ETV Bharat / state

IAS Usha Padhee Returns From Central Deputation: ମିଳିଲା ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗ

author img

By

Published : Dec 16, 2022, 10:05 PM IST

ଦୀର୍ଘ ୭ ବର୍ଷ ପରେ ସେଣ୍ଟ୍ରାଲ ଡେପୁଟେସନରୁ ଫେରିଛନ୍ତି ବରିଷ୍ଠ ଆଇଏଏସ ଉଷା ପାଢୀ (IAS Usha Padhee Returns From Central Deputation) । ଉଷା ଫେରିବା ପରେ ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ କରିଛନ୍ତି ଅଦଳବଦଳ । ୧୯୯୬ ବ୍ୟାଚର ଆଇଏଏସ ଉଷା ପାଢୀଙ୍କୁ ମିଳିଛି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ । ଅଧିକ ପଢନ୍ତୁ

IAS Usha Padhee Returns From Central Deputation, ମିଳିଲା ଗୁରୁତ୍ବପୂର୍ଣ୍ଣ ବିଭାଗ

ଭୁବନେଶ୍ବର: ଦୀର୍ଘ ୭ ବର୍ଷ ପରେ ସେଣ୍ଟ୍ରାଲ ଡେପୁଟେସନରୁ ଫେରିଛନ୍ତି ବରିଷ୍ଠ ଆଇଏଏସ ଉଷା ପାଢୀ (IAS Usha Padhee Returns From Central Deputation) । ଉଷା ଫେରିବା ପରେ ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ କରିଛନ୍ତି ଅଦଳବଦଳ । ୧୯୯୬ ବ୍ୟାଚର ଆଇଏଏସ ଉଷା ପାଢୀଙ୍କୁ ମିଳିଛି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ । ଏହା ସହ ସେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ।

ଏହାବି ପଢନ୍ତୁ- RFC Winter Fest: ରାମୋଜି ଫିଲ୍ମସିଟିରେ ୱିଣ୍ଟର ଫେଷ୍ଟ, ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ସେଣ୍ଟ୍ରାଲ ଡେପୁଟେସନରୁ ଫେରିଥିବା ଉଷା ପାଢୀଙ୍କୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳିଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଉଷାଙ୍କୁ ଦାୟିତ୍ୱ ମିଳିଛି । ସେହିପରି ସେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ କାର୍ଯ୍ୟ ତୁଲାଇବେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ଆଇଏଏସ ହେମନ୍ତ ଶର୍ମାଙ୍କୁ ଅବ୍ୟାହତି ଦିଆଯାଇଛି ।

ସେ ପୂର୍ବପରି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଓ ଇପିକଲ ଏବଂ ଇଡକୋର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ । ବାଣିଜ୍ୟ ଏବଂ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ବିଷ୍ଣୁପଦ ସେଠୀଙ୍କୁ ବି ଅବ୍ୟାହତି ଦିଆଯାଇଛି । ସେ ପୂର୍ବବତ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱରେ ରହିବେ । ୨୦୧୫ ରେ ଉଚ୍ଚଶିକ୍ଷା ବିଭାଗର ସଚିବ ଥିବା ଉଷା ସେଣ୍ଟ୍ରାଲ ଡେପୁଟେସନରେ ଯାଇଥିଲେ । ସେଠାରେ ସେ କେନ୍ଦ୍ର ସରକାରଙ୍କ ଅଧୀନରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଦାୟିତ୍ୱ ଗ୍ରହଣ କରିଥିଲେ । ଉଡାନ ଯୋଜନାର ସଫଳ ରୂପାୟନରେ ଉଷାଙ୍କର ପ୍ରମୁଖ ଭୂମିକା ରହିଛି । ଦେଶର ପ୍ରଥମ ମହିଳା ଅଧିକାରୀ ଭାବେ ଉଷା Bureau of Civil Aviation Security ର Director General ହୋଇଥିଲେ ।

ଏହାବି ପଢନ୍ତୁ- ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ: ବିଜେପି ସାଂସଦଙ୍କ ଚିଠି ପରେ ଜବାବ ଦେଲା ବିଜେଡି

କିଛି ମାସ ପୂର୍ବେ ଉଷା ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଗତ ଅଗଷ୍ଟ ମାସରେ ତାଙ୍କ ଆଇଏଏସ ସ୍ୱାମୀ ଡା. ଅରବିନ୍ଦ ପାଢୀ ଓଡିଶା ଫେରି ରାଜ୍ୟ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ୱ ତୁଲାଉଥିବାରୁ ଉଷା ପାଢୀ ମଧ୍ୟ ଓଡିଶା ଫେରିବେ ବୋଲି ଚର୍ଚ୍ଚା ହେଉଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.