ETV Bharat / state

ଆଇଏଲଏସର ନୂଆ ଆବିଷ୍କାର ପ୍ରୋଟିନ NCoR 1, ଭଲ ହେବ ଜଟିଳ ରୋଗ

author img

By ETV Bharat Odisha Team

Published : Nov 24, 2023, 12:02 PM IST

Updated : Nov 24, 2023, 3:10 PM IST

ଜୀବ ବିଜ୍ଞାନ ଅନୁଷ୍ଠାନ (ଆଇଏଲଏସ)କୁ ସଫଳତା । ଆଇଏଲଏସ ଆଣିଲା ନୂଆ ଆବିଷ୍କାର ପ୍ରୋଟିନ NCoR 1 ।ଅଧିକ ପଢନ୍ତୁ

ଆଇଏଲଏସ ଆଣିଲା ନୂଆ ଆବିଷ୍କାର ପ୍ରୋଟିନ NCoR 1
ଆଇଏଲଏସ ଆଣିଲା ନୂଆ ଆବିଷ୍କାର ପ୍ରୋଟିନ NCoR 1
ଆଇଏଲଏସର ନୂଆ ଆବିଷ୍କାର ପ୍ରୋଟିନ NCoR 1, ଭଲ ହେବ ଜଟିଳ ରୋଗ

ଭୁବନେଶ୍ବର: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆଉ ଏକ ସଫଳତା ହାସଲ କଲା ଆଇଏଲଏସ । ଆଇଏଲଏସ ଆଣିଲା ନୂଆ ଆବିଷ୍କାର ପ୍ରୋଟିନ୍‌ NCoR 1 ।ଏହା ଦ୍ବାରା ବହୁ ଜଟିଳ ରୋଗରୁ ମୁକ୍ତି ମିଳିପାରିବ ବୋଲି କୁହାଯାଇଛି । ପୂର୍ବରୁ ମଧ୍ୟ କ୍ୟାନ୍ସର ଭଳି ରୋଗ ପାଇଁ ପ୍ରୋଟିନ ଉପରେ ଗବେଷଣା କରି ସଫଳତା ପାଇଛି ଆଇଏଲଏସ ।

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଜୀବ ବିଜ୍ଞାନ ଅନୁଷ୍ଠାନ (ଆଇଏଲଏସ)କୁ ମିଳିଲା ଆଉ ଏକ ବଡ ସଫଳତା । ପ୍ରୋଟିନ NCoR1 (Nuclear Receptor Co-repressor 1)କୁ ଆବିଷ୍କାର କଲା ଆଇଏଲଏସ । ଯକ୍ଷ୍ମା ଓ ଭାଇରାଲ ସଂକ୍ରମଣ ଭଳି ଅନେକ ଜଟିଳ ରୋଗକୁ ଦୂରୀକରଣ କରିବାରେ ଏହା ସହାୟକ ହେବ । ପିଏଲଏସ ବାୟୋଲୋଜି ଏବଂ ଅଟୋଫାଜି ପତ୍ରିକାରେ ଏହାର ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି ।

ଜୀବ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଭୁବନେଶ୍ଵର ଆଇଏଲଏସ ପ୍ରୋଟିନ NCoR1ର ବିଭିନ୍ନ ପ୍ରକାର ରୋଗ ଉପରେ ପ୍ରତିରୋଧ କରିବାର କ୍ଷମତା ରହିଛି। ବିଶେଷ କରି ଏହି ପ୍ରୋଟିନ ମାତ୍ରା କମିଲେ ଶରୀରରେ ବିଭିନ୍ନ ମାରାତ୍ମକ ଭୂତାଣୁ ମାନଙ୍କ ସଂକ୍ରମଣ କରିବା କ୍ଷମତା ଅଧିକ ହୋଇଥାଏ । ଫଳରେ ରୋଗ ବଢିବା ସହ ରୋଗର ମାତ୍ରା ଦୀର୍ଘ ଦିନ ଧରି ଲାଗି ରହିଥାଏ ।

ଏହାମଧ୍ୟ ପଢନ୍ତୁ..ILSକୁ ସଫଳତା: ପ୍ରୋବାୟୋଟିକ୍ ବ୍ୟାକ୍ଟେରିଆ କଲା ଆବିଷ୍କାର, ମେଦବହୁଳତା ପ୍ରତିରୋଧରେ ହେବ ସହାୟକ

ଗବେଷଣାରୁ ଜଣାପଡିଛି ଯେ, ଟିବି ବା ଯକ୍ଷ୍ମାରୁ ଆରୋଗ୍ୟ ହେବା ପରବର୍ତ୍ତୀ ଅବସ୍ଥାରେ ରୋଗୀଙ୍କଠାରେ ଏହି ପ୍ରୋଟିନ ମାତ୍ରା କମିବା ଦେଖାଯାଇଥାଏ । ତେବେ ଏନେଇ ମଧ୍ୟ ଅଧିକ ଜାଣିବା ପାଇଁ ଆଇଏଲଏସର ଗବେଷଣା ଜାରି ରହିଛି । ଏହି ପ୍ରୋଟିନର ଆଣ୍ଟି ଭାଇରାଲ କ୍ଷମତା ସମ୍ପର୍କରେ ମଧ୍ୟ ବୈଜ୍ଞାନିକମାନେ ଗବେଷଣା କରିଛନ୍ତି । ଆଉମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରୁଥିବା ରୋଗ ଉପଚାରରେ ପ୍ରୋଟିନ୍ ଭୂମିକା ନେଇ ଗବେଷଣା ଜାରି ରହିଛି ।

ସେହିପରି ଆଣ୍ଠୁ-ଗଣ୍ଠି ଜନିତ ସମସ୍ୟା ଓ ଏସଏଲଓ ରୋଗୀ ଉପରେ ଗବେଷଣା ଜାରି ରହିଛି । ଗବେଷଣାର ପ୍ରାଥମିକ ରିପୋର୍ଟ ଭଲ ରହିଥ‌ିବା ଆଇଏଲଏସ ପକ୍ଷରୁ କୁହାଯାଇଛି । ତେବେ ଆଇଏଲଏସର ବରିଷ୍ଠ ବୈଜ୍ଞାନିକ ସୁନୀଲ କୁମାର ରାଘବ ଓ ତାଙ୍କର ସହ‌ଯୋଗୀମାନେ ଦୀର୍ଘ ଦିନ ଧରି ଗବେଷଣା କରିବା ପରେ ଏହି ସଫଳତା ଅର୍ଜନ କରିଛନ୍ତି ।

ଅନ୍ୟପଟେ ଆଇଏଲଏସ ପୂର୍ବରୁ ମଧ୍ୟ ଏଭଳି ଅନେକ ଗବେଷଣା କରିଛି । ମାରାତ୍ମକ କ୍ୟାନ୍ସର ଭଳି ରୋଗ ଉପରେ ମଧ୍ୟ ଗବେଷଣା କରିବା ସହ ସେଥିରେ ସଫଳତା ଅର୍ଜନ କରିପାରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 24, 2023, 3:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.