ଖୋର୍ଦ୍ଧା: ଦିନକୁ 13 ଘଣ୍ଟା ପରିଶ୍ରମ। ତାହା ପୁଣି ସ୍ବଳ୍ପ ପାରିଶ୍ରମିକ ମୂଲ୍ୟରେ। କାମ ନକଲେ ଖରାରେ ନିର୍ଯ୍ୟାତନା ଓ ଅକଥନୀୟ ମାଡ। ଏପରିକି ପରିଶ୍ରମର ଅର୍ଥକୁ ଦଲାଲ ନେଇଯିବା ସହ ପାର୍ସପୋଟ ବି ଫେରାଉନାହିଁ। ଏ ଦୁଃଖ କାହାଣୀ ହେଉଛି ଦୁବାଇରେ ଫସିରହିଥିବା ଦୁଇ ଓଡ଼ିଆ ଶ୍ରମିକଙ୍କ। ଯିଏକି ଓଡିଶା ଫେରିବାକୁ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି।
ଖବର ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳର ଦିଲୀପ କୁମାର ଓ ମହୁଝର ଅଞ୍ଚଳର ରାଜ ସ୍ବାଇଁ ଜଣେ ଦଲାଲ ସାହାଯ୍ୟରେ ଅଧିକ ରୋଜଗାର ଲୋଭରେ ଭାରତ ଛାଡି ଦୁବାଇ ଯାଇଥିଲେ । କିନ୍ତୁ ଅଧିକ ରୋଜଗାର ଆଶା ତାଙ୍କର ଆଶାରେ ରହିଯିବା ସହ ଏବେ ଓଡିଶା ଫେରିବାକୁ ଅପେକ୍ଷା।
ତେବେ ଠିକାଦାର ଜଣକ ଏହି 2 ଶ୍ରମିକଙ୍କୁ ଟଙ୍କା ନଦେଇ ନିର୍ଯାତନା ଦେଉଥିବା ସେମାନେ ଭିଡ଼ିଓ ମାଧ୍ୟମରେ ଅଭିଯୋଗ ଆଣିଛନ୍ତି । ଏହାସହ ସେଠାରେ ସେମାନେ ବହୁ କଷ୍ଟରେ ଥିବା କହିବା ସହ ସେଠାରୁ ମୁକୁଳିବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ