ETV Bharat / state

2 ଦିନ ରାଜ୍ୟରେ ଗୁଳୁଗୁଳି, 12ରୁ ପୁଣି ଫେରିବ ବର୍ଷା ! - ଉପକୂଳ ଓଡିଶାରେ ତାପମାତ୍ରା ବୃଦ୍ଧି

ରାଜ୍ୟରେ ବର୍ଷାର ପରିମାଣ କମିଥିବାବେଳେ ୧୨ତାରିଖରୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଫଳରେ ଆସନ୍ତା ୧୩ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ। ଅଧିକ ପଢନ୍ତୁ

rainfall may make a comeback next week
12ରୁ ପୁଣି ବର୍ଷା ସମ୍ଭାବନା
author img

By ETV Bharat Odisha Team

Published : Sep 9, 2023, 5:10 PM IST

12ରୁ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ କମିଲା ବର୍ଷାର ପରିମାଣ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପରିମାଣ ଆହୁରି କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କାରଣ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ରାଜ୍ୟ ଉପରେ ନାହିଁ । ତେଣୁ ୯ ଓ ୧୦ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ତାପମାତ୍ରା ବୃଦ୍ଧି ପାଇବା ସହ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି । ମୌସୁମୀ ନିମ୍ନଚାପ ରେଖା ଆଜି ତାର ସାଧାରଣ ଅବସ୍ଥାନଠାରୁ ଦକ୍ଷିଣରେ ରହିଛି।

ଏହି ନିମ୍ନଚାପ ରେଖା ରାଜସ୍ଥାନର ଯୈଶାଲମେରରୁ ବାହାରି ଅଜମେର, ଗୁନା, ମାଣ୍ଡଲା, ପେନ୍ଦ୍ରାରୋଡ଼, ଝାରସୁଗୁଡା ମଧ୍ୟ ଦେଇ ପଶ୍ଚିମବଙ୍ଗର ଦୀଘାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ୧୨ ତାରିଖ ବେଳକୁ ଉତ୍ତର ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି, ପ୍ରଭାବରେ ଆସନ୍ତା ୧୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଆସନ୍ତା ୧୩ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ...ବର୍ଷାରେ ବେହାଲ କଟକ ସହର, କୁତ୍ରିମ ବନ୍ୟାରେ କଲବଲ ଲୋକେ

ଅନ୍ୟପଟେ ସ୍ଵାଭାବିକ ବର୍ଷାର ପରିମାଣ ୧୦୦୧.୧ ମିଲିମିଟର ଥିବାବେଳେ ମୌସୁମୀ ସ୍ଥିତି ମୁତାବକ ରାଜ୍ୟରେ ସମୁଦାୟ ୮୮୮.୪ ମିଲିମିଟର ବର୍ଷା ହୋଇଛି। ଯାହା ସ୍ଵାଭାବିକ ବର୍ଷା ତୁଳନାରେ ୧୧ ମିଲିମିଟର କମ୍ ପରିମାଣର ରହିଥିବା ଜଣାପଡିଛି । ତେଣୁ ଉପକୂଳ ଓଡିଶାରେ ୫ ଓ ଦକ୍ଷିଣ ଆଭ୍ୟନ୍ତରୀଣରେ ୪ ଜିଲ୍ଲା ଅର୍ଥାତ ମୋଟ୍ ୯ ଟି ଜିଲ୍ଲାରେ ଏବେବି ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ଏହା ବି ପଢନ୍ତୁ...Gurugram Waterlogging: ଜଳବନ୍ଦୀରେ ଅସ୍ତବ୍ୟସ୍ତ IT ସିଟି ଗୁରୁଗ୍ରାମ

ଅପରପକ୍ଷେ, ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି । ଏଥିରେ ରାଜ୍ୟରେ ୩.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୮.୪ ମିଲିମିଟର ତୁଳନାରେ ୬୦ପ୍ରତିଶତ କମ୍ ରହିଛି । ଗତ ୨୪ ଘଣ୍ଟାରେ ଜଗତସିଂହପୁର ଆଳିପିଙ୍ଗଳରେ ସର୍ବାଧିକ ୪୭.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି l ସେପଟେ ଗତ କିଛି ଦିନ ଧରି ଲଗାଣ ବର୍ଷା ହୋଇଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିଥିଲା।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.