ETV Bharat / state

ଖୋର୍ଦ୍ଧାରେ ସିବିଆଇ ଚଢଉ, ଆୟକର ଅଧିକାରୀ ଅଟକ - ଇନକମ ଟ୍ଯାକ୍ସ ଅଫିସର ଅଟକ

ଖୋର୍ଦ୍ଧାର ଏକ ଗହଣା ଦୋକାନ ମାଲିକଙ୍କ ଠାରୁ ଖୋର୍ଦ୍ଧା ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁ ୫ଲକ୍ଷ ଟଙ୍କା ନେଉଥିବା ବେଳେ ଭୁବନେଶ୍ଵର ସିବିଆଇ ଟିମ ହାତରେ ଧରା ପଡିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Sep 24, 2022, 10:34 PM IST

ଖୋର୍ଦ୍ଧା: ଖୋର୍ଦ୍ଧାର ଏକ ଗହଣା ଦୋକାନ ମାଲିକଙ୍କ ଠାରୁ ଖୋର୍ଦ୍ଧା ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁ ୫ଲକ୍ଷ ଟଙ୍କା ନେଉଥିବା ବେଳେ ଭୁବନେଶ୍ଵର ସିବିଆଇ ଟିମ ହାତରେ ଧରା ପଡିଛନ୍ତି । ସିବିଆଇ ତାଙ୍କ ଠାରୁ ଲାଞ୍ଚ ବାବଦ 5 ଲକ୍ଷ ଟଙ୍କା ଜବତ ସହ ତାଙ୍କୁ ଅଟକ ରଖି ଧରି ଭୁବନେଶ୍ଵର ଅଫିସ ନେଇଥିବା ସୂଚନା ରହିଛି ।

ସୂଚନା ଅନୁସାରେ, ପ୍ରକାର ମାରୱାଡି ପଟିରେ ଦେବେନ୍ଦ୍ର ସାହୁଙ୍କ ଶାନ୍ତି ଜୁଏଲାରୀ ଦୋକାନ ରହିଛି । ଖୋର୍ଦ୍ଧାର ଅୟକର ଅଧିକାରୀ ତାଙ୍କୁ ଟ୍ୟାକ୍ସ ଫାଙ୍କିବାରେ ସହଯୋଗ କରିବାକୁ କହି 40 ଲକ୍ଷ ଟଙ୍କା ଦାବି କରିଥିଲେ । ପୂର୍ବରୁ 10 ଲକ୍ଷ ଟଙ୍କା, 5ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇଥିଲେ । ଗତକାଲି ବଳକା ଟଙ୍କା ମାଗିଥିଲେ । ଦାବି ମୁତାବକ ଆଜି (ଶନିବାର) ଅପରାହ୍ନରେ ତାଙ୍କ ନିଜସ୍ୱ ଘରେ ଟଙ୍କା ନେଇଥିବା ବେଳେ ସିବିଆଇ ଟିମ ତାଙ୍କୁ ମାଡି ବସିଥିଲା।

ତାଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ସିବିଆଇ ଟିମ । ଦୋକାନୀଙ୍କ ଅଭିଯୋଗ ପରେ ଚଢାଉ ପାଇଁ ଯୋଜନା କରିଥିଲା ସିବିଆଇ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.