ETV Bharat / state

ଚଉଷଠି ଯୋଗିନୀ ମହୋତ୍ସବ ଉଦଘାଟିତ, ଓଡିଶୀ ନୃତ୍ୟରେ ଦର୍ଶକ ବିଭୋର

author img

By

Published : Dec 24, 2022, 9:23 AM IST

ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳ ସ୍ଥିତ ପ୍ରସିଦ୍ଧ ତନ୍ତ୍ରପୀଠ ମହାମାୟା ଚଉଷଠି ଯୋଗିନୀରେ ଷୋଡ଼ଶ ଚଉଷଠି ଯୋଗିନୀ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

Chaushathi Yogini festival
ଚଉଷଠି ଯୋଗିନୀ ମହୋତ୍ସବ

ନିଆଳି: ଉଦଘାଟିତ ହେଲା ପ୍ରସିଦ୍ଧ ଷୋଡ଼ଶ ଚଉଷଠି ଯୋଗିନୀ ମହୋତ୍ସବ । ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଳକ ଅଧୀନ ପ୍ରସିଦ୍ଧ ତନ୍ତ୍ରପୀଠ ମହାମାୟା ଚଉଷଠି ଯୋଗିନୀ ପୀଠର କଳାମଣ୍ଡପରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ହୀରାପୁର ଗ୍ରାମ କମିଟି ଏବଂ ନୃତ୍ୟ ପ୍ରତିଭା ମିଳିତ ଆନୁକୂଲ୍ୟରେ ତିନି ଦିନ ଧରି ଏହି ମହୋତ୍ସବ ଚାଲିବ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

inauguration of Chaushathi Yogini festival, Odissi dance enthralls audience
ଚଉଷଠି ଯୋଗିନୀ ମହୋତ୍ସବ ଉଦଘାଟିତ, ଓଡିଶୀ ନୃତ୍ୟରେ ଦର୍ଶକ ବିଭୋର

ଏହା ମଧ୍ୟ ପଢ଼ନ୍ତୁ: ହାଇକୋର୍ଟ ବେଞ୍ଚ ଆନ୍ଦୋଳନ: ଜେଲ୍‌ରେ ଥିବା ଓକିଲଙ୍କୁ ଭେଟି ପାରୁନାହାନ୍ତି ପରିବାର !

ଷୋଡ଼ଶ ଚଉଷଠି ଯୋଗିନୀ ମହୋତ୍ସବର ପ୍ରଥମ ଦିବସରେ ନୃତ୍ୟ ପ୍ରତିଭାର ସମ୍ପାଦିକା ଗୁରୁ ପ୍ରତିଭା ପଣ୍ଡାଙ୍କ ନୃତ୍ୟ ସଂଯୋଜନାରେ ଦଳଗତ ଓନିଶୀ ନୃତ୍ୟ ନାଟିକା ଚଉଷଠି ଯୋଗିନୀଙ୍କ ବିଭିନ୍ନ ରୂପଚର୍ଯ୍ୟା ଓ ମହାନ ଶକ୍ତିର ଭାବୋକ୍ତି ଆଧାରିତ ନୃତ୍ୟ ନାଟିକା ଦର୍ଶକମାନଙ୍କୁ ବିମୋହିତ କରିଥିଲା । ପ୍ରସିଦ୍ଧ ଗାୟକ ଦେବାଶିଷ ମହାପାତ୍ରଙ୍କ ସଙ୍ଗୀତ ଦର୍ଶକମାନଙ୍କ ମନପ୍ରାଣରେ ଉନ୍ମଦନା ସୃଷ୍ଟି କରିଥିଲା । ଏହି ଅବସରରେ କୋଲକାତାର କଥକ ନୃତ୍ୟ ଅନୁଷ୍ଠାନର ଗୁରୁ ମଧୁମିତା ରାୟ ଏବଂ ସାଥୀ ଶିଳ୍ପୀମାନେ କଥକ ନୃତ୍ୟକ୍ରମରେ ଶୁଦ୍ଧନୃତ୍ୟ ‘ତରାନା’ ନୃତ୍ୟାଭିନୟ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା ।

ସେହିପରି ଗଞ୍ଜାମ ଜିଲ୍ଲା ବିଶ୍ବ ଜନନୀ ନାଟ୍ୟ ସଂଘର କଳାକାରମାନେ ବିଭିନ୍ନ ଜୀବଜନ୍ତୁଙ୍କ ମୁଖା ପରିଧାନ ନୃତ୍ୟ ଦର୍ଶକମାନଙ୍କ ମନରେ ସିଂହରଣ ସୃଷ୍ଟି କରିଥିଲା । ଅନ୍ତିମ ପର୍ଯ୍ୟାୟରେ ବାଲିପାଟଣା ବ୍ଲକ ଟିଙ୍କିପଡ଼ା ଅଞ୍ଚଳର ନାରାୟଣୀ ଗୋଟିପୁଅ କଳା ପରିଷଦର ଗୁରୁ ଲିଙ୍ଗରାଜ ବାରିକଙ୍କ ନୃତ୍ୟ ସଂଯୋଜନାରେ ବନ୍ଧନୃତ୍ୟ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଅର୍ଚ୍ଚନା ନାଁରେ ୫୦୧ ପୃଷ୍ଠାର ଚାର୍ଜସିଟ ଦାଖଲ, ଗାଏବ ହୋଇଗଲା ଶ୍ରଦ୍ଧାଞ୍ଜଳି ନାଁ

ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଉଷଠି ଯୋଗିନୀ ପୀଠ କଳା ଚେତନା, ବିଜ୍ଞାନ ଚେତନା ଓ ଆଧ୍ୟାତ୍ମିକ ଚେତନା ଭାବଧାରାର ଏକ ଅପୂର୍ବ ସମନ୍ବୟର ଚେତନା, ଯାହା ଓଡ଼ିଶାର ମହନୀୟତା ସମଗ୍ର ବିଶ୍ବରେ ପ୍ରତିପାଦିତ କରୁଛି ବୋଲି କହିଥିଲେ । ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୀଠର ସାମଗ୍ରୀକ ବିକାଶ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ଦେବାଶିଷ ମହାପାତ୍ରଙ୍କୁ ଚଉଷଠି ଯୋଗିନୀ ସଂଙ୍ଗୀତ ସମ୍ମାନ ଓ ପଦ୍ମ ବିଭୁଷଣ ସ୍ଥପତି ସୁଦର୍ଶନ ସାହୁଙ୍କୁ ଚଉଷଠି ଯୋଗିନୀ ଚିତ୍ରକଳା ସମ୍ମାନରେ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ନୃତ୍ୟ ପ୍ରତିଭାର ସଭାପତି ଡ. ରଜନୀ ରଞ୍ଜନ ଦାଶ ଓ ରୁନା ପଣ୍ଡା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.