ETV Bharat / state

Make In Odisha Conclave Inauguration: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ - CM Naveen Patniak

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଛି ମେକ ଇନ ଓଡିଶା (Make In Odisha Conclave 2022) ଉଦଘାଟନୀ ସମାରୋହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patniak) କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।ଏହା ସହ ଏକ୍ସପୋ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରେ ନୃତ୍ୟ ଓ ଗୀତ ଜରିଆରେ ରୂପାନ୍ତରିତ ଓଡିଶା ଚିତ୍ରକୁ ଅତିଥିଙ୍କ ଗହଣରେ ଉପଭୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Make In Odisha Conclave Inauguration
Make In Odisha Conclave Inauguration
author img

By

Published : Nov 30, 2022, 8:40 PM IST

Updated : Nov 30, 2022, 9:18 PM IST

ଭୁବନେଶ୍ବର: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଛି ମେକ ଇନ ଓଡିଶା (Make In Odisha Conclave 2022) ଉଦଘାଟନୀ ସମାରୋହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patniak) କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।ଏହା ସହ ଏକ୍ସପୋ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରେ ନୃତ୍ୟ ଓ ଗୀତ ଜରିଆରେ ରୂପାନ୍ତରିତ ଓଡିଶା ଚିତ୍ରକୁ ଅତିଥିଙ୍କ ଗହଣରେ ଉପଭୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Make In Odisha Conclave Inauguration

ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ୨୦୩୬ ସୁଦ୍ଧା ବିକଶିତ ଓଡିଶାର ଲକ୍ଷ୍ୟ ଧାର୍ଯ୍ୟ କରଯାଇଛି । କୃଷି ଓ ଦକ୍ଷତା ବିକାଶ ପରେ ଏବେ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ଵ ଦେଉଛନ୍ତି ସରକାର । ୫ ଦିନିଆ ମେଗା ବିଜନେସ ସମିଟରେ ଯୋଗ ଦେବା ପାଇଁ ଏବେ ସୁଦ୍ଧା ୧୧ ହଜାରରୁ ଅଧିକ ପଞ୍ଜୀକରଣ ହୋଇଛି । ମୋଟ ୩୮ଟି ଇଭେଣ୍ଟରେ ୧୨୪ ଜଣ ବକ୍ତା ଯୋଗଦେବେ । ପାରମ୍ପାରିକ ଶିଳ୍ପ ବ୍ୟତୀତ ନୂଆ ନୂଆ କ୍ଷେତ୍ରରେ ବଡ ନିବେଶ ପାଇଁ ଏଥର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ଏହାବି ପଢନ୍ତୁ- Make In Odisha Conclave Inauguration: ଲେଜର ଲାଇଟ ଶୋ ପ୍ରଦର୍ଶିତ

ମେଟାଲ, ମିନେରାଲ, ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ, ଫୁଡ୍ ପ୍ରସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ଆଇଟି କ୍ଷେତ୍ରକୁ ଫୋକସ ଦିଆଯାଇଛି । ଆସନ୍ତାକାଲି ଦେଶ ବିଦେଶରୁ ଆସିଥିବା ଶିଳ୍ପ ମୁଖ୍ୟଙ୍କ ଗହଣରେ ନୂଆ ଶିଳ୍ପନୀତି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ସେହିପରି ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି ଯେ, ମେକ ଇନ ଓଡିଶା ତୃତୀୟ ସଂସ୍କରଣ ଓଡିଶା ଶିଳ୍ପାୟନକୁ ପ୍ରୋତ୍ସାହିତ କରିବ । ୧୩୦ରୁ ଅଧିକ ବଡ ଓ ମଧ୍ୟମ ଶିଳ୍ପ କନକ୍ଲେଭରେ ସାମିଲ ହେବାକୁ ସହମତି ପ୍ରକାଶ କରିଛନ୍ତି ।

ଏହାବି ପଢନ୍ତୁ- ଭୁବନେଶ୍ୱରରେ ହେବ ଗଙ୍ଗାଧର ମେହେର ଭବନ, ଜମି ଓ ୩ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ସେମାନଙ୍କ ମଧ୍ୟରେ ରହିଛନ୍ତି ଆର୍ସେଲର ମିତ୍ତଲ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ, କୁମାର ମଙ୍ଗଲମ ବିର୍ଲା, ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରଓ୍ବାଲ, ସଜ୍ଜନ ଜିନ୍ଦଲ, ଟାଟା ଷ୍ଟିଲ ଏମଡି ଟି.ଭି ନରେନ୍ଦ୍ରନ, JSPL ମୁଖ୍ୟ ନବୀନ ଜିନ୍ଦଲ ପ୍ରମୁଖ । ଏଥିରେ ଜାପାନ, ନରୱେ, ଜର୍ମାନୀ, ଇସ୍ରାଏଲ, ନେପାଲ, ଅଷ୍ଟ୍ରେଲିଆ ସମେତ ୧୧ଟି ଦେଶର ନିବେଶକ ଅଂଶଗ୍ରହଣ କରିଛନ୍ତି । ଆସନ୍ତାକାଲି ଘୋଷଣା ହେବାକୁ ଥିବା ଶିଳ୍ପନୀତିରେ ନିବେଶକାରୀ ମାନଙ୍କୁ ଆକୃଷ୍ଟ କରିବା ଭଳି ବିଭିନ୍ନ ଦିଗକୁ ଗୁରୁତ୍ୱ ଦିଆଯାଇଛି ।

ଏହାବି ପଢନ୍ତୁ- Video: କା’ ମନ୍ତ୍ରୀ ଗୋଳେଇ ଘାଣ୍ଟି ଉତ୍ତର ଦେଉଛନ୍ତି କହିଲେ ତାରା

ଏତଦ ବ୍ୟତୀତ ମେକ ଇନ ଓଡିଶାରେ ଚଳିତ ଥର ଜାପାନ, ଜର୍ମାନୀ, ନରୱେ ପାର୍ଟନର ହୋଇଛନ୍ତି । ଏହା ପୂର୍ବରୁ ୨୦୧୬ ରେ ପ୍ରଥମ ଓ ୨୦୧୮ରେ ଦ୍ବିତୀୟ ସଂସ୍କରଣ ଅନୁଷ୍ଠିତ ହୋଇଥିଲା ।

ଏହାବି ପଢନ୍ତୁ- ରେଡି ଟୁ ଇଟ୍ ରାଇସ୍: ଫାଷ୍ଟଫୁଡ୍ ମ୍ୟାଗି-ଚାଓମିନ୍ ଭଳି ଫଟାଫଟ୍ ହେବ ଭାତ, ରହିଛି ଭରପୁର ଔଷଧୀୟ ଗୁଣ

କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, କଟକ ଭୁବନେଶ୍ବର ମେୟର, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଫିକି ଇଣ୍ଡିଆର ଅଧିକାରୀ, ଶିଳ୍ପପତି, ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧି ଓ ଅତିଥି ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 30, 2022, 9:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.