ETV Bharat / state

ଗିରଫ ହେଲେ IDCOL ଡେପୁଟି ମ୍ୟାନେଜର ଗୟା ସାନ୍ତରା

author img

By

Published : Dec 22, 2022, 5:42 PM IST

ଭିଜିଲାନ୍ସ ଜାଲରେ IDCOLର କୁବେର ଡେପୁଟି ମ୍ୟାନେଜର । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ IDCOL ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ନିକଟରୁ ଠାବ ହୋଇଛି କୋଟିକୋଟି ଟଙ୍କା । ଅଧିକ ପଢ଼ନ୍ତୁ

IDCOL deputy manager
IDCOL deputy manager
ଗିରଫ ହେଲେ IDCOL ଡେପୁଟି ମ୍ୟାନେଜର ଗୟା ସାନ୍ତରା

ଭୁବନେଶ୍ବର : ଗିରଫ ହେଲେ ଇଡକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରା । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୟାଙ୍କୁ ଗିରଫ କଲା ଭିଜିଲାନ୍ସ । ଗୟାଙ୍କ ସହ ତାଙ୍କ ପତ୍ନୀଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରାଯାଇଛି । ୩ଦିନ ଧରି ଗୟାଙ୍କ ଘରେ ରେଡ୍ ଚାଲିଥିଲା । ଭୁବନେଶ୍ୱର, ଯାଜପୁର, ନୟାଗଡ଼, କୋରାପୁଟରେ ଏକକାଳୀନ ଚାଲିଥିଲା ରେଡ୍‌ । ଗୟାଙ୍କ ମୋଟ ସମ୍ପତ୍ତି ୧୦ କୋଟି ଟଙ୍କାରୁ ଅଧିକ ।

ଆୟଠାରୁ ସମ୍ପତ୍ତି ୨୯୦ ଗୁଣ ଅଧିକ ବୋଲି ଜଣାପଡିଛି । ୧.୦୬ କୋଟିର ନଗଦ ଟଙ୍କା ଓ ୧୬ଟି ବ୍ୟାଙ୍କ ଆକାଉଣ୍ଟରେ ରହିଛି ୪.୪୫ କୋଟି ଟଙ୍କା, ୧ କେଜି ୯୬ ଗ୍ରାମ ସୁନା ଓ ୭ କେଜି ୫୦୦ ଗ୍ରାମ ରୁପା ଜବତ କରାଯାଇଛି । ଏହାସହ ଭୁବନେଶ୍ୱରରେ ଦୁଇଟି ମଲ୍ଟି ଷ୍ଟୋରେଜ ବିଲଡିଂ ରହିଛି । ସେହିପରି ଭୁବନେଶ୍ୱର ସହ ବିଭିନ୍ନ ସ୍ଥାନରେ ରହିଛି ୧୩ଟି ପ୍ଲଟ ।

ଏତେ ସବୁ ଟଙ୍କା ବିଦେଶ ବୁଲିବା ଓ ପିଲାଙ୍କ ପାଠ ପଢାରେ ଖର୍ଚ୍ଚ କରିଛନ୍ତି IDCOL ଡେପୁଟି ମ୍ୟାନେଜର । ୨୦୨୨ରେ ଓଡ଼ିଶା ଭିଜଲାନ୍ସ ୨୭୦ଟି ମାମଲା ରୁଜୁ କରିଛି । ଯେଉଁଥିରୁ ୭୫ଟି ଆୟବହିର୍ଭୁତ ସମ୍ପତ୍ତି ଠୁଳ ସମ୍ପର୍କିତ ମାମଲା ରହିଥିବା ବେଳେ ୧୫ଟି ଟ୍ରାପ୍‌ ମାମଲା ରୁଜୁ କରିଛି ।

ତେବେ ଗତ ୫ ବର୍ଷରେ ସର୍ବାଧିକ ୨୦୨୨ରେ ମୋଟ ୭ କୋଟି ଟଙ୍କା ନଗଦ ଟଙ୍କା ଜବତ ହୋଇଛି । ଯାହା ଆୟବହିର୍ଭୁତ ସମ୍ପତ୍ତି ଠୁଳରେ ୧୬୦ କୋଟିର ସମ୍ପତ୍ତି ବୋଲି ଜଣାପଡ଼ିଛି । ସେହିଭଳି ଚଳିତ ବର୍ଷ ୮୭ଟି ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଯାହା ୫୦ ପ୍ରତିଶତରୁ ଅଧିକ ରହିଛି ।

ଏହି ମାମଲାରେ ସଠିକ ତଦନ୍ତ, ଚାର୍ଜସିଟି ଦେବାକୁ ପ୍ରାଥମିକତା ଦେଇଛି ଭିଜିଲାନ୍ସ । ଗତବର୍ଷ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଦେଶରେ ୧ ନମ୍ବର ଥିଲା ଓଡ଼ିଶା ଭିଜଲାନ୍ସ । ୨୦୨୧ ପୂର୍ବର ସବୁ ଟ୍ରାପ ମାମଲାର ତଦନ୍ତ କରି ଚାର୍ଜସିଟ ଦିଆ ସରିଛି ।

ଆସନ୍ତା ବର୍ଷରେ ବଡ଼ବଡ଼ ଅଫିସରଙ୍କ ଦୁର୍ନୀତି ମାମଲାକୁ ପ୍ରାଥମିକତା ସହ ଟେକ୍ନୋଲୋଜି ଓ ଡିଜିଟାଲ ମାଧ୍ୟମରେ ଟ୍ରାପ୍‌ କରିବାକୁ ଗୁରୁତ୍ୱ ଦିଆଯାଇଛି । ଏହାସହ ଇଲୋକଟ୍ରୋନିକ୍ସ ଡାଟା ବେସ୍‌ରେ କ୍ରିପ୍ଟୋକରେନସିକୁ କ୍ରାକ୍‌ କରିବା ଚ୍ୟାଲେଞ୍ଜ ରହିବ ବୋଲି ଭିଜଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଯେଠୱା ସୂଚନା ଦେଇଛନ୍ତି ।

ଏ ସମ୍ପର୍କରେ ଭିଜଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଯେଠୱା କହିଛନ୍ତି "ଓଡ଼ିଶା ଭିଜିଲାନସ ଦ୍ବାରା ଗତ ୩ଦିନ ଧରି ଗୟା ସାନ୍ତରାଙ୍କ ଘରେ ରେଡ୍ ଚାଲିଥିଲା । ତାଙ୍କର ଭୁବନେଶ୍ବର, ଯାଜପୁର, ନୟାଗଡ଼, କୋରାପୁଟ ଇତ୍ୟାଦି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଯେଉଁଥିରେ ପାଖାପାଖି ୧୦ କୋଟିରୁ ଅଧିକ ସ୍ଥାବର, ଅସ୍ଥାବର ସମ୍ପତ୍ତି ଠାବ ହୋଇଛି । ସେହିପରି ୧ .୦୬ କୋଟିର କ୍ୟାସ ଓ ୧୬ଟି ବ୍ୟାଙ୍କ ଆକାଉଣ୍ଟରେ ରହିଛି ୪.୪୫ କୋଟି ଟଙ୍କା ରହିଥିଲା ଯାହାକୁ ଜବତ କରାଯାଇଛି । ୧ କେଜି ୯୬ ଗ୍ରାମ ସୁନା ଓ ୭ କେଜି ୫୦୦ ଗ୍ରାମ ରୂପା ଜବତ କରାଯାଇଛି । ସେହିପରି ଭୁବନେଶ୍ବରରେ ଦୁଇଟି ମଲ୍ଟି ଷ୍ଟୋରେ ବିଲ୍‌ଡିଂ ରହିଛି । ଏହାସହ ଭୁବନେଶ୍ବର ସହ ବିଭିନ୍ନ ସ୍ଥାନରେ ମ୍ୟାନେଜରଙ୍କ ନାଁରେ ରହିଥିବା ୧୩ଟି ପ୍ଲଟ ଉପରେ ରେଡ୍‌ କରିଛି ଭିଜିଲାନ୍ସ । ଆସନ୍ତା ବର୍ଷରେ ବଡ଼ବଡ଼ ଅଫିସରଙ୍କ ଦୁର୍ନୀତି ମାମଲାକୁ ପ୍ରାଥମିକତା ସହ ଟେକ୍ନୋଲୋଜି ଓ ଡିଜିଟାଲ ମାଧ୍ୟମରେ ଟ୍ରାପ୍‌ କରିବାକୁ ଗୁରୁତ୍ୱ ଦିଆଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.