ଖୋର୍ଦ୍ଧା: ଚିଲିକାରେ ଶହ ଶହ ମତ୍ସ୍ୟଜୀବୀ ମାଛ ମାରି ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ହେଲେ ଚିଲିକାରେ କେତେକ ଅସାଧୁ ଚିଙ୍ଗୁଡ଼ି ମାଫିଆ ଵେଆଇନ ଘେରି କରିବା ଯୋଗୁଁ ଚିଲିକାରେ ମାଛ ଉତ୍ପାଦନ କମ୍ ହେବା ସହ ଚିଲିକା ତାର ସୌନ୍ଦର୍ଯ୍ୟ ହରାଉଛି । ତେଣୁ ରାଜ୍ୟ ସରକାର ଚିଲିକାରେ ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ କରିଛନ୍ତି ।
ଏହି ପ୍ରରିପ୍ରେକ୍ଷୀରେ ଚିଲିକାରେ ରବିବାର ଘେରି ଉଚ୍ଛେଦ ଅଭିଯାନ କରାଯାଇଛି । ଘେରି ଉଚ୍ଛେଦ କାର୍ଯ୍ୟ ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଏବଂ ମାନସିଂହପୁର ଅନ୍ତର୍ଗତ ଚିଲିକା ହ୍ରଦ ମଧ୍ୟ୍ୟରେ ଚାଲିଛି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସିଡିଏର ମିଳିତ ସହଯୋଗରେ ଘେରି ଉଚ୍ଛେଦ ଅଭିଯାନ ଚାଲିଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷା କରିଵା ପାଇଁ ୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ