ETV Bharat / state

ରାଜପଥରେ ତହସିଲଦାରଙ୍କ ଚଢ଼ାଉ, 3 ବେଆଇନ ମେଟାଲ-ବାଲି ବୋଝେଇ ହାଇୱା ଜବତ

author img

By

Published : Oct 27, 2020, 4:17 PM IST

ମଙ୍ଗଳବାର ଟାଙ୍ଗୀ ତହସିଲଦାର ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ଓ କୁହୁଡି ନିକଟରେ ଚଢାଉ କରି ୨ ମେଟାଲ ବୋଝେଇ ହାଇୱା ସହ ୧ ବାଲି ବୋଝେଇ ହାଇୱା ଜବତ କରିଛନ୍ତି ତହସିଲଦାର । ଅଧିକ ପଢନ୍ତୁ...

illegal soil and metal loadded 3 haiwa seized  by tangi Tehsildar
ତହସିଲଦାରଙ୍କ ଚଢ଼ାଉ : 3ଟି ବେଆଇନ ମେଟାଲ-ବାଲି ବୋଝେଇ ହାଇୱା ଜବତ

ଖୋର୍ଦ୍ଧା: ଟାଙ୍ଗୀ ଅଞ୍ଚଳରେ ବନ୍ଦ ହେଉନାହିଁ ଖଣିମାଫିଆଙ୍କ ହରକତ । ପ୍ରଶାସନ ଡାଳେ ଡାଳେ ଯାଇ ବିଭିନ୍ନ ବେଆଇନ ପଥର ଖଣିରେ ଯେତେ ଥର ରେଡ୍ କଲେ ମଧ୍ୟ ମାଫିଆମାନେ ଏହାକୁ ଖାତିର କରୁନଥିବା ଦେଖାଦେଇଛି । ଦିନ ସମୟରେ ମଧ୍ୟ ମାଫିଆମାନେ ବେଧଡକ ଖଣିଖନନ କରି ରାଜସ୍ୱ ଲୁଟ କରୁଛନ୍ତି ।

ସେହିଭଳି ମଙ୍ଗଳବାର ଟାଙ୍ଗୀ ତହସିଲଦାର ୧୬ ନଂଜାତୀୟ ରାଜପଥର ଟାଙ୍ଗୀ ଓ କୁହୁଡି ନିକଟରେ ଚଢାଉ କରି ୨ ମେଟାଲ ବୋଝେଇ ହାଇୱା ସହ ୧ ବାଲି ବୋଝେଇ ହାଇୱା ଜବତ କରିଛନ୍ତି । ଜବତ ମେଟାଲ ବୋଝେଇ ହାଇୱା ୨ ଟି କୁହୁଡି ନିକଟ ବ୍ରୁଷବନ୍ଧ ପାହାଡରୁ ମେଟାଲ ନେଇ ଖୋର୍ଦ୍ଧା ଯାଉଥିବା ବେଳେ ବାଲିବୋଝେଇ ହାଇୱାଟି କଟକରୁ ଟାଙ୍ଗୀକୁ ଆସୁଥିଲା ବୋଲି ସୂଚନା ମିଳିଛି ।

ତହସିଲଦାରଙ୍କ ଏହି ଚଢାଉ ଫଳରେ ପଥର ମାଫିଆମାନଙ୍କ ମଧ୍ୟ୍ୟରେ ଛନକା ପଶିଯାଇଛି । ସେହିପରି ଆଗାମୀ ଦିନରେ ରାତ୍ରିକାଳୀନ ଚଢାଉକୁ ଜୋରଦାର କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.