ETV Bharat / state

ଆତଙ୍କ ଖେଳାଇଛି କୋରୋନାର ଭୁଲ ପରୀକ୍ଷଣ, ପ୍ରଶାସନର ନଜରକୁ ଅପେକ୍ଷା - କୋରୋନା ରିପୋର୍ଟ

ଦ୍ବନ୍ଦରେ ପକାଉଛି କୋରୋନା ରିପୋର୍ଟ । ସରକାରୀରେ ପଜିଟିଭ, ବେସରକାରୀରେ ନେଗେଟିଭ । ତେବେ କେତେ ସଠିକ୍‌ ଏହି କୋରୋନା ରିପୋର୍ଟ । ସେନେଇ ପଢନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ....

ସରକାରୀରେ ପଜିଟିଭ, ବେସରକାରୀରେ ନେଗେଟିଭ
ସରକାରୀରେ ପଜିଟିଭ, ବେସରକାରୀରେ ନେଗେଟିଭ
author img

By

Published : Aug 9, 2020, 4:38 PM IST

ଭୁବନେଶ୍ବର: କୋରୋନାକୁ ନେଇ ଲୋକଙ୍କ ମଧ୍ୟରେ ବଢୁଛି ଆତଙ୍କ । କୋଭିଡ ପରୀକ୍ଷାକୁ ନେଇ ଦେଖାଦେଉଛି ଅସନ୍ତୋଷ । ବାରମ୍ବାର ଭୁଲ ପରୀକ୍ଷଣର ଆସୁଛି ଅଭିଯୋଗ । ସରକାରୀ ଟେଷ୍ଟ ରିପୋର୍ଟରେ ପଜିଟିଭ, ବେସରକାରୀରେ ପରୀକ୍ଷା ରହୁଛି ନେଗେଟିଭ । ତେବେ କେତେ ସଠିକ ଏହି କୋଭିଡ ରିପୋର୍ଟ ।

କ୍ୟାପିଟାଲ ହସ୍ପିଟାଲରେ କୋରୋନା ପରୀକ୍ଷା କରିବା ପରେ ଏହି ବ୍ୟକ୍ତି ଜଣକ ପଜିଟିଭ ଥିବା ଜଣାପଡିଥିଲେ । ଏହା ପରେ ସେ ହୋମକ୍ବାରେଣ୍ଟାଇନ ରହିଥିଲେ । ହେଲେ ସନ୍ଦେହ ହେବାରୁ ସେ ପୁଣି ଥରେ ଏକ ବେସରକାରୀ ହସ୍ପିଟାଲରେ ଟେଷ୍ଟିଂ କରିବାରୁ ରିପୋର୍ଟ ନେଗେଟିଭ ଆସିଛି । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଜବରଦସ୍ତ ଭୁବନେଶ୍ବର ଏକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ରିପୋର୍ଟ ନେଗେଟିଭ ସତ୍ତ୍ବେ ତାଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଛାଡୁ ନଥିବାର ସେ ଅଭିଯୋଗ କରିଛନ୍ତି । ଏପରି ଅଭିଯୋଗ ରାଜଧାନୀ ଭୁବନେଶ୍ବରରେ ଏବେ ଅନେକ ଦେଖିବାକୁ ମିଳିଛି ।

ସରକାରୀରେ ପଜିଟିଭ, ବେସରକାରୀରେ ନେଗେଟିଭ

ସେପଟେ ଏହି ଘଟଣାକୁ ନେଇ ଲୋକଙ୍କୁ ଭୟଭୀତ ନ ହେବାକୁ କହିବା ସହ, ଆଇଏମସିଆର ଗାଇଡଲାଇନ ମୁତବାକ ସେମାନଙ୍କୁ ଆଇସୋଲେନସରେ ରହିବାକୁ ପଡିବ ବୋଲି ବିଏମସି କମିଶନର କହିଛନ୍ତି । ସେହିପରି ଥରେ ଯଦି ଟେଷ୍ଟ କରାଯାଇ ପରେ ଆଉ ଥରେ ଟେଷ୍ଚ କଲେ ଏହି ଭାଇରସର ଲୋଡ କମିଯାଇଥାଏ । ଫଳରେ ରିପୋର୍ଟ ପଜିଟିଭ ଓ ନେଗେଟିଭ ରହୁଥିବା କହିଛନ୍ତି କୋଭିଡ ବିଶେଷଜ୍ଞ ସନ୍ତୋଷ ମିଶ୍ର । ଅନ୍ୟପଟେ କୋଭିଡ ହସ୍ପିଟାଲର କର୍ତ୍ତୃପକ୍ଷ କହିଛନ୍ତି, ସଠିକ ସାମ୍ପୂଲ ନିଆଗଲେ ରିପୋର୍ଟ ସଠିକ ରହିବ । ନଚେତ ଫଳାଫଳରେ ତାରତମ୍ୟ ଦେଖାଦେବ ।

କୋଭିଡ ରିପୋର୍ଟର ଏହି ପଜିଟିଭ ନେଗେଟିଭ ମଧ୍ୟରେ ଅନେକ ସହରର ବସ୍ତି ଓ ବୟସ୍କଙ୍କୁ ପରିବାର ଠାରୁ ବାସିନ୍ଦା ହେବାକୁ ପଡୁଛି । ଏପରିକି ସେମାନଙ୍କ ଉପରେ ମାନିସକ ଚାପ ପଡୁଥିବାର ମଧ୍ୟ ଅଭିଯୋଗ ହୋଇଛି । ତେଣୁ କେଉଁ ଆଧାରରେ ସେମାନଙ୍କ ପଜିଟିଭ ରୁ ନେଗେଟିଭ ହେଉଛନ୍ତି ସେନେଇ ସରକାର ବା କର୍ତ୍ତୃପକ୍ଷ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତଥ୍ୟ ଦେବା ଜରୁରୀ ରହିଛି ବୋଲି ବିଶେଜ୍ଞତ ମତ ଦେଇଛନ୍ତି ।

ଭୁବନେଶ୍ବରର ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.