ETV Bharat / state

Odisha New CS: ମୁଖ୍ୟ ଶାସନ ସଚିବ ଭାବେ ପ୍ରଦୀପ ଜେନାଙ୍କ ଦାୟିତ୍ୱ ଗ୍ରହଣ

author img

By

Published : Mar 1, 2023, 8:10 PM IST

ଆଜି ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ ପ୍ରଦୀପ ଜେନା । ପ୍ରଦୀପ ରାଜ୍ୟର 45 ତମ ମୁଖ୍ୟ ଶାସନ ସଚିବ 10 ମାସ କାର୍ଯ୍ୟ କରିବେ । ଅର୍ଥାତ ଆସାନ୍ତା ଡିସେମ୍ବର ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବେ । ଯଦିଓ ଆଗାମୀ ବର୍ଷ ଦେଶରେ ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ ହେବ। ଅଧିକ ପଢନ୍ତୁ

Odisha New CS
Odisha New CS

ଭୁବନେଶ୍ବର: ପ୍ରଦୀପ କୁମାର ଜେନା ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟର 45 ତମ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରଦୀପ । ପ୍ରଦୀପ ମୁଖ୍ୟ ଶାସନ ସଚିବ ପଦ ସହିତ ଚିଫ ଡେଭଲପେଣ୍ଟ କମିଶନର ଅଫ ଓଡ଼ିଶା ( ମୁଖ୍ୟ ଉନ୍ନୟନ କମିଶନର) ଦାୟିତ୍ୱ ମଧ୍ୟ ତୁଲାଇବେ । ସେହିପରି ଅନୁ ଗର୍ଗ ଆଜି ନୂତନ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ପ୍ରଦୀପଙ୍କୁ ଏହି ଅବସରରେ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ, ଏସଆରସି ନୀକୁଞ୍ଜ ବିହାରୀ ଧଳ, ଗୃହ ସଚିବ ଡିକେସିଂ, ସୂଚନା ଏବଂ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାତାନନ, ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ସାଳିନୀ ପଣ୍ଡିତ, ଇପିକଲ ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆ, ଓଏମସି ନିର୍ଦ୍ଦେଶକ ବଲୱନ୍ତ ସିଂ, ସୂଚନା ଏବଂ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଅଧିକାରୀ, କର୍ମଚାରୀ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ପ୍ରମୁଖ ତାଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି ।

ଏହାବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ 3 ବରିଷ୍ଠ ଅଧିକାରୀ, ଆଜି ନେବେ ଦାୟିତ୍ବ

ଆଜି ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ ପ୍ରଦୀପ ଜେନା । ପ୍ରଦୀପ ରାଜ୍ୟର 45 ତମ ମୁଖ୍ୟ ଶାସନ ସଚିବ 10 ମାସ କାର୍ଯ୍ୟ କରିବେ । ଅର୍ଥାତ ଆସାନ୍ତା ଡିସେମ୍ବର ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବେ । ଯଦିଓ ଆଗାମୀ ବର୍ଷ ଦେଶରେ ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ ହେବ, ଏହି ଦୃଷ୍ଟିରୁ ପ୍ରଦୀପଙ୍କ କାର୍ଯ୍ୟକାଳ ସରକାର ବୃଦ୍ଧି କରିପାରନ୍ତି । ମୁଖ୍ୟ ଶାସନ ସଚିବ ଭାବେ ପ୍ରଦୀପଙ୍କ ସମ୍ମୁଖରେ ଅନେକ ଆହ୍ବାନ ରହିଛି । ବିଶେଷ କରି ପ୍ରଶାସନକୁ ସକ୍ରିୟ ସହ ଚାଲିଥିବା ବିକାଶ ମୂଳକ କାର୍ଯ୍ୟକ୍ରମ ଓ ସରକାରଙ୍କ ଯୋଜନାକୁ ପରିଚାଳନା କରିବା ପାଇଁ କସରତ କରିବାକୁ ପଡିବ । ଏହାସହ ଆଗାମୀ ବର୍ଷ ନିର୍ବାଚନ ଥିବାରୁ ଚଳିତ ବର୍ଷ ତଥା ନିଜ କାର୍ଯ୍ୟକାଳରେ ସରକାରୀ ଯୋଜନାକୁ ପରିଚାଳନା ସହ ସାରା ରାଜ୍ୟରେ ଚାଲିଥିବା ରୂପାନ୍ତରଣ ମଧ୍ୟ ଆହ୍ବାନ ରହିବ ।

ବିଦାୟୀ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଗତକାଲି ଶେଷ ହେବାପରେ ଆଜି ପ୍ରଦୀପ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସ୍ଥାନରେ ଜଳ ସଂପଦ ବିଭାଗ ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ ଆଜି ନୂତନ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.