ETV Bharat / state

୨ଦିନ ହିଟ ୱେଭ, ୧୯ ସହରରେ ୪୦ ରୁ ଉର୍ଦ୍ଧ୍ବ ତାପମାତ୍ରା - କାଳବୈଶାଖୀ ଜନିତ ବର୍ଷା

ସବୁଠି ତାତି ଆଉ ଗୁଳୁଗୁଳିର ଅସହ୍ୟ ଯନ୍ତ୍ରଣା ହେଇଥିବା ବେଳେ ଆହୁରି ୪ ଦିନ କଲବଲ କରିବ ଖରା । ଅଧିକ ପଢନ୍ତୁ

heat wave alert
heat wave alert
author img

By

Published : Apr 18, 2023, 5:03 PM IST

heat wave alert

ଭୁବନେଶ୍ବର: ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା । ଖରାର ତାତିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ସବୁଠି ତାତି ଆଉ ଗୁଳୁଗୁଳିର ଅସହ୍ୟ ଯନ୍ତ୍ରଣା ହେଇଥିବା ବେଳେ ଆହୁରି ୪ ଦିନ କଲବଲ କରିବ ଖରା । ପାଖାପାଖି ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ଖରା ବା ଗରମର ପ୍ରଭାବ ରାଜ୍ୟରେ ରହିବ ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ପ୍ରବଳ ରୁଦ୍ରତାପ ସହ ଅପରାହ୍ନରେ ରାଜ୍ୟରେ କିଛି କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ହେବ। କିନ୍ତୁ ଏହା କମ ପରିମାଣର ହେବାକୁ ଆକଳନ କରାଯାଇଥିବା ବେଳେ ଏହାଦ୍ବାରା ଗରମ କମିବ ନାହିଁ ବୋଲି ବିଭାଗ କହିଛି ।

ସେହିପରି ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ଖରା ସହ ଦୁଇଦିନ ପାଇଁ ହିଟ ୱେଭ ନେଇ ଜାରି କରିଛି ପାଣିପାଗ ବିଭାଗ। ଆଉ କୋରାପୁଟ , ଗଜପତି, ଗଞ୍ଜାମ, ରାୟଗଡାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି। ଏଥିସହ ୮ ଜିଲ୍ଲାକୁ ହିଟ ୱେଭ ବା ଗ୍ରୀଷ୍ମ ପ୍ରବାହର ସମ୍ଭାବନା ଥିବାରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ମୟୁରଭଞ୍ଜ , କେନ୍ଦୁଝର, ସୁନ୍ଦରଗଡ ,ଝାରସୁଗୁଡା ,ସମ୍ବଲପୁର ,ସୋନପୁର, ବୌଦ୍ଧ ଓ ବଲାଙ୍ଗୀର । ସେହିପରି ଆସନ୍ତାକାଲି ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ସହ ୭ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି କରିଛି ପାଣିପାଗ ବିଭାଗ । ତେଣୁ ମୟୁରଭଞ୍ଜ , କେନ୍ଦୁଝର ,ସୁନ୍ଦରଗଡ, ଝାରସୁଗୁଡା ,ସମ୍ବଲପୁର ,ସୋନପୁର ଓ ବୌଦ୍ଧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ-Sambalpur Violence: ଆଉ 24 ଘଣ୍ଟା ପାଇଁ ବନ୍ଦ ହେଲା ଇଣ୍ଟରନେଟ ସେବା

ତେବେ ରାଜ୍ୟରେ ଅସମ୍ଭାଳ ତାତି କୁ ନେଇ ଆଜି ୧୯ ସହରରେ ୪୦ ରୁ ଉର୍ଦ୍ଧ୍ବ ତାପମାତ୍ରା ରେକର୍ଡ ହୋଇଛି । ବାରିପଦାରେ ସର୍ବାଧିକ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ବୌଦ୍ଧ ୪୩.୫ ,ନୂଆପଡା ୪୩ .୫ , ଝାରସୁଗୁଡା ୪୩.୪ , ସମ୍ବଲପୁର ୪୩.୨ , ତାଳଚେର ୪୩.୨ ,ଅନୁଗୋଳ ୪୩.୧, ବଲାଙ୍ଗୀର , ଟିଟିଲାଗଡ ୪୧.୧ , ସୁନ୍ଦରଗଡ ୪୨.୮ , ଭବାନୀପାଟଣା ୪୨.୬ ,ରାଉଲକେଲା ୪୨.୨ ,ମହୀଷାପଟ ୪୨.୨ , ସୋନପୁର ୪୧.୭ , କଟକ ୪୧.୬ , ହୀରାକୁଦ ୪୧.୬, କିରେଇ ୪୧.୫ ଏବଂ ଢେଙ୍କାନାଳ ୪୧.୪ , ପାରଳାଖେମୁଣ୍ଡି ୪୧.୧ ତାପମାତ୍ରା ରେକର୍ଡ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.