ETV Bharat / state

ରାଜ୍ୟର ୭ ବଡ କଲେଜର ବଦଳିବ ଚେହେରା, ମହାବିଦ୍ୟାଳୟର ବିକାଶ ପାଇଁ ଅର୍ଥ ମଞ୍ଜୁର

author img

By

Published : Mar 18, 2023, 7:09 AM IST

ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ’ର ପ୍ରକଳ୍ପ ସମୀକ୍ଷା ବୈଠକରେ ୭ଟି ଉଚ୍ଚଶିକ୍ଷାନୁଷ୍ଠାନର ବିକାଶ ପାଇଁ ଏହି ଟଙ୍କା ମଞ୍ଜୁର କରାଯାଇଛି । ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସମୀକ୍ଷା ବୈଠକରେ ୭ଟି ପ୍ରକଳ୍ପ ପାଇଁ ୩ କୋଟି ୧୨ ଲକ୍ଷ ୨୩ ହଜାର ୭୦୨ ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି । ଅଧିକ ପଢନ୍ତୁ

ରାଜ୍ୟର ୭ ବଡ କଲେଜର ଚେହେରା ବଦଳିବ, କଲେଜର ବିକାଶ ପାଇଁ ଅର୍ଥ ମଞ୍ଜୁର

ଭୁବନେଶ୍ବର: ରାଜ୍ୟରେ ବଦଳିବ ୭ ବଡ ବଡ କଲେଜର ଚେହେରା । କଲେଜର ବିକାଶ ପାଇଁ ୩. ୧୨ କୋଟି ମଞ୍ଜୁର ହୋଇଛି । କେଉଁଠି ସ୍ମାର୍ଟ ଶ୍ରେଣୀଗୃହ ତିଆରି ହେବ ତ କେଉଁଠି ଉତ୍କର୍ଷ କେନ୍ଦ୍ର କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୩ କୋଟି ୧୨ ଲକ୍ଷ ୨୩ ହଜାର ୭୦୨ ଟଙ୍କା ।

ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ’ର ପ୍ରକଳ୍ପ ସମୀକ୍ଷା ବୈଠକରେ ୭ଟି ଉଚ୍ଚଶିକ୍ଷାନୁଷ୍ଠାନର ବିକାଶ ପାଇଁ ଏହି ଟଙ୍କା ମଞ୍ଜୁର କରାଯାଇଛି । ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସମୀକ୍ଷା ବୈଠକରେ ୭ଟି ପ୍ରକଳ୍ପ ପାଇଁ ୩ କୋଟି ୧୨ ଲକ୍ଷ ୨୩ ହଜାର ୭୦୨ ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି । ଏହି ଟଙ୍କାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍କର୍ଷ କେନ୍ଦ୍ର କରାଯିବ ।

ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ବ୍ରହ୍ମପୁରର ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲରେ ନୂଆ ସ୍ମାର୍ଟ ଶ୍ରେଣୀଗୃହ ଓ ଭିଡିଓ କନଫରେନ୍ସ ହଲ ନିର୍ମାଣ ଏବଂ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର୍‌)ରେ ଛାତ୍ରଛାତ୍ରୀଙ୍କ ପାଇଁ ୟଙ୍ଗ ଟିଙ୍କର ସ୍ପେସ କରାଯିବ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବାଙ୍ଗିରିପୋଷିର ଲକ୍ଷ୍ମୀକାନ୍ତ ଡିଗ୍ରୀ କଲେଜରେ ସାଇକେଲ ଷ୍ଟାଣ୍ଡର ପ୍ରସାରଣ ସହ ବିଜ୍ଞାନ ଲ୍ୟାବ ପ୍ରତିଷ୍ଠା ହେବ । ଢ଼େଙ୍କାନାଳ ଜୋରନ୍ଦାର ମହିମା ମହାବିଦ୍ୟାଳୟରେ ବୈଦ୍ୟୁତିକ ଉପକରଣ କ୍ରୟ କରାଯିବ ।

ଢ଼େଙ୍କାନାଳ ଭୁବନର ବାଜିରାଉତ ମେମୋରିଆଲ ଡିଗ୍ରୀ କଲେଜର ଷ୍ଟାଫ କମନରୁମର ଉନ୍ନତିକରଣ ଏବଂ ଗଞ୍ଜାମର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ସେମିନାର ଲାଇବ୍ରେରୀ ପାଇଁ ବହି କ୍ରୟ କରାଯିବ । କଲେଜରେ ଏହି ସବୁ ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ‘ମୋ କଲେଜ ଅଭିଯାନ’ ମାଧ୍ୟମରେ ସହାୟତା ଅର୍ଥ ପ୍ରଦାନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ନିଜ ପ୍ରିୟ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ଏହି ଅବଦାନ କଲେଜର ବିକାଶ ପଥକୁ ତ୍ୱରାନ୍ୱିତ କରିବ ।

ଏହା ସହ ଅନ୍ୟ ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ ଶିକ୍ଷାନୁଷ୍ଠାନର ବିକାଶ କରିବାକୁ ଆଗେଇ ଆସିବା ପାଇଁ ପ୍ରେରଣା ଦେବ । ସମୀକ୍ଷା ବୈଠକରେ ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ତଥା ‘ମୋ କଲେଜ’ର ଉପାଧ୍ୟକ୍ଷ ବିଷ୍ଣୁପଦ ସେଠୀ, ‘ମୋ କଲେଜ’ର ମୁଖ୍ୟ ପରିଚାଳନା ଅଧିକାରୀ ଅମୀୟ କୁମାର ରାଉତ, ‘ମୋ କଲେଜ’ର ବିତ୍ତ ଅଧିକାରୀ ଅନିତା ସାହୁ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ରୋଜିନା ଦାସ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁସଚିବ ରଶ୍ମି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.