ଖୋର୍ଦ୍ଧା: ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ଦିନକୁ ବାଣ ଫୁଟାଇ ବେଶ୍ ଆନନ୍ଦର ସହ ପାଳନ କରିଥାନ୍ତି ରାଜ୍ୟବାସୀ କିନ୍ତୁ ଚଳିତ ବର୍ଷ ରାଜ୍ୟରେ କୋରୋନା ମହାମାରୀ ଉଗ୍ରରୂପ ଧାରଣ କରିଥିବାରୁ ବାଣ ଫୁଟାଇଲେ ପ୍ରଦୂଷଣ ବଢିବା ଆଶଙ୍କା କରି ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲାଗୁ କରିଛନ୍ତି ।
ତେବେ ବାଣ ବ୍ୟବସାୟ ପାଇଁ ପ୍ରସିଦ୍ଧ ଜଟଣୀ ସହରରେ ବେଆଇନ ଭାବେ ବାଣ ବିକ୍ରି ହେଉଥିବା ଜଟଣୀ ପୋଲିସ ଖବର ପାଇ ଆଜି(ବୁଧବାର) ସହରରେ ଥିବା ବିଭିନ୍ନ ଗୋଦାମ ଉପରେ ଚଢ଼ାଉ କରି ବିପୁଳ ମାତ୍ରାରେ ବାଣ ଜବତ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ