ETV Bharat / state

ନାମକୁ ସରକାରୀ କ୍ବାର୍ଟର, ଚାଲୁଛି ବେଆଇନ କାରବାର

author img

By

Published : Jul 8, 2023, 7:12 AM IST

ରାଜଧାନୀରେ ସରକାରୀ କ୍ବାର୍ଟର ପାଲଟିଛି ବେଆଇନ କାରବାରର ମାଧ୍ୟମ । ପୋଲିସ ଆଖିରୁ ଖସିବା ପାଇଁ ସରକାରୀ କ୍ବାର୍ଟର ବ୍ୟବହାର ହେଉଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢୁଛି । ଅଧିକ ପଢ଼ନ୍ତୁ

ସରକାରୀ କ୍ବାଟରରେ ଚାଲୁଛି ବେଆଇନ କାରବାର
ସରକାରୀ କ୍ବାଟରରେ ଚାଲୁଛି ବେଆଇନ କାରବାର

ଭୁବନେଶ୍ବର: ରାଜଧାନୀରେ ଏବେ ପୁଣି ଚର୍ଚ୍ଚାରେ ସରକାରୀ କ୍ବାର୍ଟର । ପୋଷ୍ଟାଲ କଲୋନୀର ଏକ କ୍ବାର୍ଟରରୁ ୩୦ କୋଟି ଟଙ୍କା ଜବତ ଘଟଣା ପରେ ବଢିଛି ଏନେଇ ଚର୍ଚ୍ଚା । କଲୋନୀର ଡିଏନ୍‌ ଗ୍ରୁପର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଭଡ଼ା ଘର ସମେତ ୧୦୪ରେ ଥିବା ଜଣେ ସାଧାରଣ ଲୋକ ନୀରଜ ସିଂହଙ୍କ ଘରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଜବତ ହେବା ଘଟଣା ଏବେ ଏହାକୁ ଖୋରାକ୍‌ ଯୋଗାଇଛି । ଏପରିକି ପରିତ୍ୟକ୍ତ ଘର ବା ଭାଙ୍ଗିରୁଜି ଯାଇଥିବା ଏହି ସରକାରୀ କ୍ବାର୍ଟରରୁ ଏପରି କୋଟି କୋଟି ଟଙ୍କା ନଗଦ ଆକାରରେ ଆୟକର ବିଭାଗ ହାତରେ ଜବତ ହେବା ସେଠାକାର ସ୍ଥାନୀୟ ଲୋକଙ୍କୁ ଯେତିକି ଚକିତ କରିଛି, ସେତିକି ମଧ୍ୟ ସନ୍ଦେହ ବଢ଼ାଇଛି । ବେଆଇନ କାମ ପାଇଁ ଏବେ ସରକାରୀ କ୍ବାର୍ଟର କାରବାରର ମାଧ୍ୟମ ପାଲଟିଥିବା ଚର୍ଚ୍ଚା ହେଉଛି । ଏସବୁ ଉପରେ ନା ରହୁଛି ନିୟନ୍ତ୍ରଣ, ଆଉ ନା ଏହା ଉପରେ ରହୁଛି କଡ଼ା ନଜର । ନଜର ଆଢ଼ୁଆଳରେ ଏପରି କାରବାର ଏବେ ସଭିଙ୍କୁ ଚକିତ କରିଛି ।

ସରକାରୀ କ୍ବାର୍ଟର ପାଲଟିଛି ବେଆଇନ କାରବାରର ମାଧ୍ୟମ: ସରକାରୀ କ୍ବାର୍ଟର ଏବେ ଦୁଇ ନମ୍ବରୀ କାମରେ ହେଉଛି ବ୍ୟବହାର । ପୋଲିସ ଓ ତଦନ୍ତକାରୀ ଏଜେନ୍ସି ନଜରରୁ ବର୍ତ୍ତିବାକୁ ଏବେ ଏହା ପାଲଟିଛି ଅପରାଧୀଙ୍କ ପାଇଁ ଏକ ସୁରକ୍ଷା ସ୍ଥାନ । ନା ଅଛି ପୋଲିସ ବା ରେଡ୍‌ର ଭୟ, ନା କେହି ସହଜରେ ପଶିବାକୁ କରିବେ ସାହାସ । ଯାହାକୁ ନେଇ ସରକାରୀ କ୍ବାର୍ଟରକୁ ବେଆଇନ କାରବାର ପାଇଁ ବ୍ୟବହାର କରୁଛନ୍ତି ଖଳ ପ୍ରକୃତିର‌ ଲୋକେ । ହାଇ ସିକ୍ୟୁରିଟି ଜୋନ ଭଳି ସ୍ଥାନରେ ଏବେ ଏଭଳି କାରବାର ସାମ୍ନାକୁ ଆସୁଛି । ସରକାରୀ କ୍ବାର୍ଟରକୁ ଢାଲ କରି ବେଆଇନ କାମରେ ଚାଲିଛି ବ୍ୟବହାର । ଡ୍ରଗ୍ସ ଠାରୁ ଆରମ୍ଭ କରି ନିଶା କାରବାରର ମାଧ୍ୟମ ପାଲଟିଛି ଏହି ସରକାରୀ କ୍ବାର୍ଟର । ଏପରିକି ବିସ୍ଫୋରକ ସାମଗ୍ରୀ ଓ ଅନେକ ଚୋରା ଚାଲାଣକାରୀଙ୍କ ଷ୍ଟକ୍ ହାଉସ ପାଲଟିଛି । ବ୍ୟବସାୟୀକ କାରବାରର ଏହା ଏବେ ପେଣ୍ଠସ୍ଥଳ ପାଲଟିଛି । କିଛି ଦିନ ତଳେ ଏନେଇ ଏକ ଗ୍ରାଉଣ୍ଡ ଜିରୋ ରିପୋର୍ଟ ବେଳେ ସାମ୍ନାକୁ ଆସିଥିଲା କିଭଳି ରାଜମହଲ ଉପରେ ଥିବା ସରକାରୀ କ୍ବାର୍ଟର ବ୍ୟବସାୟିକ କେନ୍ଦ୍ରସ୍ଥଳୀ ପାଲଟିଛି । ଅର୍ଥାତ୍ କ୍ବାର୍ଟର ଆଲର୍ଟମେଣ୍ଟ ଜଣକୁ ହେଲେ,‌‌ ବ୍ୟବହାର‌ କରୁଛନ୍ତି ଅନାମଧେୟ ଲୋକ ।

ଏହା ମଧ୍ୟ ପଢ଼ନ୍ତୁ...DN ଗ୍ରୁପ ମ୍ୟାନେଜରଙ୍କ କ୍ବାର୍ଟରରେ ରାତି ତମାମ IT ଚଢାଉ, 3 ଟ୍ରଙ୍କ ଭର୍ତ୍ତି ଟଙ୍କା ଜବତ

ବେତ ତିଆରି କାରଖାନା ଠାରୁ ଆରମ୍ଭ କରି ଗୋଦାମ ଘର, ଫଳ ବ୍ୟବସାୟୀଙ୍କ ଷ୍ଟକ୍‌ ହାଉସ ସମେତ ହାତ ତିଆରି ଜିନିଷର ଗୋଦାମ ଓ ଷ୍ଟକ୍ ହାଉସ ମଧ୍ୟ ପାଲଟିଛି ଏହି ସରକାରୀ କ୍ବାର୍ଟର । ଏପରିକି କିଛି କିଛି କ୍ବାର୍ଟର ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି । ଯେଉଁଠି ଅସାଧୁ ଲୋକ ମଦ୍ୟପାନ ଠାରୁ ଆରମ୍ଭ କରି ସନ୍ଧ୍ୟା ହେଲେ ଆଡ୍ଡା ଜମାଉଛନ୍ତି । ବିଗତ କିଛି ଦିନ‌ ହେବ ସରକାରୀ କ୍ବାର୍ଟରରେ ରେଡ୍‌ ବେଳେ‌ ଅନେକ ଜିନିଷ ଜବତ ହେବା ଏବେ‌ ଏହି ଚର୍ଚ୍ଚା ବଢ଼ାଇଛି । ଗତ ମେ ୨୧ ତାରିଖରେ ୟୁନିଟ ୮ ସ୍ଥିତ ଏକ ସରକାରୀ କ୍ବାର୍ଟରରୁ ୧ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରିଥିଲା ଏସ୍‌ଟିଏଫ୍‌ । ଜଣେ ଅଟୋ ଗ୍ୟାରେଜ ବ୍ୟବସାୟୀ ବ୍ୟବସାୟ ଆଳରେ ଭଡ଼ା ନେଇ ୧ କେଜିର ବ୍ରାଉନସୁଗାର ରଖିଥିବା ନେଇ ଖବର ପାଇ ଗିରଫ କରିଥିଲା ଏସ୍‌ଟିଏଫ୍‌ ଟିମ୍ । ସେହିପରି କ୍ୟାପିଟାଲ୍‌ ଥାନା ଅଧିନ ୟୁନିଟ ୨ ଅଞ୍ଚଳର ଏକ ସରକାରୀ କ୍ବାଟରରେ ମଧ୍ୟ ବାଣ ପ୍ରସ୍ତୁତ ହେଉଥିବା ବେଳେ ବିସ୍ଫୋରଣ ଘଟି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.