ETV Bharat / state

ILSର ବଡ ଉପଲବ୍ଧି: ବାହାରିଲା ବ୍ରେନ ମ୍ୟାଲେରିଆ ଔଷଧ, ଖୁବଶୀଘ୍ର ହେବ ମାନବ ପରୀକ୍ଷଣ

author img

By

Published : Feb 22, 2023, 9:57 AM IST

ବ୍ରେନ୍ ମ୍ୟାଲେରିଆ ରୋଗ ନିରାକରଣ ଲାଗି ଔଷଧ ଉଦ୍ଭାବନ କଲା ଭୁବନେଶ୍ବର ILS । ଅଧିକ ପଢନ୍ତୁ

ILS Bhubaneswar discovers drugs for Cerebral Malaria

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ILS)ର ବଡ଼ ସଫଳତା । ବ୍ରେନ ମ୍ୟାଲେରିଆ ରୋଗର ନିରାକରଣ ଲାଗି ଔଷଧ ଉଦ୍ଭାବନ କରିଛି ILS । ILSର ବୈଜ୍ଞାନିକ ଡକ୍ଟର ଅରୁଣ ନାଗରାଜ ଓ ତାଙ୍କ ଟିମ ଦ୍ଵାରା ଏହି ଔଷଧ ପ୍ରସ୍ତୁତ ହୋଇଛି । ପ୍ରାରମ୍ଭିକ ଭାବେ ମୂଷା ଦେହରେ ଏହି ଔଷଧର ପ୍ରୟୋଗ ସଫଳ ହୋଇଛି । ଖୁବଶୀଘ୍ର ମାନବ ଶରୀରରେ ଏହାର ପରୀକ୍ଷଣ ଲାଗି କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ । ଏହି ଔଷଧର ମାନବ ପରୀକ୍ଷଣ ସଫଳ ହେଲେ ବ୍ରେନ୍ ମ୍ୟାଲେରିଆ ଓ ଗୁରୁତର ମ୍ୟାଲେରିଆ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏହା ଏକ ବଡ଼ ଅସ୍ତ୍ର ଭାବେ କାମ କରିବ ଓ ମ୍ୟାଲେରିଆ ଜନିତ ମୃତ୍ୟୁ ରୋକିବାରେ ସହାୟକ ହେବ ।

ILS ବୈଜ୍ଞାନିକଙ୍କ ଏହି ସଫଳତା ନେଇ ସାଇନ୍ସ ମାଗାଜିନରେ ସନ୍ଦର୍ଭ ପ୍ରକାଶ ପାଇଛି । ମ୍ୟାଲେରିଆରେ 2021 ମସିହାରେ 247 ନିୟୁତ ସଂକ୍ରମଣ ଏବଂ 619,000 ମୃତ୍ୟୁ କାରଣରୁ ବିଶ୍ବରେ ଏକ ପ୍ରମୁଖ ଚିନ୍ତାର କାରଣ ପାଲଟିଛି । ମ୍ୟାଲେରିଆର ନିୟନ୍ତ୍ରଣ ପାଇଁ ଜୋରଦାର ଉଦ୍ୟମ ସତ୍ତ୍ବେ 2015 ପରଠାରୁ ବିଶ୍ଵରେ ଏହାର ଆଖିଦୃଶିଆ ହ୍ରାସ ଘଟି ନାହିଁ । ମ୍ୟାଲେରିଆ ନିୟନ୍ତ୍ରଣ ହେବା ପରିବର୍ତ୍ତେ ଯଥେଷ୍ଟ ବୃଦ୍ଧି ଘଟିଛି । ଡ୍ରଗ୍ ପ୍ରତିରୋଧ ଏବଂ ମଶାମାନଙ୍କରେ କୀଟନାଶକ ପ୍ରତିରୋଧ ଦ୍ଵାରା ଏହା ଆହୁରି ଖରାପ ହୋଇଯାଏ । ବିଶେଷକରି ଫାଲସିପାରମ୍ ମ୍ୟାଲେରିଆ ଅଧିକ ମାରାତ୍ମକ । ଏଥିରେ 90%ରୁ ଅଧିକ ସଂକ୍ରମଣ ଏବଂ ମୃତ୍ୟୁ ଘଟିଥାଏ । ତେଣୁ ମ୍ୟାଲେରିଆ ମୃତ୍ୟୁକୁ ରୋକିବା ପାଇଁ ବିଭିନ୍ନ ଥେରାପିର ଆବଶ୍ୟକତା ରହିଛି ବୋଲି କୁହାଯାଇଛି ।

ଆଇଏଲଏସ ଦର୍ଶାଇଛି ଯେ, ଗ୍ରିସୋଫୁଲଭିନ FDA ଅନୁମୋଦିତ ଏକ ଆଣ୍ଟିଫୁଙ୍ଗାଲ ଔଷଧ, ଯାହା ମୂଷାମାନଙ୍କରେ ମସ୍ତିଷ୍କ ଏବଂ ଭୟଙ୍କର ମ୍ୟାଲେରିଆକୁ ରୋକିଥାଏ । ଏହା କମ୍ ବ୍ୟୟ ସାପେକ୍ଷ ଏବଂ ନିରାପଦ ଅଟେ ଯାହାକି ପିଲା ଓ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ । ତେଣୁ ଗ୍ରିସୋଫୁଲଭିନକୁ ମ୍ୟାଲେରିଆ ପାଇଁ ଏକ ଆଡଜଷ୍ଟ ଔଷଧ ଭାବରେ ପୁର୍ନବ୍ୟବହାର କରିବା ମ୍ୟାଲେରିଆ ମୃତ୍ୟୁକୁ ରୋକିବାରେ ସାହାଯ୍ୟ କରିବ । ଏହି ଅଧ୍ୟୟନ ସମ୍ପର୍କରେ ଅନ୍ତର୍ଜାତୀୟ ପତ୍ରିକା ନେଚର କମ୍ୟୁନିକେସନରେ ମଧ୍ୟ ପ୍ରକାଶ ହୋଇଛି । ମ୍ୟାଲେରିଆ ସଂକ୍ରମିତ ମଣିଷଙ୍କ ଠାରେ ଆଇଏଲ୍ଏସ୍ ବର୍ତ୍ତମାନ କ୍ଲିନିକାଲ୍ ପରୀକ୍ଷା କରିବାକୁ ଯୋଜନା କରୁଛି ବୋଲି ଆଇଏଲଏସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଭୁବନେଶ୍ଵର ILS କେବଳ ମ୍ୟାଲେରିଆ ନୁହେଁ ଏମିତିକି କ୍ୟାନସରର ଔଷଧ ଆବିଷ୍କାର କରିବା ଲାଗି ଗବେଷଣା ଆରମ୍ଭ ଜାରି ରଖିଛି । ବ୍ରେନ ମ୍ୟାଲେରିଆ ପାଇଁ ବାହର କରିଥିବା ଔଷଧି ଜୀବଜନ୍ତୁଙ୍କ ଦେହରେ ଟ୍ରାଏଲ ସାରିଥିବା ବେଳେ ମାନବ ଉପରେ ଟ୍ରାଏଲ କରିବା ଲାଗି ମଧ୍ୟ ଅନୁମତି ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.