରେ ହାଇସ୍କୁଲରେ ନିଯୁକ୍ତ ପ୍ରାରମ୍ଭିକ ଶିକ୍ଷକଙ୍କୁ ମାର୍ଚ୍ଚ ମାସର ଦରମା ଏ ପର୍ଯ୍ୟନ୍ତ ମିଳିନାହିଁ । ରାଜ୍ୟ ସରକାର ଏହି ଶିକ୍ଷକଙ୍କ ନିଯୁକ୍ତିକୁ ନିୟମିତ କରିବା ପରେ ଏଭଳି ସମସ୍ୟା ଦେଖାଦେଇଛି । ରାଜ୍ୟରେ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣାକୁ 6 ମାସ ବିତି ଯାଇଥିଲେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟରତ ଶିକ୍ଷକମାନେ ଏଯାଏଁ ନିୟମିତ ହୋଇପାରି ନାହାନ୍ତି । ଗତ ଏପ୍ରିଲ 13 ତାରିଖରେ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମିତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ଏହି ପ୍ରକ୍ରିୟା ଆଗକୁ ବଢ଼ିପାରି ନାହିଁ । ଯାହାଫଳରେ ଚୁକ୍ତି ଭିତ୍ତିକ ଶିକ୍ଷକମାନେ ଏବେ ମଧ୍ୟ ଦ୍ବନ୍ଦ୍ୱରେ ପଡିଛନ୍ତି ।

ପାରମ୍ଭିକ ନିଯୁକ୍ତି ଶିକ୍ଷକଙ୍କୁ ମିଳୁନି ଦରମା

ଠିକା ନିଯୁକ୍ତି ଉଚ୍ଛେଦ ହୋଇଥିବାରୁ ପୂର୍ବରୁ ଯେପରି ଭାବରେ ଦରମା ପାଉଥିଲେ ସେହି ଦରମା ଚଳିତ ବର୍ଷ ମାର୍ଚ୍ଚ ମାସ ଠାରୁ ବନ୍ଦ ରହିଛି । ଅନ୍ୟପକ୍ଷରେ ଚାକିରି ନିୟମିତ ନେଇ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଦରମା ଦେବାରେ ସମସ୍ୟା ସୃଷ୍ଟି ହୋଇଛି । ଏନେଇ ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ପ୍ରତିନିଧି ଟିମ୍ ସୋମବାର OSEPA ଅଭିଯୋଗ ପ୍ରକୋଷ୍ଠ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଯାଇ ସମସ୍ୟା ସଂକ୍ରାନ୍ତରେ ଜଣାଇବା ସହ ତୁରନ୍ତ ଦରମା ମଞ୍ଜୁରୀ ଏବଂ ନିୟମିତ କରିବାକୁ ଦାବି କରିଛନ୍ତି ।

ତେବେ ଆଜି ସୁଦ୍ଧା ଦରମା ଉପରେ ଥିବା ସମସ୍ୟା ବିଭାଗ ଦୂର କରିବ । ଝାରସୁଗୁଡ଼ା ନିର୍ବାଚନ ପାଇଁ ଚିଠି ହେବାରେ ବିଳମ୍ୱ ହେଉଛି । ଏଥିସହିତ ନିର୍ବାଚନ କମିସନରଙ୍କ ଅନୁମୋଦନ ବିଭାଗ ମାଗିଛନ୍ତି ବୋଲି ଜଣେ ବିଭାଗୀୟ ଅଧିକାରୀ ମତ ରଖିଥିବା ସଂଘ କହିଛି । ଯଦି ସରକାର ସମସ୍ୟାର ସମାଧାନ ପାଇଁ ଅଧିକ ସମୟ ନିଅନ୍ତି ତେବେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି କହିଛି ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଜନ୍ମ ଦିବସରେ ଓଡ଼ିଶାରୁ ଚୁକ୍ତିଭିତ୍ତିକ ପ୍ରଥାର ଉଚ୍ଛେଦ ନେଇ ଘୋଷଣା କରିଥିଲେ । ଘୋଷଣା ପରେ ସମସ୍ତ ବିଭାଗରେ ଚୁକ୍ତିଭିତ୍ତିକ କର୍ମଚାରୀମାନେ ନିୟମିତ ହୋଇଥିଲେ । କିନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ପ୍ରାୟ ୧୮ ହଜାରରୁ ଅଧିକ ଚୁକ୍ତିଭିତ୍ତିକ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯାଇ ନଥିଲା । ଘୋଷଣା ପରେ ବି ନିୟମିତ ନକରାଯିବାରୁ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.